କାଶରେ ଦେଖାଯାଉଥିଲେ ଏଭଳି ସଙ୍କେତ ହୋଇଯାଆନ୍ତୁ ସାବଧାନ
ଆତଙ୍କ ସୃଷ୍ଟି କରିଛି କରୋନାର ଦ୍ଵିତୀୟ ଲହରୀ। ଚାରିଆଡେ ହା ହାକାର ସୃଷ୍ଟି କରିଛି ଏହି ଅଦୃଶ୍ୟ ଭୂତାଣୁ। କରୋନା ଠାରୁ ନିଜକୁ ଦୂରରେ ରଖିବା ପାଇଁ ମାସ୍କ, ସାନିଟାଇଜର ଓ ସାମାଜିକ ଦୂରତା ଜରୁରୀ ହୋଇପଡିଛି। ତେବେ ଏଭଳି ସଙ୍କଟପୂର୍ଣ୍ଣ ସ୍ଥିତିରେ ଯଦି ଆପଣ କିଛି ବି ଅସହଜ ଅନୁଭବ କରୁଛନ୍ତି ତେବେ ଘରେ ରହି ନିଜର ଧ୍ୟାନ ନିଅନ୍ତୁ। କାଶ ଥଣ୍ଡାରୁ କରୋନାର ଲକ୍ଷଣ ଜାଣିବା ମୁସ୍କିଲ ହୋଇଥିଲେ ମଧ୍ୟ ଯଦି ଆପଣଙ୍କ କାଶରେ ଏହି ସବୁ ଲକ୍ଷଣ ଦେଖାଯାଉଛି ତେବେ ହୋଇଯାଆନ୍ତୁ ସାବଧାନ।
ଶୁଖିଲା କାଶ– ଶୁଖିଲା କାଶ ହେଉଛି କରୋନାର ଏକ ସାଧାରଣ ଲକ୍ଷଣ। ୫୯ ରୁ ୮୨ ପ୍ରତିଶତ କରୋନା ରୋଗୀଙ୍କୁ ଆରମ୍ଭରୁ ଶୁଖିଲା କାଶ ହେଉଛି। ତେଣୁ ଶୁଖିଲା କାଶ ହେଉଥିଲେ ତୁରନ୍ତ ଟେଷ୍ଟ କରାଇ ନିଅନ୍ତୁ।
ଲଗାତର କାଶ- ଯଦି ଆପଣଙ୍କର ଲଗାତର କାଶ ହେଉଛି ତେବେ ସାବଧାନ। ଏହା କରୋନାର ଲକ୍ଷଣ ହୋଇପାରେ। ଲଗାତର କାଶ ହେବା ଦ୍ଵାରା ଗଳାରେ ଏୟାରୱେଜ୍ ପ୍ରଭାବିତ ହୋଇଥାଏ।
ନିଃଶ୍ଵାସ ନେବାରେ ଅସୁବିଧା- କାଶ ସହ ଯଦି ନିଃଶ୍ଵାସ ନେବାରେ ଅସୁବିଧା ହେଉଛି ତେବେ ଏହା କରୋନାର ଲକ୍ଷଣ ହୋଇପାରେ। ଏହା କୋଣସି ସିଜନାଲ ଫ୍ଲୁର ଲକ୍ଷଣ ନୁହେଁ ବରଂ କରୋନାର ଲକ୍ଷଣ।
ତଣ୍ଟି ବ୍ୟଥା- ଯଦି ଆପଣଙ୍କୁ ଶୁଖିଲା କାଶ, ଜ୍ଵର, ଥକ୍କାପଣ ସହ ତଣ୍ଟିବ୍ୟଥା ହୋଇଥାଏ ତେବେ ଏହା କରୋନାର ଲକ୍ଷଣ ହୋଇପାରେ।
ଶୁଙ୍ଘିବା ଶକ୍ତି ହରେଇବା- ଥଣ୍ଡା ହେଲେ ପ୍ରାୟତଃ ନାକ ଜାମ ହୋଇଯାଏ। ଫଳରେ ଗନ୍ଧବାରି ହୁଏ ନାହିଁ। ହେଲେ ଏହା ମଧ୍ୟ କରୋନାର ଆଉ ଏକ ଲକ୍ଷଣ। ଯଦି ଉପରୋକ୍ତ ଲକ୍ଷଣ ଗୁଡିକ ଆପଣଙ୍କ ଶରୀରରେ ଦେଖାଯାଉଛି ତେବେ ହୋଇଯାଆନ୍ତୁ ସାବଧାନ୍। ଏହାକୁ ଥଣ୍ଡା ଜ୍ଵର ନଭାବି ତୁରନ୍ତ ଯାଇ କରୋନା ଟେଷ୍ଟ କରନ୍ତୁ।
Comments are closed.