ଟେଷ୍ଟ କ୍ରିକେଟକୁ ଅଲବିଦା କହିଲେ ଡୁ ପ୍ଲେସିସ୍
ଟେଷ୍ଟ କ୍ରିକେଟରୁ ଅବସର ନେଲେ ଦକ୍ଷିଣ ଆଫ୍ରିକା ଦଳର ଷ୍ଟାର ଖେଳାଳି ଫାଫ ଡୁ ପ୍ଲେସିସ୍। ୩୬ ବର୍ଷୀୟ ଏହି ଖେଳାଳି ବୁଧବାର ଦିନ ଏନେଇ ସୂଚନା ଦେଇଛନ୍ତି। ସୂଚନାଥାଉକି, ନିକଟରେ ଦକ୍ଷିଣ ଆଫ୍ରିକା ଦଳ ପାକିସ୍ତାନ ବିପକ୍ଷରେ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳି ପରାଜିତ ହୋଇଥିଲା।
ବିଗତ କିଛି ସମୟ ହେବ ଫାଫ ଡୁ ପ୍ଲେସିସ୍ ଭଲ ଫର୍ମରେ ନଥିଲେ। ବିଗତ କିଛି ମ୍ୟାଚରେ ସେ ଲଗାତାର ଭାବେ ବିଫଳ ହୋଇଥିଲେ। ନିକଟରେ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜରେ ଡୁପ୍ଲେସିସ୍ ଶାନଦାର ଶତକୀୟ ଇନିଂସ୍ ଖେଳିଥିଲେ। ଏଥିସହିତ ସମାଲୋଚକଙ୍କ ପାଟି ସେ ଚୁପ୍ କରିଥିଲେ। ଡୁ ପ୍ଲେସିସ୍ ନିଜର ଅବସର ନେଇ ସୋସିଆଲ ମିଡିଆ ଜରିଆରେ ସୂଚନା ଦେଇଛନ୍ତି। ସେ ଏକ ପୋଷ୍ଟ କରି ଲେଖିଛନ୍ତି ଯେ, ମୋର ହୃଦୟରୁ ଏହି ନିଷ୍ପତ୍ତି ନେଇଛି। ମୋ ଜୀବନରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛି। ଦେଶ ପାଇଁ ତିନୋଟି ଫର୍ମାଟରେ ଖେଳିବା ଗର୍ବର ବିଷୟ। ହେଲେ ମୁଁ ଏବେ ଟେଷ୍ଟ କ୍ରିକେଟ୍ ଖେଳିବା ସମ୍ଭବ ନୁହେଁ, ତେଣୁ ମୁଁ ଏହି ପର୍ମାଟରୁ ଅବସର ନେଉଛି ବୋଲି ଫାଫ୍ କହିଛନ୍ତି।
ଡୁ ପ୍ଲେସିସ୍ ଦକ୍ଷିଣ ଆଫ୍ରିକା ପାଇଁ ୬୯ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି। ସେ ୧୦ଟି ଶତକ ଓ ୨୧ଟି ଅର୍ଦ୍ଧଶତକୀୟ ଇନିଂସ୍ ଖେଳି ୪୧୬୩ ରନ୍ କରିଛନ୍ତି। ଟେଷ୍ଟ କ୍ରିକେଟରେ ତାଙ୍କର ସର୍ବଶ୍ରେଷ୍ଟ ଟେଷ୍ଟ ସ୍କୋର ୧୯୯। ଡୁ ପ୍ଲେସିସ୍ ୧୪୩ଟି ଦିନିକିଆ ଖେଳି ୫୫୦୭ ରନ୍ କରିଥିବା ବେଳେ ୫୦ ଟି ଟି-୨୦ ଖେଳି ୧୫୨୮ ରନ୍ କରିଛନ୍ତି।
Comments are closed.