ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଆସିଲ ନୂଆ ଟୁଇଷ୍ଟ, ପୂର୍ବତ୍ତନ ‘ର’ ଅଧିକାରୀଙ୍କ ଦାବୀ ଏହି ଘଟଣା ପଛରେ ରହିଥାଏ ପାରେ ‘ଦାଉଦ’ର ଲିଙ୍କ
ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାରେ ଏକ ନୂଆ ମୋଡ଼ ଆସିଛି । ସୁଶାନ୍ତଙ୍କ ଆତ୍ମହତ୍ୟା ପରେ ତାଙ୍କ ମୃତ୍ୟୁକୁ ନେଇ ସୋସିଆଲ ମିଡ଼ିଆରେ ନାନା ପ୍ରଶ୍ନ ଉଠିଥିଲା । ସୁଶାନ୍ତ ଆତ୍ମହତ୍ୟା କରିନାହାନ୍ତି ବରଂ ତାଙ୍କୁ ହତ୍ୟା କରିଦିଆଯାଇଛି ବୋଲି ସିବିଆଇ ତଦନ୍ତ ଦାବି ହୋଇଥିଲା ।ସୋସିଆଲ ମିଡ଼ିଆରେ ସୁଶାନ୍ତ ସିଂହଙ୍କ ନ୍ୟାୟ ଦାବି ଜୋର ଧରିଛି । ବର୍ତ୍ତମାନ ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଏକ ନୂଆ ମୋଡ଼ ଆସିଛି । ପୂର୍ବତନ RAW ଅଧିକାରୀ ଏନ.କେ.ସୁଦ ଏକ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ ସୁଶାନ୍ତ ସିଂହ ଆତ୍ମହତ୍ୟା କରିନାହାନ୍ତି, ତାଙ୍କୁ ହତ୍ୟା କରାଯାଇଛି । ସେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଭିଡିଓ ଆରମ୍ଭରେ ସେ ମୁମ୍ବାଇ ପୋଲିସକୁ ପ୍ରଶ୍ନ କରିଛନ୍ତି ଯେ ସୁଶାନ୍ତଙ୍କ ଘରେ ପହଞ୍ଚିବା କ୍ଷଣି ସେ ଆତ୍ମହତ୍ୟା କରିଥିବା ମୁମ୍ବାଇ ପୋଲିସ କିଭଳି ନିର୍ଣ୍ଣୟ କରିଥିଲା ? ସୁଦ କହିଛନ୍ତି ଯେ ସୁଶାନ୍ତଙ୍କୁ ହତ୍ୟା କରାଯାଇଛି ଏବଂ ତାଙ୍କ ହତ୍ୟା ପଛରେ ଅଣ୍ଡରୱାର୍ଲଡ ତଥା ଆତଙ୍କବାଦୀ ଡନ ଦାଉଦ ଇବ୍ରାହିମ ଗ୍ୟାଙ୍ଗର ହାତ ଅଛି ବୋଲି ସେ କହିଛନ୍ତି । ଦାଉ ଗ୍ୟାଙ୍ଗ କିଛି ଲୋକଙ୍କ ସାହାଯ୍ୟରେ ସୁଶାନ୍ତଙ୍କୁ ହତ୍ୟା କରିଛି ବୋଲି ସେ କହିଛନ୍ତି । ସୁଶାନ୍ତ ସିଂହଙ୍କ ମୃତ୍ୟୁର ଠିକ ଦିନେ ପୂର୍ବରୁ ସୁଶାନ୍ତଙ୍କ ଘରର ସିସିଟିଭି ବନ୍ଦ ଥିଲା । ସିସିଟିଭି ବନ୍ଦ ଥିବା ଘଟଣା ଉପରେ ସେ ଫୋକସ କରିଛନ୍ତି ।
ସେ କହିଛନ୍ତି କିଛି ଦିନ ପୂର୍ବରୁ ସୁଶାନ୍ତଙ୍କ ପାଖକୁ ଲଗାତାର ଧମକପୂର୍ଣ ଫୋନ କଲ ଆସୁଥିଲା ଯେଉଁଥିପାଇଁ ସେ ଚିନ୍ତିତ ଥିଲେ ଏବଂ ନିଜ କାରରେ ଶୋଉଥିଲେ । ଏହାସହ ସୁଶାନ୍ତ ସିଂହ ମାସେ ଭିତରେ ୫୦ ଥର ମୋବାଇଲ ସିମ ବଦଳାଇଥିବା ଉପରେ ମଧ୍ୟ ସେ ଫୋକସ କରି କହିଛନ୍ତି ଯେ ଏସବୁ ପଛରେ ‘D-Company’ ରହିଥିଲା । ଏବେ ମଧ୍ୟ ବଲିଉଡ ଇଣ୍ଡଷ୍ଟ୍ରିରେ ଦାଉଦର ଉପସ୍ଥିତି ରହିଛି ବୋଲି ସେ କହିଛନ୍ତି ।
