ରାମ ମନ୍ଦିର ଭୂମି ପୂଜନ ପରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ, କହିଲେ ଅନେକ ବର୍ଷ ଅପେକ୍ଷାର ଘଟିଛି ଅନ୍ତ, ସାରା ଭାରତ ଆଜି ଭାବୁକ

Share It

ରାମ ମନ୍ଦିର ନିର୍ମାଣ ଲାଗି ଅନେକ ଶତାବ୍ଦୀ ପର‌୍ୟ୍ୟନ୍ତ ଆମ ପିଢ଼ି ପରେ ପିଢ଼ି ପ୍ରୟାସ କରିଆସିଛନ୍ତି। ଆଜିର ଏହି ଦିନ ସେହି ତପ, ତ୍ୟାଗ ଏବଂ ସଙ୍କଳ୍ପର ପ୍ରତୀକ। ଏହି ମନ୍ଦିର ଆମ ଜାତୀୟ ଭାବନାର ପ୍ରତୀକ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଅଯୋଧ୍ୟାରେ ରାମ ମନ୍ଦିରର ଭୂମିପୂଜନ ଓ ଶିଳାନ୍ୟାସ ପରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଆମ ସ୍ୱାଧୀନତା ଆନ୍ଦୋଳନ ସମୟରେ ଆମ ପିଢ଼ିମାନେ ସବୁକିଛି ତ୍ୟାଗ କରିଦେଇଥିଲେ। ଦେଶର ଏପରି କୌଣସି ଭାଗ ନାହିଁ, ଯେଉଁଠି ସ୍ୱାଧୀନତା ପାଇଁ ବଳିଦାନ ଦିଆଯାଇ ନାହିଁ। ଅଗଷ୍ଟ ୧୫ ଏସବୁ ବଳିଦାନର ପ୍ରତୀକ। ଠିକ୍ ସେହିପରି ରାମ ମନ୍ଦିର ପାଇଁ ଶତାବ୍ଦୀ ଶତାବ୍ଦୀ ପର‌୍ୟ୍ୟନ୍ତ ଆମ ପିଢ଼ି ଉଦ୍ୟମ କରିଛନ୍ତି। ଆଜି ତାହା ସମାପ୍ତ ହୋଇଛି। ଏହି ମନ୍ଦିର ଲୋକଙ୍କୁ ସଙ୍କଳ୍ପର ପ୍ରେରଣା ଦେଇଚାଲିବ। ରାମ ମନ୍ଦିର ଯୋଗୁ ଏହି ଅଞ୍ଚଳର ସମ୍ପୂର୍ଣ୍ଣ ଅର୍ଥନୀତି ବଦଳିଯିବ। ଏଠାରେ ସବୁକ୍ଷେତ୍ରରେ ସୁଯୋଗ ବୃଦ୍ଧି ପାଇବ। ସାରା ବିଶ୍ଵରୁ ଲୋକମାନେ ଏଠାକୁ ଆସିବେ। ଏହା ଦ୍ୱାରା ବହୁ ପରିବର୍ତ୍ତନ ହେବ। ରାମ ମନ୍ଦିର ନିର୍ମାଣ ପ୍ରକ୍ରିୟା ରାଷ୍ଟ୍ରକୁ ଯୋଡ଼ିବାର ଉପକ୍ରମ ବୋଲି ମୋଦୀ କହିଛନ୍ତି।


Share It

Comments are closed.