ଏନକାଉଣ୍ଟରରେ କୁଖ୍ୟାତ ଗ୍ୟାଙ୍ଗଷ୍ଟାର ବିକାଶ ଦୁବେ ନିହତ

Share It

କାନପୁରରେ ପୁଲିସ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଗ୍ୟାଙ୍ଗ୍‌ଷ୍ଟର୍ ବିକାଶ ଦୁବେ ନିହତ ହୋଇଥିବା ଖବର ମିଳିଛି । ମଧ୍ୟପ୍ରଦେଶରୁ ଗିରଫ ହୋଇଥିବା ବିକାଶଙ୍କୁ କାନପୁର ଅଣାଯାଉଥିବା ବେଳେ ବିକାଶ ଖସି ଯିବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ ଏନକାଉଣ୍ଟର କରିଥିଲା । ମିଳିଥିବା ସୂଚନା ଅନୁସାରେ, କାନପୁର ଅଣାଯିବା ସମୟରେ ଏସଟିଏଫ ଟିମ ସହ ବିକାଶ ଦୁବେ ବସିଥିବା ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପରେ ସେ ଖସିପଳାଇବାକୁ ଉଦ୍ୟମ କରିଥିବା ବେଳେ ପୁଲିସର ଏନକାଉଣ୍ଟରରେ ପ୍ରାଣ ହରାଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ମଧ୍ୟପ୍ରଦେଶ ସ୍ଥିତ ଉଜ୍ଜୟିନୀର ମହାକଳେଶ୍ୱର ମନ୍ଦିର ନିକଟରୁ ଗୁରୁବାର ଦିନ ବିକାଶ ଦୁବେକୁ ଗିରଫ କରାଯାଇଥିଲା। ଯାହାକୁ ହେପାଜତରେ ନେଇଥିଲା ମଧ୍ୟପ୍ରଦେଶ ପୋଲିସ । ସ୍ଥାନୀୟ କୋର୍ଟରେ ହାଜର ପରେ ବିକାଶକୁ ଉତ୍ତରପ୍ରଦେଶ ପୋଲିସ ରିମାଣ୍ଡରେ ଆଣିଥାନ୍ତା । ମୋଷ୍ଟ ଓ୍ୱାଣ୍ଟେଡ ବିକାଶକୁ ଧରିବା ପାଇଁ ୪୦ଟି ଟିମ୍ ଗଠନ କରାଯାଇଥିଲା । ରାଜ୍ୟ ତଥା ରାଜ୍ୟ ବାହାରେ ତାକୁ ଖୋଜୁଥିଲା ଉତ୍ତରପ୍ରଦେଶ ଏସଟିଏଫ୍ । ବିଗତ ସାତ ଦିନ ଭିତରେ ବିକାଶ ଦୁବେର ପାଞ୍ଚ ସହଯୋଗୀଙ୍କୁ ଏନକାଉଣ୍ଟର କରିଥିଲା ଉତ୍ତରପ୍ରଦେଶ ପୋଲିସ ।

ସୂଚନା ଅନୁଯାୟୀ, ବିକାଶର ମୃତଦେହ ଏବେ ଲାଜପଥ ରାୟ ହସ୍ପିଟାଲରେ ରହିଛି। ଏଠାରେ ପୁଲିସ୍ ଓ ଡାକ୍ତରୀ ଟିମ ଉପସ୍ଥିତ ରହିଛନ୍ତି। ଜୁନ୍ ୩ରେ କାନପୁରରେ ବିକାଶ ଓ ତା’ର ସହଯୋଗୀମାନେ ଆଖିବୁଜା ଗୁଳିମାଡ଼ କରି ୮ ଜଣ ପୁଲିସ୍ କର୍ମଚାରୀଙ୍କୁ ହତ୍ୟା କରିଥିଲେ। ସେବେଠାରୁ ପୁଲିସ୍ ବିକାଶକୁ ଖୋଜୁଥିଲା। ବିକାଶକୁ ଖୋଜିବା ବେଳେ ପୁଲିସ୍ ତା’ର ୩ ଜଣ ସହଯୋଗୀଙ୍କୁ ଏନକାଉଣ୍ଟର କରିଥିଲା। ଏବେ ବିକାଶର ମଧ୍ୟ ସମାନ ଅବସ୍ଥା ଘଟିଛି।


Share It

Comments are closed.