ଆଇଏଏସ ଅଧିକାରୀ ସେୟାର କଲେ ନିଜର ମାର୍କ ସିଟ୍‌, କହିଲେ ଜୀବନ ବୋର୍ଡ ପରୀକ୍ଷା ଫଳାଫଳ ଠାରୁ ବହୁତ ଲମ୍ବା

Share It

ଫଳାଫଳ ପ୍ରକାଶ ପାଉଛି । କେତେକ ପାସ ହେଲେ ଆଉ କେତେକ ଫେଲ । କେତେକଙ୍କ ନମ୍ବର ସେହି ଅନୁଯାୟୀ ଆସିଲା ନାହିଁ, ଯାହା ସେମାନେ ଆଶା କରିଥିଲେ । ଏହାକୁ ନେଇ କେତେକ ଦୁଃଖିତ ନଶ୍ଚିତ ଥିବେ । କିନ୍ତୁ ଗୋଟିଏ କଥା ମନେ ରଖନ୍ତୁ ଆପଣ ଜୀବନରେ କ’ଣ ହେବେ ତାହା ଏହି ବୋର୍ଡ ପରୀକ୍ଷା ନିର୍ଣ୍ଣୟ କରିବ ନାହିଁ । ଏହା କେବଳ ସେହି ବର୍ଷକର କଷ୍ଠର ଫଳ ଦେଇଥାଏ । ସାଙ୍ଗମାନେ, ଜୀବନ ଟା ବହୁତ ଲମ୍ବା । ଜଣେ ଆଇଏଏସ ଅଧିକାରୀ ନିଜ ଦ୍ୱାଦଶ ପରୀକ୍ଷା ଫଳର ମାର୍କସିଟ ସେୟାର କରିଛନ୍ତି । ଏହି ମାର୍କ ସିଟକୁ ଦେଖି ଆପଣ ଜାଣିପାରିବେ ଯେ, ଜୀବନ ବୋର୍ଡ ପରୀକ୍ଷା ଫଳାଫଳ ଠାରୁ ସଂପୂର୍ଣ୍ଣ ଭିନ୍ନ ଅଟେ ।

‘ନୀତିନ ସାଗୱାନ’ ଜଣେ ଆଇଏଏସ ଅଧିକାରୀ ଅଟନ୍ତି । ଟ୍ୱିଟରରେ ସେ ଲେଖିଛନ୍ତି ଯେ, “ଦ୍ୱାଦଶ ପରୀକ୍ଷାରେ ମୋତେ କେମେଷ୍ଟ୍ରିରେ ମାତ୍ର ୨୪ ଅଙ୍କ ମିଳିଥିଲା, ପାସ ଅଙ୍କ ଠାରୁ ମାତ୍ର ଏକ ମାର୍କ ଆଗରେ । କିନ୍ତୁ ସେ ଏହା ନିର୍ଣ୍ଣୟ କରିନଥିଲା ଯେ, ମୁଁ ଜୀବନରେ କ’ଣ ହେବାକୁ ଚାହୁଁଥିଲି । ପିଲାଙ୍କୁ ଅଙ୍କର ବୋଝରେ ଚାପଗ୍ରସ୍ତ କରନ୍ତୁ ନାହିଁ । ଜୀବନ ବୋର୍ଡ ପରୀକ୍ଷା ଫଳାଫଳ ତୁଳନାରେ ବହୁତ ଲମ୍ବା ଅଟେ । ଫଳାଫଳକୁ ଆତ୍ମନୀରିକ୍ଷଣ ଦୃଷ୍ଟିରେ ଦେଖନ୍ତୁ କିନ୍ତୁ ଆଲୋଚନା ପାଇଁ ନୁହେଁ । ” ଦେଖୁ ଦେଖୁ ଏହି ଟ୍ୱିଟ ଭାଇରାଲ ହେବାରେ ଲାଗିଛି । ଆଇଏଏସ ଅଧିକାରୀଙ୍କ ଏହି ବାର୍ତ୍ତା ନିଶ୍ଚିତ ଋପେ ବୋର୍ଡ ଫଳାଫଳକୁ ନେଇ ଭାଙ୍ଗି ପଡିଥିବା ଛାତ୍ରଙ୍କୁ ପ୍ରେରଣା ଯୋଗାଇବ ।


Share It

Comments are closed.