୧ ଏପ୍ରିଲରୁ ମହଙ୍ଗା ହେବ ଟେଲିକମ ସେବା, ଜାଣନ୍ତୁ ସଂପୂର୍ଣ୍ଣ ଖବର
ଟେଲିକମ୍ କମ୍ପାନୀ ଆଗାମୀ ମାସରେ ଟାରିଫ୍ ପ୍ଲାନରେ ବୃଦ୍ଧି କରିପାରନ୍ତି। ଯେଉଁ କାରଣରୁ ଗ୍ରାହକଙ୍କୁ ମୋବାଇଲରେ କଥା ହେବା ଓ ଇଣ୍ଟରନେଟ୍ ବ୍ୟବହାର କରିବା ମହଙ୍ଗା ପଡିବ। ଟେଲିକମ୍ କମ୍ପାନୀ ୧ ଅପ୍ରେଲରୁ ଦର ବୃଦ୍ଧି କରିବାର ପ୍ରସ୍ତୁତିରେ ରହିଛି। ଇନଭେଷ୍ଟମେଣ୍ଟ ଇନଫରମେସନ୍ ଆଣ୍ଡ କ୍ରେଡିଟ୍ ରେଟିଂ ଏଜେନ୍ସି(ଆଇସିଆରଏ)ର ରିପୋର୍ଟ ଅନୁସାରେ, ଆଗାମୀ ୧ ଅପ୍ରେଲରୁ ଆରମ୍ଭ ହେଉଥିବା ଆର୍ଥିକ ବର୍ଷ ୨୦୨୧-୨୨ରେ ନିଜର ରେଭିନ୍ୟୁକୁ ବଢାଇବା ପାଇଁ କମ୍ପାନୀ ପୁଣିଥରେ ଟାରିଫ ମହଙ୍ଗା କରିପାରେ। ତେବେ ଏହାର ମୂଲ୍ୟ ବୃଦ୍ଧି କରାଯିବ, ଏହାକୁ ନେଇ ଏବେ କିଛି ଖୁଲାସା ହୋଇନି।
ଆଇସିଆରଏର କହିବା ଅନୁସାରେ, ଟାରିଫରେ ବୃଦ୍ଧି ଓ ଗ୍ରାହକଙ୍କୁ 2G ରୁ 4G ରେ ଅପଗ୍ରେଡେସନ୍ ଆଭରେଜ୍ ରେଭିନ୍ୟୁରେ ୟୁଜର (ଏଆରପିୟୁ) ଅର୍ଥାତ ପ୍ରତି ଗ୍ରାହକ ଆଭରେଜ୍ ରାଜସ୍ୱରେ ସୁଧାର କରିପାରନ୍ତି। ବହୁ ବର୍ଷ ପର୍ଯ୍ୟନ୍ତ ପ୍ରାୟ ୨୨୦ ଟଙ୍କା ହୋଇପାରେ। ଏହାଦ୍ବାରା ଆଗାମୀ ୨ ବର୍ଷରେ ଇଣ୍ଡଷ୍ଟ୍ରୀର ରେଭିନ୍ୟୁ ୧୧%ରୁ ୧୩% ଓ ଆର୍ଥିକ ବର୍ଷ ୨୦୨୨ରେ ଅପରେଟିଂ ମାର୍ଜିନ ପ୍ରାୟ ୩୮% ବଢିବ। କରୋନା ମହାମାରୀ ଟେଲିକମ୍ ଇଣ୍ଡଷ୍ଟ୍ରୀ ଉପରେ ପ୍ରଭାବ ପକାଇବ ନାହିଁ। ଲକଡାଉନରେ ଡାଟା ୟୁଜେସ୍ ଓ ଟାରିଫରେ ବୃଦ୍ଧି କାରଣରୁ ସ୍ଥିତିରେ ସୁଧାର ହୋଇଛି। ୱାର୍କଫର୍ମ ହୋମ୍, ଅନଲାଇନ୍ କ୍ଲାସେସ କାରଣରୁ ଡାଟାର ଉପଯୋଗ ବଢିଛି।
ଟେଲିକମ୍ କମ୍ପାନୀରେ ମୋଟ୍ ଆଡଜଷ୍ଟଟେଡ୍ ଗ୍ରସ୍ ରେଭିନ୍ୟୁ(ଏଜିଆର)ର ବକେୟା ୧.୬୯ ଲକ୍ଷ କୋଟି ଟଙ୍କା। ସେଭଳି ଏପର୍ଯ୍ୟନ୍ତ କେବଳ ୧୫ ଟେଲିକମ୍ କମ୍ପାନୀ ୩୦,୨୫୪ କୋଟି ଟଙ୍କା ପରିଶୋଧ କରିଛନ୍ତି। ଏୟାରଟେଲ୍ ପ୍ରାୟ ୨୫,୯୭୬ କୋଟି ଟଙ୍କା। ଭୋଡାଫୋନ୍ ଆଇଡିୟା ଉପରେ ୫୦,୩୯୯ କୋଟି ଟଙ୍କା ଓ ଟାଟା ଟେଲିସର୍ଭିସେଜ୍ ଉପରେ ପ୍ରାୟ ୧୬,୭୯୮ କୋଟି ଟଙ୍କା ବକେୟା ରହିଛି। କମ୍ପାନୀକୁ ୧୦ ପ୍ରତିଶତ ରାଶି ଆର୍ଥିକ ବର୍ଷ ଓ ଶେଷରେ ବକେୟା ରାଶି ଆଗାମୀ ବର୍ଷ ପରିଶୋଧ କରିବାକୁ ପଡିବ।
Comments are closed.