ସଜେଇ ହୋଇଛି ଅଯୋଧ୍ୟା, ଦୀପତ୍ସୋବରେ କରିବ ବିଶ୍ୱ ରେକର୍ଡ

Share It

ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ତିଆରି ହେବାର ନିଷ୍ପତ୍ତି ହେବା ପରେ ପ୍ରଥମ ଥର ଏଠାରେ ଦୀପାବଳି ପାଳନ ହେବ। ରାମନଗରୀ ସମୂର୍ଣ୍ଣଭାବେ ସଜା ହୋଇଛି। ସମୂର୍ଣ୍ଣ ଅଯୋଧ୍ୟାର କଳ୍ପନା ସତରେ ପରିଣତ ହୋଇଛି।
ଆଜି ମୁଖ୍ୟ ଦୀପୋତ୍ସବରେ ପ୍ରଭୁ ରାମଙ୍କ ପାଇଁ ୫.୫୧ ଲକ୍ଷ ଦୀପରେ ଅଯୋଧ୍ୟା ଏକ ଭିନ୍ନ ରୂପରେ ଦୃଶ୍ୟମାନ ହେବ।
ଦୀପୋତ୍ସବର ଆରମ୍ଭ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାମଲଲାଙ୍କ ଦରବାରରେ ପ୍ରଥମ ଦୀପ ଲଗାଇ ଆରମ୍ଭ କରିବେ।
ଗତବର୍ଷ ଏଠାରେ ପ୍ରଭୁ ରାମଙ୍କ ପାଇଁ ୪ ହଜାର ଦୀପ ପ୍ରଜ୍ଜ୍ୱଳିତ କରାଯାଇଥିଲା। ଏହାସହ ୧୪ ଟିମନ୍ଦିରରେ ୫୪ ହଜାର ଦୀପ ଜଳାଯାଇଥିଲା।
ଦୀପୋତ୍ସବର ଭବ୍ୟତା କିପରି ହେବ, ଏହାର ଝଲକ ଗୁରୁବାର ଦିନ ମଧ୍ୟ ଦେଖାଯାଇଥିଲା। ଯେଉଁ ସମୟରେ ୭୯୧ ପୌରାଣିକ ସ୍ଥଳ ସମେତ ଘର ଓ କାର୍ଯ୍ୟାଳୟରେ ଜଳାଯାଇଥିବା ଲକ୍ଷାଧିକ ଦୀପରେ ସହର ଆଲୋକରେ ଆଲୋକିତ ହୋଇ ଉଠିଥିଲା।


Share It

Comments are closed.