ଶିଶୁଙ୍କ ପାଇଁ କରୋନା ଟିପ୍ସ, କିପରି ନେବେ ଯତ୍ନ ଜାଣନ୍ତୁ

Share It

ମହାମାରୀ କରୋନାକୁ ନେଇ ସାରା ବିଶ୍ୱରେ ହାହାକାର ଖେଳିଯାଇଥିବାବେଳେ । ଏହାର ପ୍ରକୋପରୁ ଖାସ କରି ଶିଶୁଙ୍କୁ କିପରି ରକ୍ଷା କରିବେ ସେ ସଂପର୍କରେ ଆସନ୍ତୁ ଶିଶୁରୋଗ ବିଶେଷଜ୍ଞ ଡଃ ଜେ.ପି.ମିଶ୍ରଙ୍କ ଠାରୁ ଜାଣିବା ।
ଶିଶୁ କରୋନା ସଂକ୍ରମଣର ସାଧାରଣ ଲକ୍ଷଣ ମାନ କଣ ଅଟେ?
ଉତ୍ତର : ଥଣ୍ଡା, ଅଳ୍ପ କଫା, ଜର, ଶରୀର ପୀଡ଼ା ମାନ ହେଉଛି କରୋଣା ସଂକ୍ରମଣର ସାଧାରଣ ଲକ୍ଷଣ । ଦ୍ୱିତୀୟ ଲହରରେ ଅନ୍ୟାନ୍ୟ ଲକ୍ଷଣ ଯାଥା : ପେଟରେ ପିଡା, ତରଳ ଛାଡା ଏବଂ ବାନ୍ତି ପିଲାମାନଙ୍କ ଠାରେ ଦେଖାଯାଇଅଛି ।
ପିଲାଙ୍କ ପାଇଁ କଣ ଘରୋଇ ଉପଚାର କରାଯାଇ ପାରିବ?
ଉତ୍ତର : ଜ୍ୱର ତାପ ଲେଖି ରଖନ୍ତୁ ଯଦି ଘରେ ସୁବିଧା ଥାଏ ପ୍ରତି ଛଅ ଘଣ୍ଟାରେ ଅମ୍ଳଜାନ ଗ୍ରହଣ କରିବା ଶକ୍ତି ପଲ୍ସ ଅକ୍ସମିଟର ଦ୍ୱାରା ମାପ କରନ୍ତୁ । ଯଦି ଜ୍ୱର ୧୦୦ଂଏଫ୍ ରୁ ଅଧିକ ଥାଏ ତେବେ ୧୦-୧୫ ମେଜି/କେଜି/ଡୋଜର ପାରାସିଟାମୋଲ ଗ୍ରହଣ କରନ୍ତୁ । ପ୍ରର୍ଯ୍ୟନ୍ତ ପରିମାଣର ତରଳ ପଦାର୍ଥ ଗ୍ରହଣ କରନ୍ତୁ । ସ୍ୱଚ୍ଛତା ଅବଲମ୍ବନ କରନ୍ତୁ । ନରମ ଏବଂ ହାଲୁକା ଖାଦ୍ୟ ଦିଅନ୍ତୁ । ଶାରୀରିକ ଶକ୍ତି ଓ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଭିଟାମିନ୍‌-ସି ଓ ଜିଙ୍କ ମଧ୍ୟ ଦିଆଯାଇ ପାରେ ।
ଛୋଟ ପିଲାଙ୍କୁ କିଭଳି କରୋନା ସଂକ୍ରମଣରୁ ରକ୍ଷା କରାଯାଇ ପାରିବ?
ଉତ୍ତର : ସାମାଜିକ ଦୂରତା, ମୂହରେ ତୁଣ୍ଡି ବାନ୍ଧିବା ଏବଂ ହାତକୁ ଧୋଇ ପରିଷ୍କାର ରଖିବା ଦ୍ୱାରା କୋରନାକୁ ପ୍ରତିହତ କରାଯାଇ ପାରିବ । କୌଣସି ସାଧାରଣ ଉତ୍ସବ, ଜନସମାଗମ ଏବଂ ଗୋଷ୍ଠ କ୍ରୀଡାରୁ ଦୂରେଇ ରହିବା ପିଲାମାନଙ୍କୁ ଓ ଗୃହକୁ କରୋନା ସଂକ୍ରମଣ ରୋଗରୁ ରକ୍ଷା କରିବାର ହେଉଛି ଏକମାତ୍ର ଉପାୟ ।
ଆମେ କେବେ ଶିଶୁକୁ କରୋନା ଜୀବାଣୁ ରୋଗ ପାଇଁ ପରୀକ୍ଷା କରିବୁ?
