ଦ୍ୱିତୀୟ ଥର ପାଇଁ କରୋନାରେ ଆକ୍ରାନ୍ତ ହେଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ ୟେଦିୟୁରପ୍ପା
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି. ଏସ୍. ୟେଦିୟୁରପ୍ପା ପୁଣି ଥରେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନିଜ ବାସଭବନରେ ଜରୁରୀ ବୈଠକ ଡକାଇଥିଲେ ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପା । ତେବେ ବୈଠକର କିଛି ସମୟ ପରେ ସେ ହଠାତ ଅସୁସ୍ଥ ଅନୁଭବ କରିଥିଲେ ଏବଂ ତାଙ୍କୁ ବେଙ୍ଗାଲୁରୁର ରମୈୟା ମେମୋରିୟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ମଣିପାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ସେଠାରେ ପରୀକ୍ଷା ପରେ ସେ କରୋନାରେ ଆକ୍ରାନ୍ତ ହୋଇଥିବା ମେଡିକାଲ ଟିମ ସୂଚନା ଦେଇଛନ୍ତି । ଏହା ପୂର୍ବରୁ ମଧ୍ୟ ୟେଦିୟୁରପ୍ପା କରୋନା ସଂକ୍ରମିତ ହୋଇ ସୁସ୍ଥ ହୋଇଥିଲେ । ତେବେ ଦ୍ୱିତୀୟ ଥର ପାଇଁ ସେ ସଂକ୍ରମିତ ହୋଇଥିବା ହସ୍ୱିଟାଲ ପକ୍ଷରୁ ସୂଚନା ଜାରି କରାଯାଇଛି ।
ସୂଚନାଯୋଗ୍ୟ, ଶୁକ୍ରବାର ସକାଳେ ରାଜ୍ୟରେ କରୋନା ସ୍ଥିତି ନେଇ ଜରୁରୀ ବୈଠକ ଡକାଇଥିଲେ ୟେଦିୟୁରପ୍ପା । ବୈଠକରେ କର୍ଣ୍ଣାଟକ ସ୍ୱାସ୍ଥ୍ୟମନ୍ତ୍ରୀ କେ. ସୁଧାକରଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ୟେଦିଙ୍କ ବାସଭବନରେ ପ୍ରାୟ ଦେଢ ଘଣ୍ଟା ଧରି ବୈଠକ ଚାଲିଥିଲା । ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ୟେଦିୟୁରପ୍ପା କହିଥିଲେ ଯେ, ବେଙ୍ଗାଲୁରୁରେ କରୋନା ସ୍ଥିତି ଜଟିଳ ହୋଇପଡିଛି । ତେବେ ଏହାର କିଛି ସମୟ ପରେ ସେ ହଠାତ ଅସୁସ୍ଥ ହୋଇପଡିଥିଲେ । ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲ । ସେଠାରେ ୟେଦିୟୁରପ୍ପା କରୋନା ଆକ୍ରାନ୍ତ ହୋଇଥିବା ନେଇ ଜଣାପଡିଥିଲା । ତେବେ କିଛି ଦିନ ତଳେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି. ଏସ୍ ଦେୟିୟୁରପ୍ପା କରୋନା ଭ୍ୟାକସିନ ମଧ୍ୟ ନେଇଥିଲେ । ତେବେ ପୁଣି ଥରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କରୋନା ସଂକ୍ରମିତ ହେବା ଚିନ୍ତାର କାରଣ ପାଲଟିଛି ।
Comments are closed.