ପୁଣି ନିଜର ଉଦାରତା ଦେଖାଇଲେ ରତନ ଟାଟା, କରୋନା ରୋଗୀଙ୍କୁ ଅକ୍ସିଜେନ ଯୋଗାଇ ଦେବା ପାଇଁ ନେଲେ ବଡ ପଦକ୍ଷେପ
ସକାଳୁ ସକାଳୁ ଟୁଇଟରରେ #ThisIsTat ଖୁବ୍ ଟ୍ରେଣ୍ଡ କରୁଛି। ତେବେ ଏଭଳି ହ୍ୟାଶଟ୍ୟାଗ୍ ଦିଆଯାଇ #ThisIsTata. ଟ୍ରେଣ୍ଡ କରିବାର କାରଣ କ’ଣ ଜାଣନ୍ତି କି? ସବୁଥର ଭଳି ଏଥର ମଧ୍ୟ ରତନ ଟାଟା ଦେଖାଇନ୍ତି ତାଙ୍କର ଉଦାରତା। ସେଥିପାଇଁ ତ ପୁଣିଥରେ ଦେଶବାସୀଙ୍କ ମନ କିଣିନେଇଛନ୍ତି। ସୋସିଆଲ ମିଡିଆ ୟୁଜର ଉଦ୍ୟୋଗପତିଙ୍କୁ ଧନ୍ୟବାଦ ଜଣାଇ ହ୍ୟାଶଟ୍ୟାଗ୍ ବ୍ୟବହାର କରିଛନ୍ତି। ରତନ ଟାଟାଙ୍କୁ ଏତେ ବହୁ ପରିମାଣରେ ପ୍ରଶଂସା କରାଯିବାର କାରଣ ହେଉଛି କରୋନା ରୋଗୀଙ୍କୁ ଅକ୍ସିଜେନ୍ ଯୋଗାଇ ଦେବା ପାଇଁ ବଡଧରଣ ପଦକ୍ଷେପ ନେଇଛନ୍ତି।
କରୋନା ସହ ଚାଲିଥିବା ଏହି ଯୁଦ୍ଧରେ ରୋଗୀଙ୍କୁ ଅକ୍ସିଜେନର ଅଭାବ ନେଇ ପ୍ରତିଦିନ ଅଭିଯୋଗ ହେଉଛି। ଏବେ ଏହି ଅକ୍ସିଜେନ୍ ଅଭାବକୁ ଦୂର କରିବାକୁ ରତନ ଟାଟା ୨୪ କ୍ରାୟୋଜୋନିକ୍ କଣ୍ଟେନର ଆମଦାନୀ କରିବାର ନିଷ୍ପତ୍ତି ନେଇଛନ୍ତି। କୁହାଯାଉଛି ଯେ, ଏହାଦ୍ୱାରା ଦେଶରେ ଅକ୍ସିଜେନ୍ ସିଲିଣ୍ଡରର ଅଭାବ ଦୂର ହୋଇପାରିବ।
ଟାଟା ଗ୍ରୁପ ନିଜର ଅଫିସିଆଲ ଟୁଇଟର ଆକାଉଣ୍ଟରୁ ଲେଖିଛି, ଭାରତର ଲୋକଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅପିଲ ପ୍ରଶଂନୀୟ। ଟାଟା ଗ୍ରୁପରେ କୋଭିଡ୍-୧୯ ବିରୋଧରେ ଲଢେଇକୁ ଆହୁରି ଦୃଢ କରିବାକୁ ସବୁ ପ୍ରକାର ଚେଷ୍ଟା କରୁଛି। ଅକ୍ସିଜେନ୍ ସଙ୍କଟକୁ କମ୍ କରିବା, ସ୍ୱାସ୍ଥ୍ୟ ପାଇଁ ମୌଳିକ ଭିତ୍ତିଭୂମୀକୁ ପ୍ରୋତ୍ସାହନ ଦେବାର ଏକ ଚେଷ୍ଟା। ଆଉ ଏକ ଟୁଇଟରେ କମ୍ପାନୀ ଲେଖିଛି, ଟାଟା ଗ୍ରୁପ୍ ତରଳ ଅକ୍ସିଜେନ୍ ପରିବହନ ପାଇଁ ୨୪ କ୍ରାୟୋଜୋନିକ୍ କଣ୍ଟେନର ଆମଦାନୀ କରିବାକୁ ଯାଉଛି।
ମଙ୍ଗଳବାର ଟାଟା ଗ୍ରୁପ୍ ନିଜର ଅଫିସିଆଲ ଆକାଉଣ୍ଟରେ ଲେଖିଥିଲା,ଅକ୍ସିଜେନ୍ସ ସଙ୍କଟକୁ ଦେଖି ଭାରତର ସ୍ୱାସ୍ଥ୍ୟଗତ ଢାଞ୍ଚାକୁ ଆମେ ମଜବୁତ କରିବାକୁ ଚେଷ୍ଟା କରୁଛୁ। ଉଲ୍ଲେଖନୀୟ ଯେ, ଏହାର ଗୋଟେ ଦିନ ପୂର୍ବରୁ ରାଜ୍ୟ ସରକାର ଓ ହସ୍ପିଟାଲକୁ ପ୍ରତିଦିନ ୨୦୦-୩୦୦ ଟନ୍ ଲିକ୍ବିଡ୍ ମେଡିକାଲ ଅକ୍ସିଜେନ୍ ପଠାଉଛୁ।
Comments are closed.