ସର୍ଦି, ଥଣ୍ଡା ଏବଂ କାଶରୁ ରକ୍ଷା ପାଇବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ
ଏବେ ଥଣ୍ଡା ବା କାଶର ନାଁ ଶୁଣିଲେ ସମସ୍ତଙ୍କ ଭିତରେ ଛନକା ପଶିଯାଉଛି । ଏହା କରୋନାର ଲକ୍ଷଣ ନୁହେଁ ତ? ପ୍ରଥମେ ଏମିତି ଧାରଣା ଆସୁଛି । ତେବେ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ । ଯଦି ଆପଣଙ୍କ ପାଖରେ ଥଣ୍ଡାର କୌଣସି ଲକ୍ଷଣ ଦେଖା ଯାଉଥାଏ, ତେବେ ଡାକ୍ତରଙ୍କ ପରାମର୍ଶ ନେବା ବହୁତ ଜରୁରି । ଏହାବ୍ୟତୀତ ଘରୋଇ ଜିନିଷର ବ୍ୟବହାର କରି ନିଜର ଉପଚାର କରିପାରିବେ ।
କଫ: ଅଦାକୁ ପାଣିରେ ଫୁଟାଇ ସେଥିରେ ମହୁ ମିଶାଇ ପିଇଲେ ଏହା କଫ, ଗଳାରେ ହେଉଥିବା ଖସ୍ଖସ୍ ସମେତ ସମସ୍ତ ଗଳାଜନିତ ସମସ୍ୟା ଦୂର କରିଥାଏ । ଅଦା କଫ ଦୂର କରିବା ସହ ଏଥିରେ ଥିବା ଆଣ୍ଟିଅକ୍ସିଡେଣ୍ଟ ରୋଗରୁ ମୁକ୍ତି ଦେଇଥାଏ । କିନ୍ତୁ ମଧୁମେହ ଥିଲେ ମହୁର ପରିମାଣ କମ୍ କରିବାକୁ ପଡିଥାଏ । କାରଣ ଏହା ସୁଗାରସ୍ତରକୁ ପ୍ରଭାବିତ କରିଥାଏ ।
ସୁପ୍ : ସାଧାରଣ ଥଣ୍ଡା ଓ ଫ୍ଲୁ ହୋଇଥିଲେ ଆଣ୍ଟିବାୟୋଟିକ୍ କାମ କରି ନଥାଏ । କାରଣ ଏହା ଭୂତାଣୁଜନିତ ରୋଗ । ତେଣୁ ଗରମାଗରମ ସୁପ୍ ପିଅନ୍ତୁ । ଆରାମ ଲାଗିବ । ସୁପ୍ ପିଇବା ଦ୍ୱାରା ନାକ ଓ ଗଳା ଖୋଲିଯାଇଥାଏ । ସୁପ୍ ପିଇବା ଦ୍ୱାରା ତୁରନ୍ତ ଆରାମ ମିଳିଥାଏ, କିନ୍ତୁ ୩୬ ଘଣ୍ଟାରୁ ଅଧିକ ସମୟ ଲକ୍ଷଣ ରହିଲେ ଡାକ୍ତର ପରାମର୍ଶ କରନ୍ତୁ ।
ଲାଭେଣ୍ଡର ଅଏଲ୍ : ମାଇଗ୍ରେନ୍ ଓ ମାନସିକ ଚିନ୍ତାକୁ ଦୂର କରିବା ପାଇଁ ଲାଭେଣ୍ଡର ଅଏଲ୍ ବ୍ୟବହାର କରିପାରିବେ । ମୁଣ୍ଡବିନ୍ଧା ହେଉ ଅବା ମାଇଗ୍ରେନ୍ ସାମାନ୍ୟ ଲାଭେଣ୍ଡର ଅଏଲ୍ ଶୁଙ୍ଘିବା ଦ୍ୱାରା ଯନ୍ତ୍ରଣା କମ୍ ହୋଇଥାଏ । ସେହିପରି ଲାଭେଣ୍ଡର ଚା’ ପିଇବା କିମ୍ବା ରୁମାଲରେ ଦୁଇବୁନ୍ଦା ଅଏଲ୍ ପକାଇ ଶୁଙ୍ଗିବା ଦ୍ୱାରା ମାନସିକ ଚିନ୍ତାକୁ ନିୟନ୍ତ୍ରିତ କରିପାରିବେ । ଏହା ଷ୍ଟ୍ରେସ୍ ସ୍ତରକୁ କମ୍ କରିଥାଏ । କିନ୍ତୁ ଏହା ସାମୟିକ ଭାବେ ଚିନ୍ତାରୁ ଦୂରେଇ ରଖିଥାଏ ।
Comments are closed.