ନଖରେ ଧଳା ଚିହ୍ନ ଦେଖାଯିବା ପଛର କାରଣ କ’ଣ, ଜାଣନ୍ତୁ

Share It

ଅନେକ ଲୋକଙ୍କର ନଖରେ ଧଳା ଚିହ୍ନ ହୋଇଯାଇଥାଏ । ଏହା ଅନେକ କାରଣରୁ ହୋଇଥାଏ । କିନ୍ତୁ ପ୍ରାୟତଃ ଆମେ ଜାଣିଥାଉ ଯେ ଏହି ଚିହ୍ନଗୁଡିକ କ୍ୟାଲସିୟମ୍ ଅଭାବ ହେତୁ ହୋଇଥାଏ କିନ୍ତୁ ଏହା ଅନ୍ୟ କାରଣରୁ ମଧ୍ୟ ହୋଇପାରେ ।
ନିକଟରେ ହୋଇଥିବା ଏକ ଅନୁସନ୍ଧାନରୁ ଜଣାପଡିଛି ଯେ ନଖରେ କୌଣସି ପ୍ରକାରର ଆଘାତ ହେତୁ ଏହି ଚିହ୍ନ ମଧ୍ୟ ହୋଇଥାଏ। ଆଘାତରେ, ନଖର କିଛି ଅଂଶ ଧଳା ହୋଇଯାଏ । ସମୟ ସହିତ, ନଖ ବଢିବା ହେତୁ ଧଳା ଚିହ୍ନ ମଧ୍ୟ କମି ଯାଇଥାଏ ।

ଏହା ବ୍ୟତୀତ ନଖ ସଂକ୍ରମଣ ମଧ୍ୟ ହୋଇପାରେ । ନଖ ମଧ୍ୟ ଅନେକ ରୋଗ ବିଷୟରେ କହିଥାଏ । ନଖରେ ଥିବା ଧଳା ଚିହ୍ନକୁ ପୁଙ୍କଟେଟ୍ ଲୁକୋନେକିଆ ବା ମିଲ୍କ ସ୍ପଟ୍ ମଧ୍ୟ କୁହାଯାଏ । ଏହା ଏକ ପ୍ରକାର ଆଘାତରୁ ହୋଇଥାଏ ଯାହା ଅଜାଣତରେ ନଖରେ ଘଟେ । ଏହା ଆମ ନଖର ଉପର ପୃଷ୍ଠକୁ କ୍ଷତି ପହଞ୍ଚାଏ ଏବଂ ଦାଗ ସୃଷ୍ଟି କରିଥାଏ ।


Share It

Comments are closed.