ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ ସିବିଆଇ ତଦନ୍ତ ପାଇଁ ଓକିଲ ନିଯୁକ୍ତି କଲେ ସୁବ୍ରମଣ୍ୟମ ସ୍ୱାମୀ
ଜଣା-ଶୁଣା ଅଭିନେତା ସୁଶାନ୍ତ ସିଂହ ରାଜପୁତ ଜୁନ୍ ୧୪ତାରିଖରେ ମୁମ୍ବାଇରେ ନିଜ ଘରେ ଫାଶୀ ଲଗାଇ ନିଜ ଜୀବନ ଦେଇଥିଲେ। ଏହା ପରେ ସିନେମା ଜଗତରେ ହଇଚଇ ସୃଷ୍ଟି ହୋଇଥିଲା। ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ ମୁମ୍ବାଇ ପୋଲିସ୍ ସବୁକୁ ତନ୍ନ ତନ୍ନ ଯାଞ୍ଚ କରୁଛି ଏବଂ ଏହା ସହିତ ୩୨ରୁ ଅଧିକ ଲୋକଙ୍କ ବୟାନ ରୁଜୁ କରିଛି।
ସୋସିଆଲ୍ ମିଡିଆରେ ପ୍ରଶଂସକ ଲଗାତାର ସିବିଆଇ ତଦନ୍ତ ଦାବି କରୁଛନ୍ତି। ଏହି ମାମଲାରେ ତାଜା ଖବର ଆସୁଛି ଯେ ସୁବ୍ରମଣ୍ୟମ୍ ସ୍ୱାମୀ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ସିବିଆଇ ତଦନ୍ତ ପାଇଁ ଓକିଲ ନିଯୁକ୍ତ କରିଛନ୍ତି।
सुब्रमण्यम स्वामी ने एडवोकेट ईशकरण से तथ्यों की जांच करने को कहा, बोले- संविधान की धाराएं तलाशी जा रहीं https://t.co/JVMKjQtmGv
— Subramanian Swamy (@Swamy39) July 10, 2020
ସୁବ୍ରମଣ୍ୟମ ସ୍ୱାମୀ ଟ୍ୱିଟର ମାଧ୍ୟମରେ ସୂଚନା ଦେଇଛନ୍ତି। ସେ ଟ୍ୱିଟରେ ଲେଖିଛନ୍ତି,‘ସେ ଈଶାନଙ୍କୁ ଏକ ସମ୍ଭାବିତ ସିବିଆଇ ତଦନ୍ତ କିମ୍ବା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ପିଆଇଏଲ୍ କିମ୍ବା ଅପରାଧିକ ଅଭିଯୋଗ ପାଇଁ ଏକ ପ୍ରକ୍ରିୟା ଆରମ୍ଭ କରିବାକୁ କହିଛନ୍ତି।’ସୁବ୍ରମଣ୍ୟମ ସ୍ବାମୀ ନିଜ ଟ୍ୱିଟରେ କହିଛନ୍ତି ଯେ ଈଶାନ୍ ସିଂହ ଭଣ୍ଡାରୀ ସମ୍ଭାବିତ ସିବିଆଇ ଯାଞ୍ଚ ପାଇଁ ସମସ୍ତ ସୂଚନା ଏକାଠି କରିବେ।
ଏହା ବ୍ୟତୀତ ଟ୍ୱିଟରରେ #CBIForSonOfBihar ଟ୍ରେଣ୍ଡ କରୁଛି। ସୋସିଆଲ ମିଡିଆରେ ପ୍ରଶଂସକ ଲଗାତାର ଏହି ମାମଲାର ସିବିଆଇ ଯାଞ୍ଚର ଦାବି କରୁଛି। ଅଭିନେତା ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ ସୁବ୍ରମଣ୍ୟମ ସ୍ୱାମୀଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟାନୁଷ୍ଠାନର ସମ୍ଭାବିତ ସିବିଆଇ ଯାଞ୍ଚ ପାଇଁ ପ୍ରଶଂସା କରାଯାଉଛି। ଏହି ସମ୍ବନ୍ଧରେ ଲୋକେ ଲଗାତାର ସୁବ୍ରମଣ୍ୟମ ସ୍ୱାମୀଙ୍କୁ ଧନ୍ୟବାଦ ଦେଉଛନ୍ତି।
Comments are closed.