ସରକାରଙ୍କ ନୂଆ ନିର୍ଦ୍ଦେଶାବଳୀ, ଏବେ କରୋନା ଆକ୍ରାନ୍ତଙ୍କୁ ମିଳିବ ୧୦ ହଜାର ଟଙ୍କା
ଦିଲ୍ଲୀରେ ଲଗାତାର କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଛି। ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୯୮ ହଜାର ପାର କରିସାରିଛି। ସଂକ୍ରମଣ ରୋକିବା ପାଇଁ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଲକଡାଉନ୍ ଆରମ୍ଭ କରିଦିଆ ଯାଇଛି। ଏହି କାରଣରୁ ପ୍ରବାସୀ ଶ୍ରମିକ ପଳାୟନ କରୁଛନ୍ତି। ଏସବୁ ସମସ୍ୟାକୁ ଦେଖି ସରକାର ନିକଟରେ ନିର୍ମାଣ ଶ୍ରମିକଙ୍କ ଆକାଉଣ୍ଟରେ ୫୦୦୦ ଟଙ୍କା ଟ୍ରାନ୍ସଫର କରିତିଲେ। ସେଭଳି ନିର୍ମାଣ ଶ୍ରମିକଙ୍କ ହାତରେ ଆଉ ଏକ ବଡ ନିଷ୍ପତ୍ତି ନେଇଛନ୍ତି।
ଦିଲ୍ଲୀ ସରକାରଙ୍କ ପକ୍ଷରୁ ଏବେ ସମସ୍ତ ଶ୍ରମିକ ଓ ତାଙ୍କ ପରିବାରକୁ ୫ ରୁ ୧୦ ହଜାର ଟଙ୍କା ଆକାଉଣ୍ଟକୁ ଟ୍ରାନ୍ସଫର କରାଯିବ। ଯେଉଁମାନେ କରୋନା ପଜିଟିଭ ତାଙ୍କୁ ଏହି ଟଙ୍କା ଦିଆଯିବ। ଦିଲ୍ଲୀ ସରକାର ଏହି ସମସ୍ତଙ୍କ ରିପୋର୍ଟର ଯାଞ୍ଚ ଆଇସିଏମଆର ପୋର୍ଟାଲରେ କରିବେ। ଯାଞ୍ଚ ପରେ ସରକାର ଏହି ସମସ୍ତ କରୋନା ପଜିଟିଭ ଶ୍ରମିକଙ୍କ ଆକାଉଣ୍ଟରେ ଆର୍ଥିକ ସହାୟତା ରାଶି ଟ୍ରାନ୍ସଫର କରିବେ।
ଦିଳ୍ଲୀ ସରକାରଙ୍କ ଶ୍ରମ ବିଭାଗ ଘୋଷଣା କରିଥିଲା ଯେ, ଏହି ମହାମାରୀରେ କରୋନା ପଜିଟିଭ ହୋଇ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କ ସହାୟତାରେ ୫ ରୁ ୧୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ।
Comments are closed.