ଧାନ କିଣା ଅନିୟମିତତା ଅଭିଯୋଗରେ କାର୍ଯ୍ୟକାରୀ ସଂପାଦକ ଓ କ୍ୟାସିୟର ନିଲମ୍ବିତ

Share It

ଭୁବନେଶ୍ୱର : ଧାନ କିଣାରେ ଅନିୟମିତତା, ବିଭାଗ ଦ୍ୱାରା ଜାରି କରାଯାଇଥିବା ମାର୍ଗଦର୍ଶିକା ଉଲ୍ଲଂଘନ ଓ କାର୍ଯ୍ୟରେ ଅବହେଳା ଅଭିଯୋଗରେ କେନ୍ଦ୍ରାପଡା ଜିଲ୍ଲା ଅଧିନସ୍ଥ ପଲେଇ ପ୍ରାଥମିକ କୃଷି ସମବାୟ ସିମିତିର ସେଲସମ୍ୟାନ ତଥା କାର୍ଯ୍ୟକାରୀ ସଂପାଦକ କ୍ଷୀରୋଦ ଚନ୍ଦ୍ର ଭଦ୍ର ଏବଂ କ୍ୟାସିୟର ତଥା ଲେଜର କ୍ଲର୍କ ହିମାଂଶୁ ଶେଖର ପରିଡାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି । କେନ୍ଦ୍ରପଡା ସର୍କଲର ସହକାରୀ ରେଜିଷ୍ଟାର, ସମବାୟ ସମିତି ସମୂହଙ୍କ ପତ୍ର ଏବଂ ପଲେଇ ପ୍ୟାକ୍ସର ପ୍ରଶାସକଙ୍କ ରିଜୋଲ୍ୟୁସନ ଅନୁସାରେ ଉଭୟଙ୍କୁ ବିଭାଗ ପକ୍ଷରୁ ନିଲମ୍ବନ କରାଯାଇଛି । ନିଲମ୍ବନ ଆଦେଶ ତୁରନ୍ତ କାର୍ଯ୍ୟକାରୀ କରାଯାଇଛି ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ ।


Share It

Comments are closed.