ଥିଏଟର ଅଭିଜ୍ଞତା ବାଂଟିବେ ଥିଏଟର ବିଶେଷଜ୍ଞ ଅନନ୍ତ ମହାଦେବନ୍ ଓ ଆଦିଲ ହୁସେନ
ଭୁବନେଶ୍ୱର : କୋକୋନଟ୍ ଥିଏଟର୍ ଭୁବନେଶ୍ୱର ଚାପ୍ଟର ପକ୍ଷରୁ ‘ଚାଏ-ୱାଏ ଆଣ୍ଡ ରଙ୍ଗ୍ମଂଚ୍’ ପ୍ଲାଟ୍ଫର୍ମରେ ଲାଇଭ୍ ଅନ୍ଲାଇନ୍ ସେସନ୍ର ଏକାଧିକ ସିରିଜ୍ ଆୟୋଜିତ ହୋଇଯାଇଛି । ଏହି ସେସନ୍ଗୁଡିକ ଅଫିସିଆଲ କୋକୋନଟ୍ ଥିଏଟର ଫେସ୍ବୁକ୍ ପେଜ୍ରେ ସନ୍ଧ୍ୟା ୬ଟାରେ ଲାଇଭ୍ ଆସୁଛି । ବିଶିଷ୍ଟ ଅଭିନେତା, ଆୱାର୍ଡ ୱିନିଙ୍ଗ୍ ପ୍ଲେରାଇଟ୍ ଓ ଡାଇରେକ୍ଟର, ମେକ୍ଅପ୍ ସ୍ପେଶାଲିଷ୍ଟ, ମ୍ୟୁଜିକ୍ କମ୍ପୋଜର, ଡଜାଇନର, କୋରିଓଗ୍ରାଫିର ଓ ଟେକ୍ନିସିଆନ୍ମାନେ ଏହି ସେସନରେ ନିଜ ସ୍ମରଣୀୟ ଅନୁଭୂତି ସହିତ ସେମାନଙ୍କ ଜୀବନର ପ୍ରେରଣାଦାୟକ ମୂହୁର୍ତଗୁଡିକୁ ବାଂଟିଥିଲେ । ଏହା ଯେକୌଣସି ଥିଏଟର ଛାତ୍ରଛାତ୍ରୀ, ନୂତନ ଥିଏଟର କଳାକାର, ଲେଖକ, ନିର୍ଦ୍ଦେଶକ, ମ୍ୟୁଜିକ୍ କମ୍ପୋଜର୍, କୋରିଓଗ୍ରାଫିର୍, ମେକ୍ଅପ୍ ଆର୍ଟିଷ୍ଠ, ଡିଜାଇନର୍, ଟେକ୍ନିସିଆନ ଓ ଥିଏଟର ଗ୍ରୁପ୍ ଏବଂ ଥିଏଟର ସମୁଦାୟ ସହ ଜଡିତ ସମସ୍ତ ବ୍ୟକ୍ତିଙ୍କ ପାଇଁ ଏକ ଅମୂଲ୍ୟ ଉପକରଣ । ଆଗାମୀ ଦିନଗୁଡିକରେ ଅନନ୍ତ ମହାଦେବନ୍, ଆଦିଲ ହୁସେନ, ଅପାରା ମେହତା ଓ ଅନ୍ୟ ଅତିଥି ବକ୍ତାମାନେ ସେମାନଙ୍କ ସେସନ୍ କରିବେ ଯାହାକି ଥିଏଟର ଅଭ୍ୟାସକାରୀଙ୍କ ପାଇଁ ଫଳପ୍ରଦ ହେବ ।
ଏ ସମ୍ପର୍କରେ କୋକୋନଟ୍ ମିଡିଆ ବକ୍ସ ଏଲ୍ଏଲପିର ପରିଚାଳନା ନିର୍ଦ୍ଦେଶକ ରଶ୍ମିନ୍ ମାଜିଠିଆ କହିଛନ୍ତି, ଲକ୍ଡାଉନ୍ ଓ କୋଭିଡ୍-୧୯ ମହାମାରୀ ସମୟରେ ଏହି ସୂଚନାପୂର୍ଣ୍ଣ ଅଧିବେଶନଗୁଡିକ ଥିଏଟର ଦର୍ଶକଙ୍କୁ ମନୋରଞ୍ଜନ ପ୍ରଦାନ କରିବା ଓ ସେମାନଙ୍କୁସକ୍ରିୟ ରଖିବା ଜାରି ରଖିବ । ଏହି ଅଧିବେଶନଗୁଡିକ ସମସ୍ତଙ୍କ ପାଇଁ ମାଗଣାରେ ଉପଲବ୍ଧ ଓ ଏଥିପାଇଁ କୌଣସି ପଞ୍ଜୀକରଣ ଆବଶ୍ୟକ ନାହିଁ । ଆଗାମୀ ଅଧିବେଶନଗୁଡିକ ହେଉଛି ପଦ୍ମଶ୍ରୀ ଓ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ବିଜେତା ୱମନ କେଣ୍ଡ୍ରେ (ନ୍ୟାସ୍ନାଲ ସ୍କୁଲ ଅଫ୍ ଡ୍ରାମାର ପୂର୍ବତନ ନିର୍ଦ୍ଦେଶକ)(୨୫ ଜୁଲାଇ), ପଦ୍ମଶ୍ରୀ ପୁରସ୍କାର ବିଜେତା ଶ୍ରୀ ବଲୱନ୍ତ ଠାକୁର (୧୮ ଜୁଲାଇ), ଥିଏଟର ଓ ବଲିଉଡ କଳାକାର ଅନନ୍ତ ମହାଦେବନ (୨୪ ଜୁଲାଇ) ଓ ଆଦିଲ ହୁସେନ (୨୬ ଜୁଲାଇ), ଗାୟମ ଓ ଅଭିନେତ୍ରୀ ପଲ୍ଲବୀ ଏମ୍ଡି (୨୦ ଜୁଲାଇ), ଲୋକପ୍ରିୟ ଅଭିନେତା ସୁମିତ ରାଘବନ (୧୭ ଜୁଲାଇ), ଥିଏଟର କଳାକାର ଟିଏସ୍ ନାଗାଭରନ୍ (୨୨ ଜୁଲାଇ), ସି ବାସାଭାଲିଙ୍ଗିଆ (୧୬ ଜୁଲାଇ), ପ୍ରକାଶ ବେଲାୱାଡି (୨୩ ଜୁଲାଇ), ଲୋକପ୍ରିୟ ଅଭିନେତ୍ରୀ ଅପରା ମେହତା (୧୯ ଜୁଲାଇ), ଜିଗ୍ନା ଯୋଶି (୨୧ ଜୁଲାଇ) ଓ ଅନ୍ୟମାନେ । ପ୍ରଖ୍ୟାତ ଶିଳ୍ପପତି ଓ କୋକୋନଟ୍ ଥିଏଟର୍ର ପ୍ରଡ୍ୟୁସର ରଶ୍ମିନ୍ ମାଜିଠିଆ ପ୍ରଥମ ‘ଚାୟ-ୱାୟ ଆଣ୍ଡ ରଙ୍ଗମଂଚ-୨୦୨୦’ର ଶେଷ ଅଧିବେଶନ (୧୦୮ତମ) କରିବେ । ଜଣେ ଥିଏଟର ପ୍ରଡ୍ୟୁସର ଭାବେ ବର୍ତମାନର ସ୍ଥିତି ସମ୍ପର୍କରେ ଓ ଅନ୍ଲାଇନ୍ ଥିଏଟର ଆରମ୍ଭ କରିବା ନେଇ ତାଙ୍କର ବିଚାରଧାରାକୁ ଏହି ଅଧିବେଶନରେ ସେୟାର କରିବେ । ତାଙ୍କ କହିବା ଅନୁସାରେ, ‘ଚାୟ-ୱାୟ ଆଣ୍ଡ ରଙ୍ଗମଂଚ୍-୨୦୨୦ ହେଉଛି ସର୍ବବୃହତ୍ ଅନ୍ଲାଇନ୍ ଅଭିଯାନ । ଥିଏଟର ଶିଳ୍ପର ପ୍ରଖ୍ୟାତ ବ୍ୟକ୍ତିବିଶେଷମାନେ ଏଥିରେ ଯୋଗ ଦେଇ ନିଜର ଅଭିଜ୍ଞତା ବାଂଟୁଛନ୍ତି । ସେହିପରି ବିଶ୍ୱର କିଛି ପ୍ରଖ୍ୟାତ ଥିଏଟର ବିଶେଷଜ୍ଞ, କଳାକାର, ନିର୍ଦ୍ଦେଶକ ଆଦିଙ୍କୁ ମଧ୍ୟ କୋକୋନଟ୍ ଥିଏଟର୍ର ଏହି ଅଧିବେଶନଗୁଡିକରେ ସାମିଲ କରାଯାଇଛି । ଏହି ଅଧିବେଶନଗୁଡିକର ଉଦ୍ଦେଶ୍ୟ ହେଉଛି ଏକ କ୍ୟାରିୟର ଗଠନ କରିବା ଲାଗି ଶିକ୍ଷାର ଆଭିମୁଖ୍ୟକୁ ଗୁରୁତ୍ୱ ଦେବା ପାଇଁ ସମସ୍ତ ଥିଏଟର ସମୁଦାୟର ସ୍ଥାନୀୟ ଓ ବିଶ୍ୱସ୍ତରୀୟ ସଦସ୍ୟମାନଙ୍କୁ ଗୋଟିଏ ମଂଚରେ ଏକତ୍ରିତ କରିବା । ଆମର ଲକ୍ଷ୍ୟ ହେଉଛି ୩ ଅଗଷ୍ଟ ୨୦୨୦ ସୁଦ୍ଧା ୧୦୮ରୁ ଅଧିକ ଅଧିବେଶନର ଆୟୋଜନ କରିବା । ଏଗୁଡିକୁ ଖୁବ୍ଶୀଘ୍ର କୋକୋନଟ୍ ଥିଏଟର ୟୁଟ୍ୟୁବ୍ ଚ୍ୟାନେଲରେ ମାଗଣାରେ ଉପଲବ୍ଧ କରାଯିବ ।
Comments are closed.