ଅଲମ୍ପିକ ତଥା ବିଜେପି ନେତା ସୁଶୀଲ କୁମାରଙ୍କ ନାଁରେ ହତ୍ୟା ମାମଲା, ତଦନ୍ତ ଆରମ୍ଭ କଲା ପୋଲିସ

Share It

ଅଲିମ୍ପିକ୍ ପଦକ ବିଜେତା ସୁଶୀଲ କୁମାର (ରେସଲର ସୁଶୀଲ କୁମାର) ଙ୍କ ବିରୋଧରେ ହତ୍ୟା ମାମଲା। ୨୩ ବର୍ଷୀୟ ପୂର୍ବତନ ଜୁନିୟର ଜାତୀୟ ଚାମ୍ପିଅନଙ୍କ ହତ୍ୟା ମାମଲାରେ ସୁଶୀଲ କୁମାରଙ୍କ ନାଁ ସାମନାକୁ ଆସିଛି। ଏହି ହତ୍ୟା ମାମଲାରେ ସୁଶୀଲ କୁମାରଙ୍କ ସମ୍ପୃକ୍ତ ଥିବା ନେଇ ଜଣାପଡିବା ପରେ ଦିଲ୍ଲୀ ପୋଲିସ ତାଙ୍କ ଘରେ ଚଢାଉ କରିଥିଲା।

ଖବର ଅନୁସାରେ, ଦିଲ୍ଲୀର ଛତ୍ରସାଲ ଷ୍ଟାଡିୟମରେ ଗତ ମଙ୍ଗଳବାର ଦିନ ଦୁଇ ଗୋଷ୍ଠୀ ରେସଲରଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା, ଯେଉଁଥିରେ ୨୩ ବର୍ଷୀୟ ରେସଲରଙ୍କ ମୃତ୍ୟୁ ହୋଇଥିଲା। କୁହାଯାଉଛି ଯେ ଏହି ପୁରା ମାମଲାରେ ଦିଲ୍ଲୀ ପୋଲିସ ସୁଶୀଲ କୁମାରଙ୍କ ସମେତ ଅନ୍ୟ ଦୁଇ ରେସଲରଙ୍କ ଘରେ ଚଢାଉ କରିଛି।

ଏହି ପ୍ରସଙ୍ଗରେ ଅତିରିକ୍ତ ଡିସିପି (ଉତ୍ତର-ପଶ୍ଚିମ) ଡକ୍ଟର ଗୁରୁକବାଲ ସିଂ ସିଦ୍ଧୁ କହିଛନ୍ତି , ହତ୍ୟାକାଣ୍ଡରେ ସୁଶୀଲ କୁମାରଙ୍କ ଭୂମିକା କ’ଣ ଥିଲା ସେ ନେଇ ଆମେ ତଦନ୍ତ କରୁଛୁ।  ଆମେ ଏକ ଟିମ୍ ଦଳକୁ ତାଙ୍କ ଘରକୁ ପଠାଇଥିଲୁ, କିନ୍ତୁ ସେ ଗାଏବ ଥିଲେ। ଆମେ ତାଙ୍କର ସନ୍ଧାନରେ ରହିଛୁ। ଅଭିଯୁକ୍ତମାନଙ୍କୁ ଖୋଜିବା ପାଇଁ ଅନେକ ଟିମ୍ ଗଠନ କରାଯାଇଛି। ଏହି ମାମଲାରେ ଏଫଆଇଆର ଓ ଏକ ପିସିଆର କଲ ଆଧାରରେ ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର (ଏଏସଆଇ) ଜିତେନ୍ଦ୍ର ସିଂଙ୍କ ଦ୍ୱାରା ମାମଲା ରୁଜୁ କରାଯାଇଥିଲା। ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ସୁଶୀଲ କୁମାର ଏବଂ ତାଙ୍କ ସହଯୋଗୀମାନେ ଏହି ଅପରାଧ କରିଛନ୍ତି।

ଚାରି ଘଣ୍ଟା ଧରି ଚାଲିଥିବା ଏହି ସଂଘର୍ଷରେ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି ବୋଲି ଏଫଆଇଆରରେ ଉଲ୍ଲେଖ କରାଯାଇଛି। ଏଡିସିପିଙ୍କ କହିବା ଅନୁସାରେ, ମୃତକଙ୍କ ନାମ ସାଗର କୁମାର। ଦିଲ୍ଲୀ ପୋଲିସର ହେଡ କନଷ୍ଟେବଳଙ୍କ ପୁଅ ଓ ଆହତ ହୋଇଥିବା ସୋନୁ ମହଲ (୩୫) ଏବଂ ଅମିତ କୁମାର (୨୭) ବୋଲି ଜଣାପଡିଛି। ଆମେ ଏକ FIR ରୁଜୁ କରିଛୁ ପ୍ରିନ୍ସ ଦଲାଲ (୨୪) ଙ୍କୁ ଗିରଫ କରାଯାଇ ଘଟଣାସ୍ଥଳରୁ ଏକ ଡବଲ ବ୍ୟାରେଲ ବନ୍ଧୁକ ଜବତ କରାଯାଇଛି।


Share It

Comments are closed.