କରୋନାରେ ଆକ୍ରାନ୍ତ ହେଲେ ବାପି ଲେହେରୀ
ବଲିଉଡ ପ୍ରସିଦ୍ଧ କଣ୍ଠଶିଳ୍ପୀ ତଥା କମ୍ପୋଜର ବାପି ଲେହେରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ତାଙ୍କୁ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବାପିଙ୍କ ଝିଅ ରୀମା ଲେହେରୀ ବୟାନ ଜାରି କରି ଏହି ସୂଚନା ଦେଇଛନ୍ତି। ବୟାନରେ ଲେଖାଯାଇଛି- ବାପି ଦା ଅତ୍ୟଧିକ ସତର୍କତା ଅବଲମ୍ବନ କରିବା ସତ୍ତ୍ୱେ ତାଙ୍କ ଦେହରେ ସାମାନ୍ୟ କୋଭିଡ୍ ଲକ୍ଷଣ ଦେଖାଯାଇଥିଲା। କରୋନା ରିପୋର୍ଟ ପଜିଟିଭି ଆସିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ସେ ଖୁବ୍ଶୀଘ୍ର ଠିକ ହୋଇଯିବେ ଏବଂ ଘରକୁ ଯିବେ ବୋଲି କୁହାଯାଉଛି। ଦିନକୁ ଦିନ କରୋନା ଭାଇରସ ବୃଦ୍ଧି ପାଇବାରେ ଲାଗିଛି। ବଲିଉଡ ଇଣ୍ଡଷ୍ଟ୍ରିର ଅନେକ ତାରକା ମଧ୍ୟ କରୋନା ସଂକ୍ରମିତ ହୋଇସାରିଛି। କାର୍ତ୍ତିକ ଆର୍ଯ୍ୟନ୍, ଆମୀର ଖାନ, ସତୀଶ କୌଶିକ, ରଣବୀର କପୁର, ସଞ୍ଜୟ ଲୀଲା ଭନସାଲୀ, ଅମିତାଭ ବଚ୍ଚନଙ୍କ ପରି ଅନେକ ତାରକା କରୋନା ଆକ୍ରାନ୍ତ ହୋଇସାରିଛନ୍ତି।
Comments are closed.