ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର, ଆପଣଙ୍କ ସହରରେ କେତେ ରହିଛି ଜାଣନ୍ତୁ

Share It

ଦେଶରେ ଲଗାତାର ଭାବେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇବାରେ ଲାଗିଛି । ତୈଳ କମ୍ପାନୀମାନେ ଶୁକ୍ରବାର ପେଟ୍ରୋଲ ଲିଟର ପିଛା ୨୫ ପଇସା ଏବଂ ଡିଜେଲ ଲିଟର ପିଛା ୩୦ ପଇସା ବୃଦ୍ଧି କରିଛନ୍ତି । ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇବା ଫଳରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇବାରେ ଲାଗିଛି । ଲଗାତାର ୩ୟ ଦିନ ପାଇଁ ଦେଶରେ ବୃଦ୍ଧି ପାଇଛି ତୈଳ ଦର ।

ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ୯୦.୯୯ ଟଙ୍କା ପ୍ରତି ଲିଟର ଥିବା ବେଳେ ଡିଜେଲ ଲିଟର ପିଛା ୮୧.୪୨ ଟଙ୍କାକୁ ବୃଦ୍ଧି ପାଇଛି । ଗତ ୩ ଦିନ ମଧ୍ୟରେ ପେଟ୍ରୋଲ ୫୯ ପଇସା ଏବଂ ଡିଜେଲ ୬୯ ପଇସା ବୃଦ୍ଧି ଘଟିଲାଣି । ମାର୍ଚ୍ଚ ୨୦୨୦ରୁ ମାର୍ଚ୍ଚ ୨୦୨୧ ମଧ୍ୟରେ ପେଟ୍ରୋଲ ଦର ୨୧.୫୮ ଟଙ୍କା ବୃଦ୍ଧି ଘଟିଥିବା ବେଳେ ଡିଜେଲ ୧୯.୧୮ ପିଇସା ବୃଦ୍ଧି ଘଟିଛି । ଦେଶର ୪ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ନିର୍ବାଚନ ଚାଲୁରହିଥିବା ବେଳେ ଦେଶରେ ତୈଳ ଦର ସ୍ଥିର ରହିଥିଲା । କିନ୍ତୁ ଗତ ୩ ଦିନ ହେଲା ଲଗାତାର ଭାବେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇବାରେ ଲାଗିଛି ।

ସେହିଭଳି ରାଜଧାନୀ ଭୁବନେଶ୍ବରରେ ପେଟ୍ରୋଲ ଲିଟର ପିଛା ୨୪ ପଇସା ଏବଂ ଡିଜେଲ ୩୧ ପଇସା ବୃଦ୍ଧି ପାଇଛି । ଗୁରୁବାର ଭୁବନେଶ୍ୱରରେ ପେଟ୍ରୋଲ ୯୧.୬୮ ଟଙ୍କା ରହିଥିବା ବେଳେ ଡିଜେଲ ଦର ରହିଛି ୮୮.୬୯ ଟଙ୍କା । ମେ ୩ ତାରିଖ ଯାଏଁ ଦର ସ୍ଥିର ରହିଥିବା ବେଳେ ଗତ ୩ ଦିନ ଧରି ଲଗାତାର ଭାବେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇବାରେ ଲାଗିଛି ।


Share It

Comments are closed.