ଭାରତରେ ୫ଜି ସେବା ପାଇଁ ଏୟାରଟେଲ ଏବଂ କ୍ୱାଲକମ ମଧ୍ୟରେ ସହବନ୍ଧିତା ଘୋଷଣା
ଭୁବନେଶ୍ୱର: ଭାରତରେ ୫ଜି ସେବାକୁ ଦୃଢ଼ୀଭୂତ କରିବା ପାଇଁ ଏୟାରଟେଲ ଏବଂ କ୍ୱାଲକମ ଟେକ୍ନୋଲୋଜି ମଧ୍ୟରେ ସହବନ୍ଧିତାର ଘୋଷଣା କରାଯାଇଛି । ନୀକଟରେ ହାଇଦ୍ରାବାଦ ସହରରେ ଏକ ଲାଇଭ ବାଣିଜ୍ୟିକ ନେଟୱର୍କ ଉପରେ ୫ଜି ର ସଫଳ ପରୀକ୍ଷଣ କରିବାରେ ଏୟାରଟେଲ ଭାରତର ପ୍ରଥମ ଟେଲିକମ ସଂସ୍ଥା ହୋଇଛି । ଭର୍ଚୁଆଲାଇଜଡ ଏବଂ ମୁକ୍ତ ର୍ୟାନ ଆଧାରିତ ୫ଜି ନେଟୱର୍କ ନେଇ ଆଣିବା ଲାଗି ନିଜର ନେଟୱର୍କ ଭେଣ୍ଡର ଏବଂ ଡିଭାଇସ ସହଯୋଗୀ ଜରିଆରେ ଏୟାରଟେଲ କ୍ୱାଲକମର ୫ଜି ର୍ୟାନ ପ୍ଲାଟଫର୍ମର ବ୍ୟବହାର କରିବ । ଓ-ର୍ୟାନ ଚୁକ୍ତିର ଏକ ବୋଡ ସଦସ୍ୟ ଭାବେ ଏୟାରଟେଲ ଭାରତରେ ଓ-ର୍ୟାନ ଆଭିମୁଖ୍ୟର ଅନୁସନ୍ଧାନ ଏବଂ କାର୍ଯ୍ୟକାରୀ ପାଇଁ କ୍ୱାଲକମ ଟେକ୍ନୋଲୋଜି ସହିତ କାର୍ଯ୍ୟ କରୁଛି । ଓ-ର୍ୟାନର ପରିବର୍ତନୀୟ ଏବଂ ସ୍କେଲେବଲ ସ୍ଥାପତ୍ୟ କ୍ଷୁଦ୍ର ଏବଂ ମଧ୍ୟମ ବ୍ୟବସାୟଗୁଡ଼ିକୁ ୫ଜି ନେଟୱର୍କର ନିୟୋଜନ କ୍ଷେତ୍ରରେ କାର୍ଯ୍ୟକ୍ଷମ ଖେଳାଳୀରେ ପରିଣତ ହେବା ଲାଗି ନୂଆ ସୁଯୋଗ ସୃଷ୍ଟି କରିବ ।
ଏହି ବ୍ୟତୀତ ଘରେ ଏବଂ ବ୍ୟବସାୟ କ୍ଷେତ୍ରରେ ଜିଗାବାଇଟ ସ୍ପିଡର ବ୍ରଡବ୍ୟାଣ୍ଡ କନେକ୍ଟିିଭିଟି ଯୋଗାଇବା ପାଇଁ ପ୍ରସ୍ତୁତ ହୋଇଥିବା ୫ଜି ଫିକ୍ସଡ ୱାୟରଲେସ ଆକ୍ସେସ୍ (ଏଫଡବ୍ଲୁଏ)ସମେତ ଉପଯୋଗ ମାମଲାର ଏକ ବ୍ୟାପକ ଶୃଙ୍ଖଳକୁ ସକ୍ଷମ କରିବା ପାଇଁ ଏୟାରଟେଲ ଏବଂ କ୍ୱାଲକମ ଟେକ୍ନୋଲୋଜି ଏକତ୍ର କାର୍ଯ୍ୟ କରିବେ । ଏହି ସହବନ୍ଧିତା “ଲାଷ୍ଟ ମାଇଲ” କନେକ୍ଟିିଭିଟି ଆହ୍ୱାନଗୁଡ଼ିକ ପାଇଁ ଭାରତରେ ବ୍ରଡବ୍ୟାଣ୍ଡ ସେବାଗୁଡ଼ିକୁ ଏକ ବ୍ୟୟବହୁଳ ତଥା ତ୍ୱରିତ ଢଙ୍ଗରେ ନେଇଆଣିବାର ଲକ୍ଷ ରଖିଛି ।
ଏହା ସମ୍ପର୍କରେ ଭାରତୀ ଏୟାରଟେଲର ସିଟିଓ ରନ୍ଦୀପ ସେଖନ କହିଛନ୍ତି ଯେ, “ଭାରତରେ ସର୍ବଶ୍ରେଷ୍ଠ ୫ଜି ନେଟୱର୍କ ନେଇ ଆଣିବା ଲାଗି ଆମ ଯାତ୍ରାରେ କ୍ୱାଲକମ ଟେକ୍ନୋଲୋଜିକୁ ଏକ ପ୍ରମୁଖ ଟେକ୍ନୋଲୋଜି ପ୍ରଦାନକାରୀ ଭାବେ ପାଇ ଆମେ ବେଶ ଆନନ୍ଦିତ ।” ସେହିଭଳି କ୍ୱାଲକମ ଇଣ୍ଡିଆ, କ୍ୱାଲକମ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ଏବଂ ଅଧ୍ୟକ୍ଷ, ଉପାଧ୍ୟକ୍ଷ ଶ୍ରୀ ରାଜେନ ଭାଗଡ଼ିଆ କହିଛନ୍ତି ଯେ, “ଏୟାରଟେଲ ସହିତ କାର୍ଯ୍ୟ କରି ଆମେ ବେଶ ଆନନ୍ଦିତ ଏବଂ ଆଗକୁ ଥିବା ସୁଯୋଗଗୁଡ଼ିକ ପାଇଁ ଆମେ ବେଶ ଉତ୍ସାହିତ । ୫ଜି ନେଟୱର୍କ ପହଂଚ ଏବଂ ଦକ୍ଷତାକୁ ଏହାର ସର୍ବାଧିକ ଆବଶ୍ୟକତା ଅନୁଯାୟୀ ସାମିଲ କରିବାକୁ ନେଇ ଥିବା ଏୟାରଟେଲର ଯୋଜନାରେ ଏହି ସହବନ୍ଧିତା ଏକ କୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି ।”
Comments are closed.