ଶରୀରରେ ଇମ୍ୟୁନିଟି ବଢାଇବା ପାଇଁ ଗିଲୋଇରେ ପ୍ରସ୍ତୁତ କରନ୍ତୁ କାଢା

Share It

କରୋନା ସମୟରେ ଗିଲୋଇର ସେବନ ଆପଣ ଇମ୍ୟୁନିଟି ବଢ଼ାଇବା ପାଇଁ କରିପାରିବେ । ଏହା ଅନେକ ସ୍ୱାସ୍ଥ୍ୟ ସମସ୍ୟାକୁ ଠିକ୍‌ କରିବାରେ ସାହାଯ୍ୟ କରିଥାଏ । ଆସନ୍ତୁ ଜାଣିବା କେମିତି ଆମେ ଏହି ଗିଲୋଇର କାଢ଼ା ପ୍ରସ୍ତୁତ କରିବା –

୧- ଗିଲୋଇରେ ଆଣ୍ଟି-ଟକ୍ସିକ୍‌ ଆଣ୍ଟିପାୟରେଟିକ୍‌ ଓ ଆଣ୍ଟି ଅକ୍ସିଡେଣ୍ଟର ଗୁଣ୍ ଥାଏ । ଏହା ଇମ୍ୟୁନିଟି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ଗିଲୋଇରେ ଗଣ୍ଠି ଯନ୍ତ୍ରଣା , ଏସିଡିଟି, ତ୍ୱଚାର ଆଲର୍ଜି , ସର୍ଦ୍ଦି ଓ କାଶ ଭଳି ସମସ୍ୟାରୁ ମୁକ୍ତି ପାଇବାରେ ସାହାଯ୍ୟ କରିଥାଏ ।
୨- ଗିଲୋଇର କାଢ଼ା ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ୨ କପ୍‌ ପାଣି , ଗିଲୋଇର ୨ଟି ଛୋଟ ଛୋଟ ଖଣ୍ଡ , ୨ଟି ଡାଲଚିନି ଷ୍ଟିକ୍‌ , ୫ ତୁଳସୀ ପତ୍ର , ୮ ପୁଦିନା ପତ୍ର, ୨ଚାମଚ ମହୁ , ଅଧା ଚାମକ ହଳଦୀ , ୧ଚାମକ ଗୋଲ ମରିଚ ପାଉଡ଼ର ଓ ଅଦାର ଆବଶ୍ୟକତା ହୋଇଥାଏ ।
୩- ସର୍ବ ପ୍ରଥମେ ଏକ ପ୍ୟାନ୍‌ରେ ୨ କପ୍‌ ପାଣିକୁ ଅଳ୍ପ ତାପରେ ଗରମ କରନ୍ତୁ । ଏବେ ଏଥିରେ ଗିଲୋଇ ପକାନ୍ତୁ । ଏହାପରେ ଆଉ ସବୁ ରଖିଥିବା ଜିନିଷ ଏଥିରେ ପକାନ୍ତୁ ।

୪- ଏହି ପାଣିକୁ ଅଧା ହେବା ପର୍ଯ୍ୟନ୍ତ ଗରମ କରନ୍ତୁ । ଏହାପରେ ଏହି କାଢ଼ାକୁ ଥଣ୍ଡା କରି ଛାଣି ଦିଅନ୍ତୁ । ଏମିତି ଭାବେ ପ୍ରସ୍ତୁତ ହୋଇଯିବ ଆପଣଙ୍କର ଗିଲୋଇ କାଢ଼ା ।


Share It

Comments are closed.