ଆରପାରିରେ ବରିଷ୍ଠ ବିଜେପି ନେତା ଅଶୋକ ସାହୁ

Share It

ବରିଷ୍ଠ ବିଜେପି ନେତା ତଥା ଅବସର ପ୍ରାପ୍ତ ଆଇପିଏସ ଅଫିସର ଆଶୋକ ସାହୁଙ୍କ ଆଜି ପରଲୋକ ହୋଇଛି। କଟକ ପିଠାପୁରସ୍ଥିତ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା। ଅସୁସ୍ଥତା କାରଣରୁ ତାଙ୍କର ପରଲୋକ ହୋଇଛି ବୋଲି ପରିବାର ପକ୍ଷରୁ କୁହାଯାଉଛି। ଆସାମର ଅତିରିକ୍ତ ପୁଲିସ ଡ଼ିଜି ପଦବୀରୁ ସ୍ୱେଚ୍ଛାକୃତ ଅବସର ନେଇ ସେ ରାଜନୀତିରେ ପାଦ ଦେଇଥିଲେ। ତାଙ୍କ ବିୟୋଗରେ ସମଗ୍ର ମହଲରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।


Share It

Comments are closed.