କରୋନାରେ ଆଖି ବୁଜିଲେ ପ୍ରସିଦ୍ଧ ନ୍ୟୁଜ ଆଙ୍କର ରୋହିତ ସରଦାନା
ପ୍ରସିଦ୍ଧ ନ୍ୟୁଜ୍ ଆଙ୍କର୍ ରୋହିତ ସରଦାନାଙ୍କ ହୃଦଘାତରେ ଦେହାନ୍ତ ହୋଇଛି । ଦୀର୍ଘ ଦିନ ଧରି ଜି ନ୍ୟୁଜରେ ଆଙ୍କର୍ ଥିବା ରୋହିତ ସରଦାନା ଆଜି ପର୍ଯ୍ୟନ୍ତ ନ୍ୟୁଜ୍ ଚ୍ୟାନେଲରେ ଆଙ୍କର୍ ଭାବରେ କାର୍ଯ୍ୟ କରୁଥିଲେ । ଏବେ ସେ ଆଜ୍ ତକ୍ରେ ଆଙ୍କର ଭାବେ କାର୍ଯ୍ୟ କରୁଥିଲେ । ଏନେଇ ସୁଧୀର ଚୌଧୁରୀ ଟ୍ୱିଟ୍ କରି କହିଛନ୍ତି, ‘କିଛି ସମୟ ପୂର୍ବରୁ ମୋ ପାଖକୁ ଜିତେନ୍ଦ୍ର ଶର୍ମାଙ୍କ ଏକ କଲ ଆସିଥିଲା । ସେ ଯାହା କହିଲେ ଶୁଣି ମୋ ହାତ ଥରି ଉଠିଲା । ଆମର ବନ୍ଧୁ ତଥା ସହକର୍ମୀ ରୋହିତ ସରଦାନାଙ୍କ ମୃତ୍ୟୁ ଖବର ଆସିଥିଲା । ମୁଁ କଳ୍ପନା କରି ନ ଥିଲି ଯେ ଏହି ଭାଇରସ୍ ଆମ ନିକଟରୁ କାହାକୁ ଉଠାଇନେବ । ମୁଁ ଏଥିପାଇଁ ପ୍ରସ୍ତୁତ ନଥିଲି । ଏହା ହେଉଛି ଇଶ୍ବରଙ୍କ ଅନ୍ୟାୟ…। ଓମ୍ ଶାନ୍ତି। ‘ ଦୀର୍ଘ ଦିନ ଧରି ଟିଭି ମିଡିଆର ଚେହେରା ହୋଇ ଆସୁଥିବା ରୋହିତ ସରଦାନା ଆଜି ‘ଆଜ ତକ’ ନ୍ୟୁଜ ଚ୍ୟାନେଲରେ ଆଜି ପର୍ଯ୍ୟନ୍ତ ପ୍ରସାରିତ ହେଉଥିବା ସୋ ‘ଡଙ୍ଗଲ’କୁ ଆଙ୍କରିଙ୍ଗ କରୁଥିଲେ । ୨୦୧୮ ରେ ରୋହିତ ସରଦାନାଙ୍କୁ ଗଣେଶ ଶଙ୍କର ବିଦ୍ୟାର୍ଥି ପୁରସ୍କାର ପ୍ରଦାନ କରାଯାଇଥିଲା । ବରିଷ୍ଠ ସାମ୍ବାଦିକ ରାଜଦୀପ ସରଦେଶାଇ ମଧ୍ୟ ରୋହିତ ସରଦାନାଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଛନ୍ତି । ଟ୍ୱିଟରରେ ଶ୍ରଦ୍ଧାଞ୍ଜଳି ଦେଇ ସେ କହିଛନ୍ତି, ‘ବନ୍ଧୁଗଣ, ଏହା ଅତ୍ୟନ୍ତ ଦୁଖଦ ଖବର । ପ୍ରସିଦ୍ଧ ଟିଭି ନ୍ୟୁଜ୍ ଆଙ୍କର୍ ରୋହିତ ସରଦାନାଙ୍କ ଦେହାନ୍ତ ହୋଇଛି । ଆଜି ସକାଳେ ତାଙ୍କର ହୃଦଘାତ ହୋଇଛି । ତାଙ୍କ ପରିବାର ପ୍ରତି ଗଭୀର ସମବେଦନା । ‘
Comments are closed.