ଏହି ବାସ୍ତୁ ଟିପ୍ସ ଉପରେ ଧ୍ୟାନ ଦେଲେ ଘରକୁ ଆସିବ ଅଜସ୍ର ସମୃଦ୍ଧି

Share It

ବାସ୍ତୁ ଅନୁଯାୟୀ ବ୍ୟକ୍ତି ଜୀବନର ସମୃଦ୍ଧିରେ ଘର ଏବଂ ଏହା ପାରିପାର୍ଶ୍ଵ ଜିନିଷ ସଠିକ ଅବସ୍ତାପନର ଯୋଗଦାନ ଗୁରୁତ୍ୱପୂର୍ଣ୍ଣ ରହିଥାଏ। ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ସାଜସଜାର ଏକ ବୃହତ ପ୍ରଭାବ ଜୀବନରେ ପଡିଥାଏ । ବାସ୍ତୁ ମୁତାବକ ଘରର ଜିନିଷପତ୍ର ଗୁଡିକୁ ଠିକ୍ ସ୍ଥାନରେ ରହିବା ଆବଶ୍ୟକ । ଅନୁଚିତ ସ୍ଥାନରେ ଜିନିଷ ରଖିବା, ଭୁଲ ରଙ୍ଗ ଚୟନ କରିବା ମଧ୍ୟ କେତେକାଂଶରେ ନକାରାତ୍ମକ ପ୍ରଭାବ ପକାଇଥାଏ ।

ଅସଜଡା ଜିନିଷପତ୍ର ସକାରାତ୍ମକ ଶକ୍ତିକୁ ରୋକିଥାଏ

ବାସ୍ତୁ ଶାସ୍ତ୍ର ଅନୁସାରେ ଘରକୁ ଆଣୁଥିବା ସମସ୍ତ ସାମଗ୍ରୀକୁ ସଫାସୁତୁରା ସହ ସଜାଡି ରଖିବା ଆବଶ୍ୟକ । ଏଣେତେଣ ଜିନିଷ ପତ୍ର ପଡି ରହିଲେ ଏହା ଘରକୁ ପ୍ରବେଶ କରୁଥିବା ସକାରାତ୍ମକ ଶକ୍ତିର ପ୍ରତିବନ୍ଧକ ହୋଇଥାଏ ।

ଆଲମିରାରେ ରଖନ୍ତୁନି ଅନାବଶ୍ୟକ ଜିନିଷ

ଘରର ଲିଭିଂ ରୁମ୍ରେ କେବଳ ଆବଶ୍ୟକ ଓ କେତେକ ସାଜସଜା ସାମଗ୍ରୀ ରଖନ୍ତୁ । ଆକର୍ଷଣୀୟ ଜିନିଷ, ଟିଭି ଆଦିକୁ ଉଚିତ ସ୍ଥାନରେ ରଖନ୍ତୁ । ବିଶେଷ କରି ନିଜ ଆଲମିରାକୁ ସର୍ବଦା ପରିଷ୍କାର ଓ ସଜେଇ ରଖନ୍ତୁ । ଅନାବଶ୍ୟକ ଜିନିଷ ଆଲମିରାରୁ ବାହାର କରିଦିଅନ୍ତୁ ।

କବାଟ ଦେଖାଯିବା ଭଳି ସ୍ଥାନରେ ରଖନ୍ତୁ ସୋଫା

ବାସ୍ତୁ ମୁତାବକ, ଘରର ବିଭିନ୍ନ ଫର୍ଣ୍ଣିଚରକୁ ରଖିବା ପାଇଁ ନିର୍ଦ୍ଦିଷ୍ଟ ସ୍ଥାନ ରହିଛି । ସୋଫା ସେଟକୁ ଏପରି ରଖିବା ଦରକାର ଯେପରି ବସିବା ଲୋକଙ୍କୁ ଘରର କବାଟ ଦେଖାଯିବ । ଯଦି ସାମନରେ ଝରକା ଦେଖାଯିବା ଭଳି ସ୍ଥାନରେ ସୋଫା ସେଟ ରହିଛି ତେବେ ଏହାର ସ୍ଥାନ ବଦଳାଇ ଦିଅନ୍ତୁ ।

ପୂର୍ବପଟ କାନ୍ଥରେ ଲଗାନ୍ତୁ ଫଟୋ

ଘରର ପୂର୍ବ ପଟ କାନ୍ଥରେ ପାରିବାରିକ କିମ୍ବା ଗଛ ଥିବା ଫଟୋ ଲଗାନ୍ତୁ । ଏହା ଦ୍ୱାରା ପରିବାରରେ ଶାନ୍ତି ଓ ସୌହାର୍ଦ୍ଦ୍ୟର ବାତାବରଣ ସୃଷ୍ଟି ହୋଇଥାଏ ଏବଂ ଘରେ ବିବାଦ ନ ଉପୁଜିବାରେ ସହାୟକ ହୋଇଥାଏ । ଏଥିସହ କାନ୍ଥରେ ଆପଣ କୌଣସି ଜଳଉତ୍ସ ଯେପରି ଝରଣା, ଜଳ ପ୍ରପାତ, ପୋଖରୀ ଆଦି ଫଟୋ ମଧ୍ୟ ଲଗାଇପାରିବେ । ଏହା ଦ୍ୱାରା ପିଲାଙ୍କ କ୍ୟାରିୟର ଉପରେ ଭଲ ପ୍ରଭାବ ପଡିଥାଏ।

ପୂର୍ବ, ଉତ୍ତର ଦିଗରେ ଲଗାନ୍ତୁ ଦର୍ପଣ

ବାସ୍ତୁ ଅନୁସାରେ ସବର୍ଦା ଘରର ପୂର୍ବ କିମ୍ବା ଉତ୍ତର ଦିଗରେ ଦର୍ପଣ ରଖନ୍ତୁ । ଦର୍ପଣରେ ଯେପରି ସିଡି, କିଚେନ କିମ୍ବା ଟଏଲେଟ ଦେଖା ନ ଯାଏ ସେ ଦିଗରେ ବିଶେଷ ଧ୍ୟାନ ଦେବା ଜରୁରୀ । ଏଥିସହ ଲିଭିଂ ରୁମର ବିପରୀତ ଦିଗରେ ମଧ୍ୟ ଦର୍ପଣ ଲଗାନ୍ତୁ ନାହିଁ ।


Share It

Comments are closed.