ରାସ୍ତାରୁ ଉଦ୍ଧାର ହେଲା ୪୦୦ରୁ ଉର୍ଦ୍ଧ୍ୱ ମୃତ ଦେହ, ଅଧିକାଂଶ କରୋନା ଆକ୍ରାନ୍ତ
କରୋନା ଭାଇରସ ଦୁନିଆର ଅନେକ ଦେଶକୁ କବଳିତ କରିଥିବାବେଳେ ଦକ୍ଷିଣ ଆମେରିକାରେ ପରିସ୍ଥିତି ଅତ୍ୟନ୍ତ ଦୟନୀୟ ହୋଇଛି । ବୋଲିଭିୟା ପୋଲିସ ମଙ୍ଗଳବାର ଦିନ କହିଛି ଯେ ଗତ ୫ ଦିନରେ ଦେଶର ପ୍ରମୁଖ ସହରର ରାସ୍ତା ଓ ଘରୁ ୪୦୦ ମୃତଦେହ ଜବତ କରିଛି । ପୋଲିସ କହିଛି ଯେ ଶବଗୁଡିକର ଅବସ୍ଥା ଦେଖି ଜଣାପଡୁଛି ସେମାନଙ୍କ ମଧ୍ୟଭାରୁ ୮୫ ପ୍ରତିଶତ ରୁ ଅଧକ କରୋନା ସଂକ୍ରମିତ ଏବଂ ଚିକିତ୍ସା ଅଭାବରୁ ପ୍ରାଣ ହରାଇଛନ୍ତି ।
ସମାଚାର ଏଜେନ୍ସି ଇୠଚ ଅନୁଯାୟୀ, ବୋଲିଭିୟାର କୋଚାବାମ୍ବା ସହରରୁ ପାଖାପାଖି ୧୯୧ ଶବ ଜବତ ହୋଇଛି । ଲା ପାଜ ସହରରୁ ୧୪୧ ଶବ ଜବତ ହୋଇଛି ଯାହା ରାସ୍ତାରେ ପଡିରହିଥିଲା ଏବଂ ଆଉ କିଛି ଘର ଭିତରେ ସଢ଼ିବାକୁ ଲାଗିଥିଲା । ନ୍ୟାସନାଲ ପୋଲିସ ନିର୍ଦେଶକ କର୍ନଲ ଇବାନ ରୋଜାସ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଏହିଭଳି ଭୟାବହ ସ୍ଥିତି ସେ ଆଗରୁ କେବେ ଦେଖିନଥିଲେ । ଦେଶର ସବୁଠାରୁ ବଡ ସହର ସାନ୍ତା କୄଜର ରାସ୍ତାରୁ ମଧ୍ୟ ୬୮ ଶବ ଜବତ ହୋଇଛି । କେବଳ ଏହି ସହରରୁ ହିଁ ଦେଶର ପାଖାପାଖି ୫୦ ପ୍ରତିଶତ କରୋନା ମାମଲା ରହିଛି । ଏହି ସହରରୁ ଏବେ ସୁଦ୍ଧା ୬୦ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିଛି ।
ରୋଜାସ କହିଛନ୍ତି ଯେ ଜବତ ହୋଇଥିବା ଶବଗୁଡିକରୁ ୮୫ ପ୍ରତିଶତରୁ ଅଧିକ କରୋନା ସଂକ୍ରମିତ । କିଛି ଯାଞ୍ଚ କରାଯାଇଛି ଆଵାନାଂ ଏଇ କିଛି ଲୋକଙ୍କ ଲକ୍ଷଣ ଦେଖି ଅନୁମାନ କରାଯାଇପାରେ । ଆଉ କିଛି ଅନ୍ୟାନ୍ୟ ରୋଗରେ ପୀଡିତ ଥିଲେ ଏବଂ ଆଉ କିଛି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ।ସାନ୍ତା କୄଜ ପରେ ବର୍ତ୍ତମାନ ଲା ପାଜ କରୋନା ସଂକ୍ରମଣ ହଟସ୍ପଟ ହୋଇଛି ଏବଂ ପ୍ରତିଦିନ ହଜାର ହଜାର ସଂଖ୍ୟକ ମାମଲା ସାମ୍ନାକୁ ଆସୁଛି । ଡ଼ାଇରେକ୍ଟର ଅଫ ଫରେନସିକ ଇନଭେସ୍ଟିଗେସନ ଆଣ୍ଡ୍ରେସ ଫ୍ଲୋରିସ କହିଛନ୍ତି ଯେ ଏପ୍ରିଲ ୧ ତାରିଖରୁ ଏବେ ସୁଦ୍ଧା ୩ ହଜାରରୁ ଅଧିକ ଶବ ଜବତ ହୋଇଛି ଏଥିରୁ ଅଧିକାଂଶ କରୋନା ସଂକ୍ରମିତ ।
ବୋଲିଭିୟାର ଅନ୍ତରୀଣ ରାଷ୍ଟ୍ରପତି ଜିନିନ ଅଞ୍ଜ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି । ସେ ନିଜେ କରୋନା ପଜିଟିଭ ଥିବା ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଯେ ଆଇସୋଲେସନରେ ଥାଇ ସେ ନିଜ କାମ ଜାରି ରଖିବେ ।
Comments are closed.