କ୍ୟାନ୍ସର ହେବା ପରେ ପ୍ରଥମଥର ନଜର ଆସିଲେ ଅଭିନେତ୍ରୀ କିରଣ ଖେର, ପ୍ରଚାରିତ ଗୁଜବକୁ ନେଇ ଅନୁପମ ଖେର ଦେଲେ ଏଭଳି ଜବାବ

Share It

ବର୍ତମାନ ବିଜେପି ସାଂସଦ ତଥା ଅଭିନେତ୍ରୀ କିରଣ ଖେର କ୍ୟାନ୍ସରରେ ରୋଗରେ ଚିକିତ୍ସିତ ହେଉଛନ୍ତି। ଏହି ସମୟରେ ସୋସିଆଲ ମିଡିଆରେ ଏଭଳି ଖବର ବ୍ୟାପିବାରେ ଲାଗିଛି ଯେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି। ସୋସିଆଲ ମିଡିଆରେ ତାଙ୍କ ସ୍ୱାସ୍ଥ୍ୟ ଅବନତି ହେବାର ଖବର ଭାଇରାଲ ହେବା ପରେ ତାଙ୍କ ସ୍ୱାମୀ ଅନୁପମ ଖେର ଟ୍ୱିଟ କରି ଏହି ସବୁ ଗୁଜବକୁ ଅସ୍ୱୀକାର କରିଛନ୍ତି। ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ସୋସିଆଲ ମିଡିଆରେ ଗୁଜବ ପ୍ରଚାରିତ ହେବା ପରେ ଅନୁପମ ଖେର ଟ୍ୱିଟ କରି କହିଛନ୍ତି ଯେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ସେ କହିଛନ୍ତି ଯେ ଲୋକମାନେ ଏଭଳି ନକାରାତ୍ମକ ଖବର ପ୍ରଚାର କରିବା ଉଚିତ୍ ନୁହେଁ । ପ୍ରକାଶଥାଉ ଯେ କ୍ୟାନ୍ସର ଚିକିତ୍ସା ମଧ୍ୟରେ କିରଣ ଖେର ପ୍ରଥମ ଥର ପାଇଁ ନଜର ଆସିଛନ୍ତି |

ଅନୁପମ ଖେର କିରଣ ଖେରଙ୍କ ସ୍ୱାସ୍ଥ୍ୟ ବିଷୟରେ ଟ୍ୱିଟ କରିଛନ୍ତି । ସେ କହିଛନ୍ତି କିରଣଙ୍କ ସ୍ୱାସ୍ଥ୍ୟ ବିଷୟରେ ଗୁଜବ ପ୍ରଚାର କରାଯାଉଛି ଏବଂ ଏହା ସତ୍ୟ ନୁହେଁ। ଏହା ବ୍ୟତୀତ ସେ ଭ୍ୟାକ୍ସିନେସନ୍ ସମୟରେ କିରଣ ଖେରଙ୍କ ଫଟୋ ମଧ୍ୟ ପୋଷ୍ଟ କରିଥିଲେ ।


ଅଭିନେତା ତାଙ୍କ ଟ୍ୱିଟରେ ଲେଖିଛନ୍ତି – ‘କିରଣଙ୍କ ସ୍ୱାସ୍ଥ୍ୟକୁ ନେଇ ଅନେକ ଗୁଜବ ରହିଛି । ଏହି ସବୁ ଭୁଲ ଅଟେ । ସେ ସମ୍ପୂର୍ଣ୍ଣ ଭଲ ଅଛନ୍ତି। କେବଳ ଏତିକି ନୁହେଁ, ସେ ଆଜି ଅପରାହ୍ନରେ କୋଭିଡର ଦ୍ୱିତୀୟ ଭ୍ୟାକ୍ସିନ୍ ନେଇଛନ୍ତି । ମୁଁ ଲୋକମାନଙ୍କୁ ଅନୁରୋଧ କରୁଛି ଯେ ଏହିପରି ନକାରାତ୍ମକ ଖବର ପ୍ରସାରଣ କରନ୍ତୁ ନାହିଁ । ଧନ୍ୟବାଦ। ସୁରକ୍ଷିତ ରୁହନ୍ତୁ । ‘

ଏପ୍ରିଲ ୧ ରେ ଅନୁପମ ଖେର ଇନଷ୍ଟାଗ୍ରାମରେ ସୂଚନା ଦେଇଥିଲେ ଯେ କିରଣ ଖେରଙ୍କର ବ୍ଲଡ୍ କ୍ୟାନ୍ସର ହୋଇଛି। ପୋଷ୍ଟ ସେୟାର କରି ଅନୁପମ ଲେଖିଥିଲେ- ‘ଗୁଜବ ପରିସ୍ଥିତିରେ ଉନ୍ନତି ଆଣିବ ନାହିଁ, ତେଣୁ ମୁଁ ଏବଂ ସିକନ୍ଦର ସମସ୍ତଙ୍କୁ ଜଣାଇବାକୁ ଚାହୁଁଛୁ ଯେ କିରଣଙ୍କୁ ମଲ୍ଟିପୁଲ୍ ମାଇଲୋମା ଏକ ପ୍ରକାର ବ୍ଲଡ୍ କ୍ୟାନ୍ସର ରୋଗରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କର ଚିକିତ୍ସା ବର୍ତ୍ତମାନ ଚାଲିଛି ଏବଂ ମୁଁ ନିଶ୍ଚିତ ଯେ ସେ ପୂର୍ବ ଅପେକ୍ଷା ଅଧିକ ମଜବୁତ ହୋଇ ବାହାରକୁ ଆସିବେ । ‘


Share It

Comments are closed.