ବହି ପଢିବା ସ୍ୱାସ୍ଥ୍ୟ ପାଇଁ କେତେ ହିତକର ଜାଣନ୍ତୁ
କୁହାଯାଏ ବହି ଆମର ଭଲ ବନ୍ଧୁ ହୋଇଥାଏ । ଏହା ଆମକୁ କିଛି ନ ମାଗି ଜୀବନରେ ବହୁତ ଶିକ୍ଷା ଦେଇଥାଏ । କିଛି ଲୋକ ବହି ପଢିବାକୁ ବିରକ୍ତ ଅନୁଭବ କରୁଥିବାବେଳେ ଆଉକିଛି ଲୋକ ବହି ନପଢିଲେ ଶୋଇ ପାରନ୍ତି ନାହିଁ । ବାସ୍ତବରେ, ବହି ପଢିବା ଦ୍ୱାରା ଆମର ଜ୍ଞାନ ବଢିବା ସହିତ ସ୍ୱାସ୍ଥ୍ୟକୁ ମଧ୍ୟ ଅନେକ ଲାଭ ମିଳିଥାଏ । ବିଶ୍ୱରେ ପ୍ରତିବର୍ଷ ୨୩ ଏପ୍ରିଲରେ ‘ୱାଲର୍ଡ ବୁକ୍ ଡେ’ ପାଳନ କରାଯାଏ । ଯାହାଦ୍ୱାରା ଲୋକମାନେ ଏହାର ଉପକାରିତା ବିଷୟରେ ଅବଗତ ହୋଇପାରିବେ । ତେବେ ଚାଲନ୍ତୁ ଜାଣିବା ବହି ପଢିବାର ଫାଇଦା ବିଷୟରେ…
ପ୍ରତ୍ୟେକ ଦିନ ୩୦ ମିନିଟ୍ ପଢନ୍ତୁ ବହି : ପ୍ରତିଦିନ ଶୋଇବା ପୂର୍ବରୁ ୩୦ ମିନିଟ୍ ବହି ପଢିବା ଦ୍ୱାରା ମନ ଶାନ୍ତ ରହିବା ସହିତ ଚିନ୍ତା ଦୂର ହୋଇଥାଏ । ଏକାଗ୍ରତା ଶକ୍ତି ବଢିଥାଏ ।
ଜ୍ଞାନ ବଢାଇଥାଏ : ଆପଣ ନିଜର ମନପସନ୍ଦ ବହି ପଢିପାରିବେ । ଏହା ବିଭିନ୍ନ ଜିନିଷ ବିଷୟରେ ଆପଣଙ୍କର ଜ୍ଞାନ ବୃଦ୍ଧି କରିବା ସହିତ ନୂତନ କଥା ଏବଂ ଜିନିଷ ଶିଖାଇଥାଏ । ଏହା ଆପଣଙ୍କ ମନକୁ ନୂଆ ଚିନ୍ତାଧାରା ଆଣିଥାଏ । ଦୁନିଆର ସବୁଠାରୁ ବଡ ସତ୍ୟ ହେଉଛି ଆପଣ ଜୀବନରେ ଚାକିରି, ଅର୍ଥ, ପରିବାର, ସ୍ୱାସ୍ଥ୍ୟ ଇତ୍ୟାଦି ହରାଇ ପାରିବେ କିନ୍ତୁ କେହି ଜ୍ଞାନ ଛଡ଼ାଇ ନେଇ ପାରିବେ ନାହିଁ ।
ହୃତପିଣ୍ଡ ସୁସ୍ଥ ରହିଥାଏ : ପ୍ରତିଦିନ ବହି ପଢିବା ଦ୍ୱାରା ହୃତପିଣ୍ଡ ଗତି ଠିକ୍ ରହିଥାଏ । ହୃତପିଣ୍ଡ ସୁସ୍ଥ ରହିବାରୁ ଏହା ଜନିତ ରୋଗର ଆଶଙ୍କା କମ୍ ରହିଥାଏ ।
ଭଲ ନିଦ ହୋଇଥାଏ : ଅନିଦ୍ରାରେ ପିଡିତ ଲୋକମାନେ ପ୍ରତ୍ୟେକଦିନ ଶୋଇବା ପୂର୍ବରୁ ବହି ପଢିବା ଆବଶ୍ୟକ । ଏହାଦ୍ୱାରା ମସ୍ତିଷ୍କର ସ୍ନାୟୁ ଶାନ୍ତ ହୋଇ ଭଲ ଏବଂ ଗଭୀର ନିଦ ହେବାରେ ସାହାଯ୍ୟ କରିଥାଏ । ଏଥିଲାଗି ଶୋଇବା ପୂର୍ବରୁ ୧ ଘଣ୍ଟା ବହି ପଢନ୍ତୁ ।
ଏକାପଣ ହୋଇଥାଏ ଦୂର : କୁହାଯାଏ ବହି ମଣିଷର ଭଲ ବନ୍ଧୁ ହୋଇଥାଏ । ବ୍ୟକ୍ତିର ଏକାପଣ ଦୂର କରିବାରେ ସାହାଯ୍ୟ କରିଥାଏ ।
Comments are closed.