ଉତ୍କଳ ହସ୍ପିଟାଲରେ ସିହାନ ସିନ୍ଡ୍ରୋମ ରୋଗୀଙ୍କ ଚିକିତ୍ସା
ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ଉତ୍କଳ ହସ୍ପିଟାଲରେ ସିହାନ ସିନ୍ଡ୍ରୋମ ରୋଗରେ ପିଡୀତ ଜଣେ ରୋଗୀ ଚିକିତ୍ସିତ ହୋଇ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି । ଦୀର୍ଘ ୧୫ ହେବ କାମାକ୍ଷାନଗର ଅଞ୍ଚଳର ପ୍ରଭାସିନୀ ଦାସ, ବୟସ ୪୫ ହୋଇଥିବା ବେଳେ, ସେ ଗତ ପନ୍ଦର ବର୍ଷ ହେବ ବହୁ ସ୍ୱାସ୍ଥ୍ୟ ସମସ୍ୟାର ସମୁଖୀନ ହେଉଥିଲେ । ତାଙ୍କର ଶେଷ ସନ୍ତାନ ଜନ୍ମ ହେବାର ୩ ମାସ ପରଠାରୁ ସେ ବହୁ ସ୍ୱାସ୍ଥ୍ୟ ସମସ୍ୟାର ସମୁଖୀନ ହେଉଥିଲେ । ଏହି କାରଣରୁ ତାଙ୍କ ଦେହରୁ ସୋଡିୟମ ଓ ସୁଗାର ସ୍ତର ବାରମ୍ବାର କମିବା ସହ ସେ ପ୍ରତି ବର୍ଷ ୩-୪ ଥର ଡାକ୍ତରଖାନାରେ ଭର୍ତ୍ତି ମଧ୍ୟ ହେଉଥିଲେ ।
ଉକ୍ତଳ ହସ୍ପିଟାଲର ବରିଷ୍ଠ ପରାମର୍ଶଦାତା ଇଣ୍ଟରନାଲ୍ ମେଡିସିନ୍ ଡଃ ସିତିକାନ୍ତ ନନ୍ଦଙ୍କ କହିବା ଅନୁସାରେ, “ହସ୍ପିଟାଲ ଆସିବା ବେଳେ ରୋଗୀର ସ୍ୱାସ୍ଥ୍ୟ ଅବସ୍ତ ବହୁତ ଜଟିଳ ଥିଲା । ତାଙ୍କୁ ତୁରନ୍ତ ଆଇସିୟୁରେ ଭର୍ତ୍ତି କରିବାକୁ ପରାମର୍ଶ ଦିଆଗଲା । ଏହାପରେ ତାଙ୍କର ହର୍ମୋନାଲ ପରୀକ୍ଷା, ଏମଆରଆଇ ଓ ଅନ୍ୟାନ୍ୟ ପରୀକ୍ଷାରୁ ଜଣାଗଲା ଯେ, ରୋଗୀ ସିହାନ ସିନ୍ଡ୍ରୋମ ରୋଗରେ ପିଡୀତ । ହସ୍ପିଟାଲ ପକ୍ଷରୁ ରୋଗୀକୁ ହରମୋନ ରିପ୍ଲେସ୍ମେଣ୍ଟ ଥେରାପି ଦିଆଗଲା ଯାହାଦ୍ୱାରା ରୋଗୀର ସୋଡିୟମ ଓ ସୁଗାର ସ୍ତର ସ୍ଥିର ହେବା ସହ ତାହା ସ୍ୱାସ୍ଥ୍ୟର ମଧ୍ୟ ଉନ୍ନତି ଘଟିଲା । ଏହା ଏକ ବିରଳ ଡାଇଗ୍ନୋସିସ୍ ଯାହା ଗତ ପନ୍ଦର ବର୍ଷ ହେବ କେଉଁଠାରେ ଭଲ ହୋଇନଥିବା ବେଳେ, ରୋଗୀ ଉତ୍କଳ ହସ୍ପିଟାଲରେ ଚିକିତ୍ସିତ ହୋଇ ସୁସ୍ଥ ହୋଇଛନ୍ତି ।”
Comments are closed.