ଲକଡାଉନରେ ଭାରତୀୟଙ୍କ ପ୍ରିୟ ଖାଦ୍ୟ ବିରିୟାନି

Share It

ମହାମାରୀ କୋଭିଡ-୧୯ ଯୋଗୁଁ ଲକଡାଉନ ସମୟରେ ଅନେକ ଲୋକେ ଘରେ ରହି ବିଭିନ୍ନ ଖାଦ୍ୟ ବ୍ୟଞ୍ଜନ ପ୍ରସ୍ତୁତ କରିବାକୁ ଚେଷ୍ଟା କରିଛନ୍ତି। ଆଉ ଯେଉଁମାନେ ଏସବୁ କରିବାରେ ବିଫଳ ହୋଇଛନ୍ତି ସେମାନେ ନିଜ ପସନ୍ଦର ଖାଦ୍ୟ ପାଇଁ ଅନଲାଇନ୍ ଅର୍ଡର ଆଶ୍ରୟ ନେଇଛନ୍ତି। ଏକ ରିପୋର୍ଟରୁ ଜଣାପଡିଛି ଯେ, ଲକଡାଉନ୍ ସମୟରେ ଭାରତୀୟଙ୍କ ସର୍ବାଧିକ ଚାହିଦା ଥିଲା ବିରିୟାନି।

ହୋମ୍ ଡେଲିଭରୀ ଦେଉଥିବା ସଂସ୍ଥା ସ୍ୱିଗିର ଷ୍ଟାଟିଷ୍ଟିକାଲ ରିପୋର୍ଟ ଅନୁଯାୟୀ, ଲକଡାଉନ ସମୟରେ ଏପର‌୍ୟ୍ୟନ୍ତ ଭାରତୀୟମାନେ ନିଜ ପ୍ରିୟ ରେଷ୍ଟୁରାଣ୍ଟରୁ ୫.୫ ମିଲିୟନ୍ ଥରରୁ ଅଧିକ ବିରିୟାନି ଅର୍ଡର କରିଥିଲେ। ଏହା ବ୍ୟତୀତ ବଟର ନାନ ପାଇଁ ୩,୩୫,୧୮୫ ଏବଂ ମସାଲା ଡୋସା ପାଇଁ ୩, ୩୧,୪୨୩ ଥର ଅର୍ଡର ହୋଇଛି। ସ୍ୱିଗି ରିପୋର୍ଟ ଅନୁଯାୟୀ, ବିରିୟାନି କ୍ରମାଗତ ଭାବେ ଚତୁର୍ଥ ବର୍ଷ ପାଇଁ ସର୍ବାଧିକ ଅର୍ଡର ହୋଇଥିବା ଖାଦ୍ୟ ତାଲିକାର ଶୀର୍ଷରେ ରହିଛି। ଏହା ସହ ଲକ୍‌ଡାଉନ ସମୟ ମଧ୍ୟରେ ଚକୋ ଲାଭା କେକ୍ ଦେଢ ଲକ୍ଷ ଥର ଅର୍ଡର ହୋଇଛି।

ଗତ ମାସରେ ବିଭିନ୍ନ ସହରରେ ସ୍ବଗିରେ ହୋଇଥିବା ଅର୍ଡର ଉପରେ କୁହାଯାଇଛି ଯେ, ଗୁଲାବ ଜାମୁନ ୮୪,୫୫୮ ଥର ଏବଂ ବଟରସ୍କଚ୍ ମାଉସେଜ୍ କେକ୍ ୨୭,୩୧୭ ଥର ଅର୍ଡର କରାଯାଇଛି। ରିପୋର୍ଟ ଅନୁଯାୟୀ, ପ୍ରତିଦିନ ରାତି ପ୍ରାୟ ୮ ଟା ମଧ୍ୟରେ ହାରାହାରି ୬୫ ହଜାର ଖାଦ୍ୟ ଅର୍ଡର କରାଯାଇଥାଏ।


Share It

Comments are closed.