ବ୍ଲାକ ଫଙ୍ଗସ ତୁଳନାରେ ବିପଦଜନକ ନୁହେଁ ହ୍ୱାଇଟ ଫଙ୍ଗସ, ସହଜରେ ହୋଇପାରିବ ଚିକିତ୍ସା
କରୋନା ପରେ ଏବେ ସାରା ଦେଶରେ ଆତଙ୍କ ଖେଳାଇଛି ଫଙ୍ଗସ ମହାମାରୀ । ବ୍ଲାକ ଫଙ୍ଗସ ପରେ ହ୍ୱାଇଟ ଫଙ୍ଗସ୍ ବେଶ୍ ସମସ୍ୟା ସୃଷ୍ଟି କରିଛି । ଯାହା କଳା ଫଙ୍ଗସ୍ ଅପେକ୍ଷା ବିପଜ୍ଜନକ ବୋଲି କୁହାଯାଉଛି । ତେବେ ସଂକ୍ରାମକ ରୋଗ ବିଶେଷଜ୍ଞ ଡାକ୍ତର ଇଶ୍ୱର ଗିଲଡା କହିଛନ୍ତି ଯେ ଏହା ଏକ ବଡ ସମସ୍ୟା ନୁହେଁ । କିନ୍ତୁ ଏହାକୁ ବଡ କରାଯାଇଛି । ଦେଶକୁ ଏପରି କୌଣସି ଭୁଲ ବୁଝାମଣାର ଶିକାର ହେବାର ଆବଶ୍ୟକ ନାହିଁ । ଡାକ୍ତର ଇଶ୍ୱର ଗିଲାଡା କହିଛନ୍ତି ଯେ ହ୍ୱାଇଟ ଫଙ୍ଗସ୍ ଏକ ସାଧାରଣ ଫଙ୍ଗସ୍ ।
ଯାହାକୁ ଆମେ ବର୍ଷ ବର୍ଷ ଧରି ଦେଖୁଛୁ । ଏହା କ୍ୟାଡିଡା ବିକନ୍ ନାମକ ଏକ ଫଙ୍ଗସ୍ ଦ୍ୱାରା ହୋଇଥାଏ । ଏହାକୁ କ୍ୟାଣ୍ଡିଡିଆସିସ୍ କୁହାଯାଏ । ମହିଳାମାନଙ୍କଠାରେ ଲ୍ୟୁକୋରିଆ ନାମକ ରୋଗରେ ଧଳା ଲ୍ୟୁକୋରିଆ ଥାଏ । ଏହି ଲ୍ୟୁକୋରୋଆର ଅଧା କ୍ୟାଣ୍ଡିଡିଆସିସ୍ ରୋଗରୁ ଆସିଥାଏ ଏବଂ ଏହା ୩ ରୁ ୪ ଦିନରେ ଭଲ ହୋଇଯାଏ । ହ୍ୱାଇଟ ଫଙ୍ଗସର ସମସ୍ୟା ସେମାନଙ୍କଠାରେ ଥାଏ, ଯେଉଁମାନଙ୍କଠାରେ ରୋଗ ପ୍ରତିରୋଧକ ଶକ୍ତି କମ୍ ଥାଏ ବା ଆଜମା ରୋଗୀ ଯେଉଁମାନେ କି ବେଶି ଷ୍ଟେରଏଡ ଗ୍ରହଣ କରନ୍ତି ।
ଏହାଛଡା ଯେଉଁମାନେଙ୍କର ସୁଗାର ଲେଭଲ ଅଧିକା ଥାଏ, ତାଙ୍କଠାରେ କ୍ୟାଣ୍ଡିଡା ସଂକ୍ରମଣ ଥାଏ । କୌଣସି ରୋଗକୁ ତାର ନାଁରୁ ଜାଣିବା ଦରକାର, ରଙ୍ଗରୁ ନୁହେଁ । କାରଣ ଅନେକ ସ୍ଥାନରେ ରଙ୍ଗୀନ ଫଙ୍ଗସ୍ ବି ଅଛି । ଡାକ୍ତର ଗିଲାଡା କହିଛନ୍ତି, ଆପଣଙ୍କୁ ମଧୁମେହକୁ ନିୟନ୍ତ୍ରଣରେ ରଖିବାକୁ ପଡିବ । ଯେତେବେଳେ ରୋଗ ପ୍ରତିରୋଧକ ଶକ୍ତି କମିଯାଏ ସେତେବେଳେ ଆପଣ ନିୟମିତ ଯାଞ୍ଚ କରନ୍ତୁ । ଶରୀରରେ ସୁଗାର ବଢିଗଲେ ଷ୍ଟେରଏଡ ନେବାକୁ ପଡିଥାଏ । ଫଳରେ ରୋଗ ପ୍ରତିରୋଧକ ଶକ୍ତି କମିଯାଏ । ସେଥିପାଇଁ ସହଜରେ ଫଙ୍ଗସ ଆଟାକ କରେ ।
Comments are closed.