କରୋନାରେ ଆକ୍ରାନ୍ତ ଥିବା ଉତ୍ତରାଖଣ୍ଡର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର, ଦିଲ୍ଲା ଏମ୍ସକୁ ସ୍ଥାନାନ୍ତର

Share It

କରୋନା ସଂକ୍ରମିତ ହୋଇଥିବା ଉତ୍ତରାଖଣ୍ଡର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ହରିଶ ରାୱତଙ୍କ ସ୍ୱାସ୍ଥ୍ୟବସ୍ଥା ଦିନକୁ ଦିନ ବଗିଡିବାରେ୍ ଲାଗିଛି । ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ରାଷ୍ଟ୍ରିୟ ମହାସଚିବ ହରିଷ ରାୱତଙ୍କ ସମେତ ତାଙ୍କ ଝିଅ ଏବଂ ପତ୍ନୀ ବୁଧବାର ଦିନ କରୋନାରେ ଆକ୍ରାନ୍ତ ହୋଇଥିବାର ଜଣାପଡିଥିଲା । ଜାଣିବାକୁ ଏହା ମିଳିଛି ଯେ, ହରିଶଙ୍କ ଜ୍ୱର ଥମିବାର ନାମ ନେଉ ନାହିଁ । ସେଥିପାଇଁ ତାଙ୍କୁ ଦିଲ୍ଲୀ ଏମ୍ସ ରେଫର କରାଯା୍‌ଇଛି । ହରିଷ ରାୱତଙ୍କୁ ଏୟାରଲିଫ୍ଟ ଜରିଆରେ ଦିଲ୍ଲୀ ଏମ୍ସ ନିଆଯାଉଛି । ଏ ସଂପର୍କରେ ସୂଚନା ତାଙ୍କର ପୂର୍ବତ୍ତନ ପରାମର୍ଶ ଦାତା ସୁରେନ୍ଦ୍ର ଅଗ୍ରୱାଲ ଦେଇଛନ୍ତି ।
ହରିଷ ରାୱତଙ୍କ ସ୍ୱାସ୍ଥ୍ୟବସ୍ଥା ତଦରାଖ ପାଇଁ ତାଙ୍କୁ ସକାଳୁ ସକାଳୁ ଡୁନ ହସ୍ପିଟାଲ ନିଆଯାଇଥିଲା । ସେଠାରେ ରାୱତଙ୍କ ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ଡାକ୍ତର ତାଙ୍କୁ ଦିଲ୍ଲୀ ଏମ୍ସ ରେଫର କରିଛନ୍ତି ।


Share It

Comments are closed.