୩୦୦ ଏମବିପିଏସ୍ ସ୍ପିଡରେ ଇଂଟରନେଟ୍ ଯୋଗାଇବ ଷ୍ଟାରଲିଙ୍କ: ଏଲନ ମସ୍କଙ୍କ ଘୋଷଣା

Share It

ଟେସଲା ଏବଂ ସ୍ପେସ୍ ଏକ୍ସ ସିଇଓ ଏଲୋନ୍ ମସ୍କ କହିଛନ୍ତି ଯେ ବିଶ୍ବର ଦୂରବର୍ତ୍ତୀ ଅଞ୍ଚଳରେ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଶସ୍ତା ୱେବ୍ ଯୋଗାଇବାକୁ ଲକ୍ଷ୍ୟ ରଖିଥିବା ଏହାର ସ୍ପେସ୍ ଆଧାରିତ ଷ୍ଟାରଲିଙ୍କ ସେବାର ଇଣ୍ଟରନେଟ୍ ସ୍ପିଡ୍ ଚଳିତ ବର୍ଷ ଦ୍ୱିଗୁଣିତ ହୋଇ ୩୦୦ ଏମବିପିଏସ ହେବ।

ଏବେ କମ୍ପାନୀ ୫୦ ଏମବିପିଏସରୁ ୧୫୦ ଏମବିପିଏସ ସ୍ପିଡରେ ନେଟ୍ ଦେଉଥିବା ଦାବି କରୁଛି । କମ୍ପାନୀ ନିଜର ୧୨ ହଜାର ସାଟେଲାଇଟ୍ ସାହାଯ୍ୟରେ ଆହୁରି ଅଧିକ ସ୍ପିଡ୍ ନେଟ୍ ଯୋଗାଇବ । ଏନେଇ କାମ ଆରମ୍ଭ ମଧ୍ୟ ହେଲାଣି । ଫଳରେ ସେକେଣ୍ଡ ପିଛା ୩୦୦ ଏମବି ସ୍ପିଡରେ ୟୁଜରଙ୍କୁ ନେଟ୍ ବ୍ରାଉଜ୍ କରିବାର ସୁବିଧା ମିଳିବ । ଏନେଇ ନିଜେ ମସ୍କ ଟ୍ୱିଟରରେ ସୂଚନା ଦେଇଛନ୍ତି ।

ସେ ଆହୁରି କହିଛନ୍ତି ଯେ, ଷ୍ଟାରଲିଙ୍କ୍ ପ୍ରୋଜେକ୍ଟ ପୃଥିବୀର ପ୍ରାୟ ସମସ୍ତ ସ୍ଥାନରେ ନେଟଓ୍ୱାର୍କ ବିସ୍ତାର କରିବ । ଚଳିତ ବର୍ଷ ଶେଷ ସୁଦ୍ଧା ଏହାର କାମ ସରିବ । କମରୁ ମଧ୍ୟମ ଜନସଂଖ୍ୟା ଥିବା ସ୍ଥାନରେ ଏହି ସୁବିଧାକୁ ପ୍ରାଥମିକତା ଦେବ କମ୍ପାନୀ ।

ଏବେ ଷ୍ଟାରଲିଙ୍କ୍ ଇନିସିଆଲ୍ ବେଟା ସର୍ଭିସରୁ ଉଭୟ ଘରୋଇ ଓ ଅନ୍ତରାଷ୍ଟ୍ରୀୟ ସ୍ତରରେ ପ୍ରଦାନ କରୁଛି । ଏହାକୁ ୨୦୨୧ ସୁଦ୍ଧା ଆହୁରି ବିସ୍ତାର କରିବା ପାଇଁ ଲକ୍ଷ୍ୟ ରଖିଛି । ଯେଉଁ ସ୍ଥାନ ଉପାନ୍ତ ଅଞ୍ଚଳରେ ରହିଛି ସେଠାରେ ପ୍ରଥମେ ନେଟ୍ ସୁବିଧା ଦିଆଯିବ ବୋଲି କମ୍ପାନୀ କହିଛି ।


Share It

Comments are closed.