ଉତ୍ତର : ପିଲାଟି ଲକ୍ଷଣାତ୍ମକ କି ନାହିଁ ପରୀକ୍ଷା କର । ଜ୍ୱର ତିନରୁ ଅଧିକ ଦିନ ରହିଲେ ପରୀକ୍ଷା କର । ପରିବାର ସଦସ୍ୟ ସକରାତ୍ମକ ଥିଲେ ପରୀକ୍ଷା କରନ୍ତୁ ।
ପିଲାମାନଙ୍କ ପାଇଁ ମାସ୍କ ପିନ୍ଧିବା ଆବଶ୍ୟକ କି?
ଉତ୍ତର : ଇଣ୍ଡିଆନ୍ ଏକାଡେମି ଅଫ୍ ପେଡିଆଟ୍ରିକ୍ସ୍‌ଙ୍କ ପରାମର୍ଶ ଅନୁସାରେ ଦୁଇ ବର୍ଷରୁ ଅଧିକ ପିଲାମାନେ ମାସ୍କ ପିନ୍ଧିବା ଆବଶ୍ୟକ । ଦୁଇ ବର୍ଷରୁ କମ୍ ପିଲାମାନେ ସୁରକ୍ଷା କାରଣରୁ ମାସ୍କ ବ୍ୟବହାର କରିବା ଅବଶ୍ୟକ କରନ୍ତି ନାହିଁ ।
ଆମେ କେବେ ପିଲାମାନଙ୍କୁ ଗମ୍ଭୀର ବୋଲି ଭାବିବା?
ଉତ୍ତର : ଗୁରୁତ୍ୱ ପୂର୍ଣ୍ଣ ଏବଂ ଏହି ପାଞ୍ଚଟି ଲକ୍ଷଣ ଓ ଚିହ୍ନକୁ ଅନୁସରଣ କରି ଘରେ ନଜର ରଖିବା ଅତ୍ୟନ୍ତ ଆବଶ୍ୟକ : ପ୍ରଥମ ଉଚ୍ଚ ଜ୍ୱର ୪ କିମ୍ବା ୫ ଦିନ ପର୍ଯ୍ୟନ୍ତ ଚାଲିଲେ । ଦ୍ୱିତୀୟଟି ପିଲାମାନେ ଖାଇବା ପିଇବା କମାଇ ଦେବା । ତୃତୀୟ ପିଲା ଦୃବଳ କିମ୍ବା ହାଲିଆ ହୋଇପଡିଲେ । ଚତୁର୍ଥ ଲକ୍ଷଣ ପିଲା ଶ୍ୱାସକ୍ରିୟାରେ କଷ୍ଟ ହେଲେ । ପଞ୍ଚମ ଲକ୍ଷଣ ଘରେ ଅମ୍ଳଜାନ ସାଚୁରେସନ୍ ୯୫% ତଳକୁ ଖସିଲେ ।
ସ୍ତନପାନ କରାଉଥିବା ମହିଳା କୋଭିଡ୍ ଟିକା ନେଇପାରିବେ କି?
ଉତ୍ତର : ଉପସ୍ଥିତ ସୂଚନା ଅନୁଯାୟୀ ଗର୍ଭବତୀ ଏବଂ ସ୍ତନପାନ କରାଉଥିବା ମହିଳା କୋଭିଡ୍ ଟିକା ନେଇପାରିବେ ନାହିଁ ।
କୋଭିଡ୍ ପଜିଟିଭ୍ ଥିବା ପିଲାର କିପରି ଯତ୍ନ ନିଆଯାଇ ପାରିବ?
ଉତ୍ତର : ପିଲାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପରାମର୍ଶ ପାଇଁ ଚିକିତ୍ସାଳୟକୁ ନେବା ଅପେକ୍ଷା ଟେଲିଫୋନ ଯୋଗେ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ । ଏହାଦ୍ୱାରା ଅନ୍ୟଙ୍କୁ ସଂକ୍ରମଣ ବ୍ୟାପିବାରୁ ରକ୍ଷା କରାଯାଇ ପାରିବ ଏବଂ ଯାତ୍ରା ଜନିତ କଷ୍ଟରୁ ରିହାତି ମିଳିବା ସହ ଚିକିତ୍ସାଳୟରେ ପିଲାର ସ୍ୱାସ୍ଥ୍ୟ ଜନିତ ପରାମର୍ଶ ପାଇଁ ଅପେକ୍ଷାରୁ ମୁକ୍ତି ମିଳିଥାଏ । ଯଦି ଶିଶୁର ସ୍ୱାସ୍ଥ୍ୟରେ କୌଣସି ଜଟିଳତା ଲାଗିରହେ ତେବେ ତାହାଙ୍କୁ ଯଥାଶୀଘ୍ର ଡାକ୍ତରଙ୍କ ନିକଟକୁ ନେବା ଆବଶ୍ୟକ ।


Share It

Comments are closed.