ଆଶାରାମ ବାପୁଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର, ହସ୍ପିଟାଲରେ ଭର୍ତ୍ତି
ଆତ୍ମଘୋଷିତ ଧର୍ମଗୁରୁ ଆଶାରାମ ବାପୁ ଅସୁସ୍ଥ। ତାଙ୍କୁ ଯୋଧପୁରର ଏମଡିଏମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କୁହାଯାଉଛି ଯେ, ତାଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ହୋଇଛି। ଦେହ ଖରାପ ହେବାର ଖବର ମିଳିବା ପରେ ତାଙ୍କର ବହୁ ସମର୍ଥକ ହସ୍ପିଟାଲରେ ପହଁଞ୍ଚିଥିଲେ। ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହେବାପରେ ତାଙ୍କୁ ପ୍ରଥମେ ପ୍ରାଥମିକ ଉପଚାର ଦିଆଯାଇଥିଲା। କିନ୍ତୁ କିଛି ସୁଫଳ ନମିଳିବା କାରଣରୁ ମହାତ୍ମା ଗାନ୍ଧି ହସ୍ପିଟାଲର ଏମର୍ଜନ୍ସିରେ ଭର୍ତ୍ତି କରାଯାଇଥିଲା।
କୁହାଯାଉଛି ଯେ, ସେ ସୂଚନା ଦେଇଥିଲେ ଯେ ତାଙ୍କର ଆଣ୍ଠୁ କାମ କରୁନି, ଏହା ସହିତ ବ୍ଳଡ ପ୍ରେସରର ସମସ୍ୟା ମଧ୍ୟ ରହିଛି। ଆଶାରାମଙ୍କ ପ୍ରୋଟେଷ୍ଟ ଗ୍ଲାଣ୍ଡରେ ମଧ୍ୟ ସମସ୍ୟା ଦେଖିବାକୁ ମିଳିଛି। ଆଶାରାମଙ୍କ ବ୍ଲଡ ସୁଗାର ଓ ୟୁରିନ ସାମ୍ପଲ ଟେଷ୍ଟ କରାଯାଇଛି। ଏହାଛଡା ତାଙ୍କର ଇସିଜି କରାଯିବା ପରେ ରିପୋର୍ଟ ସ୍ୱାଭାବିକ ରହିଛି।
ଉଲ୍ଲେଖନୀୟ ଯେ, ନାବାଳିକାଙ୍କୁ ଯୌନ ଶୋଷଣ ମାମଲାରେ ଆଶାରାମ ଆଜୀବନ ସଜା କାଟୁଛନ୍ତି। ଯୌନ ଶୋଷଣ ମାମଲାରେ ଗତ ସପ୍ତାହ ରାଜସ୍ଥାନ ହାଇକୋର୍ଟରେ ଶୁଣାଣୀ ହେବାର ଥିଲା। କିନ୍ତୁ ଆଶରାମଙ୍କ ଓକିଲ କୋର୍ଟ ପହଁଞ୍ଚି ପାରିନଥିଲେ ଓ ଏହାପରେ କେସ୍ ତାରିଖ ୮ ମାର୍ଚ୍ଚ ହୋଇଯାଇଥିଲା। ଏସସି/ଏସଟି କୋର୍ଟ ଆଶାରାମଙ୍କୁ ଆଜୀବନ କାରାଦଣ୍ଡାଦେଶ ଦିଆଯାଇଥିଲା। ଗତ ସପ୍ତାହରେ ରାଜସ୍ଥାନ ହାଇକୋର୍ଟରେ ଶୁଣାଣି ହେବାର ଥିଲା। କିନ୍ତୁ ଆଶାରାମଙ୍କ ଓକିଲ କୋର୍ଟ ପହଁଞ୍ଚି ପାରିନଥିଲେ ଓ ପରେ ମାମଲାର ତାରିଖ ୮ ମାର୍ଚ୍ଚ ହୋଇଯାଇଥିଲା।
Comments are closed.