କିଲୋପ୍ରତି ୫ ଟଙ୍କା ହ୍ରାସ ପାଇଲା ଆଳୁ, ଆଗକୁ ଆହୁରୀ କମିପାରେ
ନୂଆଦିଲ୍ଲୀ, ଦେଶର ଅଧିକାଂଶ ସହରରେ ଆଳୁ କିଲୋଗ୍ରାମ ପ୍ରତି ୫୦ ଟଙ୍କା ମୂଲ୍ୟରେ ବିକ୍ରି ହେଉଛି। ପିଆଜ ସହିତ ଆଳୁର ଳଗାତାର ଭାବରେ ମୂଲ୍ୟ ମଧ୍ୟ ବଢିବାରେ ଲାଗିଛି। ଏହାଫଳରେ ସାଧାରଣ ଲୋକର ବଜେଟ୍ ପ୍ରଭାବିତ ହୋଇଛି। ପାର୍ବଣ ଋତୁ ପରେ ଆଳୁର ମୂଲ୍ୟ ଆହୁରି ବଢିଛି। କିନ୍ତୁ ଏବେ ଖୁବ୍ ଶୀଘ୍ର ଆଳୁର ଆକାଶ ଛୁଆଁ ଦର ହ୍ରାସ ପାଇବାକୁ ଯାଉଛି। ଏହାର ସବୁଠାରୁ ବଡ କାରଣ ହେଲା ପଶ୍ଚିମବଙ୍ଗରୁ ଆଳୁର ସପ୍ଲାଇ ବଢିବାକୁ ଯାଉଛି। ତେବେ ପଶ୍ଚିମବଙ୍ଗରେ ମଧ୍ୟ ଆଳୁର ବର୍ତ୍ତମାନ ମୂଲ୍ୟ ୫୦ ଟଙ୍କା ରହିଛି।
ପଶ୍ଚିମବଙ୍ଗ ସରକାର ୨୭ ନଭେମ୍ବରରେ ଜାରି ଏକ ନୋଟିସରେ କହିଥିଲେ ୪୬୫ ଶୀତଳ ଭଣ୍ଡାର ମାଲିକଙ୍କୁ ୩୦ ନଭେମ୍ବର ପର୍ଯ୍ୟନ୍ତ ନିଜର ଷ୍ଟକ ଆଳୁକୁ ବାହାର କରିବାକୁ କୁହାଯାଇଛି। ନଚେନ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଚେତାବନୀ ଦିଆଯାଇଛି। ନୋଟିସ୍ ପରେ ଶୀତଳ ଭଣ୍ଡାର ମାଲିକ ଚିନ୍ତାରେ ପଡିଯାଇଛନ୍ତି। ଜଣେ ଅଧିକାରୀଙ୍କ କହିବା ଅନୁସାରେ ଗତ ୩ ଦିନରେ ଆଳୁର ମୂଲ୍ୟ ଶୀତଳ ଭଣ୍ଡା ଗେଟରେ ୫ଟଙ୍କା ପ୍ରତି କିଲୋଗ୍ରାମ ପ୍ରତି କମ୍ ରହିଛି ଓ ଆଗକୁ ଆହୁରି କମିବ। ପଶ୍ଚିମବଙ୍ଗ ଶୀତଳ ଭଣ୍ଡାର ଆସୋସିଏସନର ଜଣେ ଅଧିକାରୀ କହିଚନ୍ତି, କୋଲ୍ହ ଷ୍ଟୋରେଜ୍ ଗେଟ୍ ଉପରେ ଆଳୁର ବିଭିନ୍ନ କିସମର ହୋଲସେଲ ଦର ଗତ ତିନି ଦିନରେ ୫ଟଙ୍କା ପ୍ରତି କିଲୋଗ୍ରାମରେ ହ୍ରାସ ଘଟିଛି। ଆଗକୁ ପ୍ରାୟ ୨୮ ଟଙ୍କା ହ୍ରାସ ପାଇବାର ସମ୍ଭାବନା ରହିଛି। ଏହାଦ୍ୱାରା ସ୍ଥାନୀୟ ବଜାରରେ ଆଳୁର ଖୁଚୁରା ମୂଲ୍ୟ ୪୦ ଟଙ୍କା ପ୍ରତି କିଲୋଗ୍ରାମର ତଳକୁ ଖସିଯାଇପାରେ। ୭ ଡିସେମ୍ବର ପର୍ଯ୍ୟନ୍ତ ୫୦ ପ୍ରତିଶତ ଶୀତଳ ଭଣ୍ଡାର ନିଜର ଷ୍ଟକ ଖାଲି କରିବେ। ସେଭଳି ଅନ୍ୟଗୁଡିକ ଡିସେମ୍ବର ସୁଦ୍ଧା ଖାଲି ହୋଇଯିବ। ତା ଛଡା କୃଷକ ଆନ୍ଦୋଳନର ବଡ ପ୍ରଭାବ ଆଳୁ ଉପରେ ଦେଖିବାକୁ ମିଳିଛି। କେନ୍ଦ୍ର ସରକାର ଆଳୁର ରପ୍ତାନୀ ଆମଦାନୀ ଶୁଳ୍କ ଉପରେ ୧୦ ଲକ୍ଷ ଟନ୍ ଉପରେ ୧୦ ପ୍ରତିଶତ କୋଟା ଧାର୍ଯ୍ୟ କରାଯାଇଛି। ସରକାର ଏହି କୋଟାକୁ ୩୧ ଜାନୁଆରୀ ୨୦୨୧ ପର୍ଯ୍ୟନ୍ତ ଲାଗୁ କରଛନ୍ତି।
Comments are closed.