ଏୟାରଟେଲ ପେମେଂଟ ବ୍ୟାଙ୍କ ପକ୍ଷରୁ ଡିଜିଗୋଲ୍ଡର ଶୁଭାରମ୍ଭ

Share It

ଭୁବନେଶ୍ୱର: ଅଗ୍ରଣୀ ଡିଜିଟାଲଗୋଲ୍ଡ ପ୍ରଦାନକାରୀ-ସେଫଗୋଲ୍ଡର ସହବନ୍ଧିତାରେ ଏୟାରଟେଲ ପେମେଂଟ ବ୍ୟାଙ୍କ ପକ୍ଷରୁ ଡିଜିଗୋଲ୍ଡର ଶୁଭାରମ୍ଭ କରାଯାଇଛି । ସୁନାରେ ନିବେଶ କରିବା ପାଇଁ ଗ୍ରାହକଙ୍କ ପାଇଁ ଏହା ହେଉଛି ଏକ ଡିଜିଟାଲ ପ୍ଲ।ଟଫର୍ମ । ଡିଜିଗୋଲ୍ଡ ସହିତଏୟାରଟେଲ ପେମେଂଟ ବ୍ୟାଙ୍କର ସଂଚୟ ଖାତାଧାରୀ ଗ୍ରାହକମାନେ ଏୟାରଟେଲ ଥ୍ୟାଙ୍କସ୍ ଆପ୍‌ର ବ୍ୟବହାର କରି ୨୪ କ୍ୟାରେଟ ସୁନାରେ ନିବେଶ କରିପାରିବେ । ଏହା ଛଡ଼ା ଗ୍ରାହକମାନେ ଏୟାରଟେଲ ପେମେଂଟ ବ୍ୟାଙ୍କରେ ଏକ ସେଭିଙ୍ଗ ଆକାଉଂଟ ରହିଥିବା ସେମାନଙ୍କର ପରିବାର ସଦସ୍ୟ ଏବଂ ବନ୍ଧୁଙ୍କୁ ମଧ୍ୟ ଡିଜିଗୋଲ୍ଡ ଉପହାର ଦେଇପାରିବେ ।
ଗ୍ରାହକଙ୍କ ଦ୍ୱାରା କିଣାଯାଇଥିବା ସୁନାକୁ ବିନା କୌଣସି ଅତିରିକ୍ତ ଖର୍ଚ୍ଚରେ ସେଫଗୋଲ୍ଡ ଦ୍ୱାରା ସୁରକ୍ଷିତ ଭାବେ ଗଚ୍ଛିତ କରି ରଖାଯାଇଥାଏ ଏବଂ ଏହାକୁ ଏୟାରଟେଲ ଥ୍ୟାଙ୍କସ୍ ଆପ ୍‌ଜରିଆରେ ମାତ୍ର କିଛି କ୍ଲିକରେ ଯେକୌଣସି ସମୟରେ ବିକ୍ରୟ କରାଯାଇପାରିବ । ଏଥିପାଇଁ କୌଣସି ସର୍ବନିମ୍ନ ବିନିଯୋଗ ମୂଲ୍ୟ ଆବଶ୍ୟକ ହୋଇନଥାଏ ଏବଂ ଏପରିକି ଗ୍ରାହକମାନେ ଏକ ଟଙ୍କାଭଳି ନିମ୍ନମୂଲ୍ୟରେ ମଧ୍ୟ ଆରମ୍ଭ କରିପାରିବେ ।
ଏହାସମ୍ପର୍କରେଏୟାରଟେଲପେମେଂଟବ୍ୟାଙ୍କରଚିଫ ଅପରେଟିଙ୍ଗ ଅଫିସର,ଶ୍ରୀଗଣେଶ ଅନନ୍ତନାରାୟଣ କହିଛନ୍ତି ଯେ, “ସରଳ, ସୁରକ୍ଷିତଏବଂମୂଲ୍ୟ ପରିଚାଳିତଉତ୍ପାଦଗୁଡ଼ିକର ଆମର ନିଓ-ବ୍ୟାଙ୍କିଙ୍ଗ ପ୍ରସ୍ତାବରେଡିଜିଗୋଲ୍ଡ ହେଉଛି ଆମର ସଦ୍ୟତମ ସେବା । ଆମର ଗ୍ରାହକ ମାନେ ବର୍ତମାନ ଆମ ଆପ୍ଲିକେସନରେ ଏକ ଡିଜିଟାଲ ଯାତ୍ରା ମାଧ୍ୟମରେ ସୁନାରେ ବିନିଯୋଗ କରିପାରିବେ । ଗ୍ରାହକମାନେ ଯେଭଳି ନିୟମିତବିନିଯୋଗକରିବାକୁସକ୍ଷମହୁଅନ୍ତିତାହା ସୁନିଶ୍ଚିତ କରିବାଲାଗି ଆମେ ବ୍ୟବସ୍ଥିତବିନିଯୋଗଯୋଜନାର ପ୍ରବର୍ତନ କରିବାକୁଯୋଜନା ମଧ୍ୟ କରୁଛୁ ।” ସେହିଭଳି ସେଫଗୋଲ୍ଡର ଏମଡି ଶ୍ରୀଗୌରବ ମାଥୁରକହିଛନ୍ତି ଯେ, “ବିଗତ ଏକ ବର୍ଷମଧ୍ୟରେସୁନାକୁ ଏକ ପସନ୍ଦରସଂଚୟସାଧନ ଭାବେ ଦେଖାଯାଇଛିଏବଂଗ୍ରାହକମାନଙ୍କୁସେମାନଙ୍କ ପସନ୍ଦରଉପାୟଏବଂମୂଲ୍ୟରେଡିଜିଟାଲଗୋଲ୍ଡସମ୍ବନ୍ଧିତଉତ୍ପାଦ ଶୃଙ୍ଖଳଯୋଗାଇଦେବାଲାଗିଏୟାରଟେଲପେମେଂଟବ୍ୟାଙ୍କସହଯୋଡ଼ିହୋଇ ଆମେ ବେଶଗର୍ବିତ ।”


Share It

Comments are closed.