କରୋନାରେ ଆଖି ବୁଜିଲେ ରାଜସ୍ଥାନର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ପାହାଡିଆ

Share It

ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ପାହାଡିଆ କରୋନାରେ ଦେହାନ୍ତ ହୋଇଛି। ବୁଧବାର ବିଳମ୍ବିତ ରାତିରେ ଜଗନ୍ନାଥ ପାହାଡିଆଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ କରୋନା ସଂକ୍ରମିତ ହୋଇଥିଲେ। ୧୯୮୦ରୁ ୧୯୮୧ ଯାଏ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଥିବା ଜଗନ୍ନାଥ ପାହାଡ଼ିଆ ହରିୟାଣା ଓ ବିହାରର ରାଜ୍ୟପାଳ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ଜଗନ୍ନାଥ ପାହାଡ଼ିଆଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଟୁଇଟ୍ କରି କହିଛନ୍ତି, ‘ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ପାହାଡିଆଙ୍କ ମୃତ୍ୟୁ ଖବର ଅତ୍ୟନ୍ତ ଦୁଃଖଦାୟକ। ଶ୍ରୀ ପାହାଡ଼ିଆ ମୁଖ୍ୟମନ୍ତ୍ରୀ ଭାବେ, ରାଜ୍ୟପାଳ ଭାବେ ତଥା କେନ୍ଦ୍ର ମନ୍ତ୍ରୀ ଭାବରେ ଦୀର୍ଘ ଦିନ ଧରି ଦେଶ ସେବା କରିଥିଲେ, ସେ ଦେଶର ବରିଷ୍ଠ ନେତାମାନଙ୍କ ମଧ୍ୟରେ ଜଣେ ଥିଲେ।’ ଏଥିସହ ସେ ରାଜ୍ୟରେ ଦିନିକିଆ ଶୋକ ଘୋଷଣା କରିଛନ୍ତି। ଶୋକ ଘୋଷଣା କରାଯାଇଥିବାରୁ ଆଜି(ଗୁରୁବାର) ରାଜ୍ୟର ସମସ୍ତ ସରକାରୀ ଅଫିସ ବନ୍ଦ ରହିବ। ସେହିପରି ଜାତୀୟ ପତାକା ଅର୍ଦ୍ଧନମିତ ହେବ। ରାଜ୍ୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ହେବ ବୋଲି ମୁଖ୍ୟମନ୍ତ୍ରୀ ଗେହଲଟ ଘୋଷଣା କରିଛନ୍ତି। ଆଜି ଦିନ ୧୨ଟାରେ ରାଜସ୍ଥାନରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ।


Share It

Comments are closed.