କରୋନାରେ ଆଖି ବୁଜିଲେ ୟେ ରିସ୍ତା କ୍ୟା କେହଲତା ହୈ ଅଭିନେତ୍ରୀ ଦିବ୍ୟା ଭଟନଗର
ସୋମବାର ସକାଳେ ଟିଭି ଇଣ୍ଡଷ୍ଟ୍ରିରେ ଏକ ବଡ଼ ଝଟକା ଲାଗିଛି। ପ୍ରକାଶ ଯେ, ଗତ କିଛି ଦିନ ହେବ ଭେଣ୍ଟିଲେଟରରେ ଜୀବନ ପାଇଁ ସଂଗ୍ରାମ କରୁଥିବା ଅଭିନେତ୍ରୀ ଦିବ୍ୟା ଭଟନଗରଙ୍କ ଦେହାନ୍ତ ହୋଇଛି। ଟିଭି ସିରିଏଲ ‘ୟେ ରିସ୍ତା କ୍ୟା କେହଲତା ହୈ’ ରେ ‘ଗୁଲାବୋ’ ଭୂମିକାରେ ଅଭିନୟ କରିଥିବା ଦିବ୍ୟା କରୋନା ଭାଇରସର ଶିକାର ହୋଇଥିଲେ, ପରେ ତାଙ୍କୁ ଗୋରେଗାଓଁର ଏସଆରଭି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ଦିବ୍ୟା କରୋନା ଭାଇରସ୍ ସଂକ୍ରମିତ ହୋଇଥିଲେ । ଏହାପରେ ତାଙ୍କୁ ଗୋରେଗାଓଁ ସ୍ଥିତ ଏସଆରଭି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କୁ ନିମୋନିଆ ହୋଇଥିବା ଜଣାପଡିଥିଲା । ଦିବ୍ୟାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିଲା । ତାଙ୍କ ଅକ୍ସିଜେନ୍ ଲେଭଲ କମ୍ ରହୁଥିଲା । ଫଳରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ଭେଣ୍ଟିଲେଟରରେ କିଛି ଦିନ ଜୀବନମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଆଖି ବୁଜିଛନ୍ତି ଦିବ୍ୟା ।
ଦିବ୍ୟାଙ୍କ ପରଲୋକରେ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି । ଅନେକ ଅଭିନେତା, ଅଭିନେତ୍ରୀ ତାଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି । ଗତବର୍ଷ ଡିସେମ୍ବରରେ ଦିବ୍ୟାଙ୍କ ବିବାହ ହୋଇଥିଲା । ‘ୟୈ ରିସ୍ତା କ୍ୟା କେହଲାତା ହୈ’ ବ୍ୟତୀତ ଟିଭି ଶୋ’ ‘ତେରା ୟାର ହୁଁ ମୈ’ ରେ ମଧ୍ୟ କାମ କରୁଥିଲେ ।
Comments are closed.