I have loaded a video entitled "Who Killed Sushant Singh Rajput? – Job of Dawood Gang?https://t.co/JROOyTngWk
— NK Sood (@rawnksood) July 5, 2020
ସୁଶାନ୍ତ ସିଂହଙ୍କ ମୃତ୍ୟୁ ମାମଲାରେ ଯେଉଁମାନେ ସନ୍ଦେହ ଘେରରେ ଅଛନ୍ତି ସେମାନଙ୍କ ଉପରେ ମଧ୍ୟ ସୁଦ ଦୃଷ୍ଟି ନିକ୍ଷେପ କରିଛନ୍ତି । ପ୍ରଥମ ସନ୍ଦେହ ସୁଶାନ୍ତଙ୍କ ଚାକର, ଯିଏ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ପୋଲିସକୁ ଖବର ଦେଇଥିଲା । ସୁଶାନ୍ତଙ୍କ କୁକୁର ଫଜ ସମ୍ପର୍କରେ ମଧ୍ୟ ସେ କହିଛନ୍ତି ଯେ, ସୁଶାନ୍ତଙ୍କ ମୃତ୍ୟୁ ପରେ ଫଜ ଶାନ୍ତ ଥିଲା । ତେବେ ଫଜ ଏହିଭଳି ଚୁପ ରହିବ ଦୁଇଟି ଦିଗ ଉପରେ ଦୃଷ୍ଟି ନିକ୍ଷେପ କରୁଛି । ହୋଇଥାଇପାରେ ସୁଶାନ୍ତଙ୍କ ଚାକର ଫଜକୁ ଅନ୍ୟ କୋଠରୀରେ ବନ୍ଦ କରିଦେଇଥିବା ଅଥବା ହତ୍ୟାକାରୀଙ୍କୁ ଫଜ ଭଲ ଭାବେ ଜାଣିଥିଲା ଯେଉଁଥିପାଇଁ ସୁଶାନ୍ତଙ୍କ ଘରେ ସେମାନଙ୍କ ଉପସ୍ଥିତିରେ ସେ ଚୁପ ଥିଲା ।
ଦ୍ୱିତୀୟ ସନ୍ଦେହ ସନ୍ଦୀପ ସିଂହଙ୍କ ଉପରକୁ ଯାଇଛି । କାରଣ ସନ୍ଦୀପ ସିଂହ ସୁଶାନ୍ତ ସିଂହଙ୍କ ଘନିଷ୍ଠ ବନ୍ଧୁ ଥିଲେ । ସନ୍ଦୀପ କରନ ଜୋହରଙ୍କୁ ଏବଂ ବଲିଉଡ ଇଣ୍ଡଷ୍ଟ୍ରିର ଆଉ କିଛି ସେଲିବ୍ରିଟିଙ୍କୁ ସୁଶାନ୍ତ ସିଂହ ରାଜପୁତଙ୍କ ସମ୍ପର୍କରେ ସମସ୍ତ ସୂଚନା ଦେଉଥିଲା ତୃତୀୟରେ ସନ୍ଦେହ ଘେରରେ ଅଛନ୍ତି ସୁଶନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ । ସୁଶାନ୍ତଙ୍କ ହତ୍ୟା ମାମଲାରେ ରିୟାଙ୍କର ମଧ୍ୟ ହାତ ରହିଛି ବୋଲି ସୁଦ କହିଛନ୍ତି । ସେ ସିଧାସଳଖ ହତ୍ୟା ମାମଲାରେ ଜଡିତ ନଥିଲେ ମଧ୍ୟ ସୁଶାନ୍ତଙ୍କ ସହିତ ଘଟିବାକୁ ଥିବା ଅଘଟଣ ସମ୍ପର୍କରେ ସେ ଆଗରୁ ଅବଗତ ଥିଲେ । ସେଥିପାଇଁ ମହେଶ ଭଟ୍ଟଙ୍କ ଠାରୁ ଫୋନ ଆସିବାପରେ ସେ ସୁଶାନ୍ତଙ୍କୁ ଏକା ଛାଡି ଦେଇ ଚାଲି ଯାଇଥିଲେ ।
Comments are closed.