ଆପଣ ବହୁତ ପ୍ରକାରର ପରଠା ଖାଇଥିବେ, କେବେ ‘ମାସ୍କ ପରଠା’ ଖାଇଛନ୍ତି ?

Share It

ତାମିଲନାଡୁର ମଦୁରାଇରେ ‘ଟେମ୍ପଲ ସିଟି’ ନାମକ ଏକ ରେଷ୍ଟୁରାଣ୍ଟ ଅଛି, ଯାହାକି ନିଜର ‘ମାସ୍କ’ ସେଫ ପରଠା ପାଇଁ ଖୁବ ଲୋକପ୍ରିୟ ଅଟେ । ଏହି ପରଠାକୁ ତିଆରି କରିବା ପଛରେ ରେଷ୍ଟୁରାଣ୍ଟର ଉଦ୍ଦେଶ୍ୟ ଲୋକଙ୍କୁ କରୋନା ମହାମାରୀ ସଂପର୍କରେ ଅବଗତ କରାଇବା । ଏସ. ସତିଶ ‘ଟେମ୍ପଲ ସିଟି’ର ପରଠା ମାଷ୍ଟର ଅଟନ୍ତି । ସେ ପାରମ୍ପରିକ ବିଚ ପରଠାକୁ ସର୍ଜିକାଲ ମାସ୍କରେ ପରିଣତ କରିଥିବା କହିଛନ୍ତି । ଏହାର ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ରେଷ୍ଟୁରାଣ୍ଟ ମାଲିକ କେଏଲ. କୁମାର କହିଛନ୍ତି ଯେ, ଲକ୍‌ଡାଉନ ପରେ ଯେତେବେଳେ ଦୋକାନ ଖୋଲିଲା ସେତେବେଳେ କେତେକ ଲୋକ ବିନା ମାସ୍କରେ ତାଙ୍କ ଦୋକାନକୁ ଆସିବାକୁ ଲାଗି ଥିଲେ । ଏହି ମଧ୍ୟରେ ସେ ଲୋକଙ୍କୁ ମାଗଣାରେ ମାସ୍କ ପ୍ରଦାନ ଏବଂ ତାକୁ ପିନ୍ଧିବ ପାଇଁ ନିବେଦନ କରନ୍ତି । କିନ୍ତୁ ସେ ଯେତେବଳେ ଦେଖିଲେ କି, ଅଧିକରୁ ଅଧିକ ଲୋକ ବିନା ମାସ୍କରେ ବୁଲୁଛନ୍ତି ତେବେ ସେ ସମସ୍ତଙ୍କୁ ସଚେତନା କରିବା ପାଇଁ ମାସ୍କ ପରଠା ତିଆରି କରିବା ଆରମ୍ଭ କରିଥିଲେ ।

ଦୁଇଟି ସ୍ପେଶାଲ ପରଠାର ମୂଲ୍ୟ ୫୦ ଟଙ୍କା, ଯାହାକି ପିଲାଙ୍କର ଭାରି ପସନ୍ଦ । ଲୋକେ ଏହି ରେଣ୍ଟୁରାଣ୍ଟକୁ ଆସି ଏବଂ ଅନଲାଇନରେ ମଧ୍ୟ ଅର୍ଡର କରିପାରିବେ ।


Share It

Comments are closed.