ଛକାପଞ୍ଝାରେ ପଡିଲା ଅନ୍ତ, ଗିରଫ ହେଲା କୁଖ୍ୟାତ ଗ୍ୟାଙ୍ଗଷ୍ଟାର ବିକାଶ ଦୁବେ
କାନପୁର ସୁଟ୍ଆଉଟ୍ର ମାଷ୍ଟରମାଇଣ୍ଡ ବିକେଶ ଦୁବେ ଶେଷରେ ଗିରଫ ହୋଇଛି । ତାକୁ ମଧ୍ୟପ୍ରଦେଶର ଉଜୈନରେ ଥିବା ମହାକାଳ ମନ୍ଦିରରୁ ସ୍ଥାନୀୟ ପୁଲିସ୍ ଗିରଫ କରିଥିବା ସୂଚନା ମିଳିଛି। ଜୁଲାଇ ୨ତାରିଖରେ କାନପୁରରେ ଘଟିଥିବା ସୁଟ୍ଆଉଟ୍ ଘଟଣାର ମାଷ୍ଟରମାଇଣ୍ଡ ଥିଲା ବିକାଶ ଦୁବେ । ଦୀର୍ଘ ଦିନ ହେଲା ପୋଲିସ ବିକାଶ ଦୁବେକୁ ଖୋଜୁଥିଲା । ଶେଷରେ ଆଜି ପୋଲିସ ବିକାଶକୁ ଗିରଫ କରିଛି ପୋଲିସ । ଆସନ୍ତକାଲି ସୁଦ୍ଧା ବିକାଶକୁ ଏସଟିଏଫ ରିମାଣ୍ଡରେ ନେବ ବୋଲି ଜଣାପଡ଼ିଛି। ମଧ୍ୟପ୍ରଦେଶ ପୁଲିସ୍ ବିକାଶକୁ ଉତ୍ତର ପ୍ରଦେଶ ପୁଲିସ୍କୁ କୋର୍ଟଙ୍କ ଅନୁମତି କ୍ରମେ ହସ୍ତାନ୍ତର କରିବ।
ସୂଚନାଯୋଗ୍ୟ ଯେ, ଜୁଲାଇ ୨ତାରିଖ ଦିନ ବିକାଶ ଦୁବେକୁ ଧରିବା ପୋଲିସ ଅପରେସନ ଆରମ୍ଭ କରିଥିଲା । ବିକାଶ ଦୁବେ ଲୁଚି ରହିଥିବା ସ୍ଥାନରେ ଚଢାଉ ମଧ୍ୟ କରିଥିଲା । କିନ୍ତୁ ବିକାଶ ଦୁବେ ସେଠାରେ ନିଜ ସାଥୀମାନଙ୍କ ସହିତ ପୂର୍ବରୁ ପ୍ରସ୍ତୁତ ହୋଇରହିଥିଲା । ବିକାଶ ଦୁବେକୁ ଧରିବା ପାଇଁ ଯାଇଥିବା ପୋଲିସ କର୍ମୀମାନଙ୍କୁ ଗୁଳିଚାଳନା ଆରମ୍ଭ କରିଦେଇଥିଲା । ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଏନ୍କାଉଣ୍ଟର ଜାରି ରହିଥିଲା । ବିକାଶ ଓ ତାର ସାଥୀମାନେ ଅପରେସନରେ ଯାଇଥିବା ସମସ୍ତ ପୋଲିସ କର୍ମଚାରୀଙ୍କୁ ଗୁଳିମାଡ କରିଥିଲା । ଏଥିରେ ୮ଜଣ ପୋଲିସ କର୍ମୀ ସହିଦ ହୋଇଥିଲା । ସହିଦ ହୋଇଥିବା ପୋଲିସ କର୍ମୀମାନଙ୍କ ଠାରୁ ବିକାଶ ଦୁବେ ଓ ତାର ସାଥୀମାନେ ଅସ୍ତ୍ରଶସ୍ତ୍ର ଲୁଟ୍ କରିନେଇଥିଲେ । ସେବେଠାରୁ ଉତ୍ତରପ୍ରଦେଶ ପୋଲିସ ଓ ସରକାର ପକ୍ଷରୁ ବିକାଶ ଦୁବେକୁ ଧରିବା ପାଇଁ ସ୍ପେଶାଲ ଟିମ୍ ପ୍ରସ୍ତୁତ କରାଯାଇଥିଲା ।
ରାଜ୍ୟ ଓ ରାଜ୍ୟ ବାହାରକୁ କିପରି ବିକାଶ ଦୁବେ ଧରାଯିବା , ସେନେଇ ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ଚଢାଉ କରାଯାଉଥିଲ । କିନ୍ତୁ ବିକାଶ ଦୁବେର କୌଣସି ପତ୍ତାମିଳିନଥିଲା । କାନ୍ପୁର ସୁଟ୍ଆଉଟ୍ ଘଟଣା ପରଠାରୁ ପୋଲିସ ବିକାଶ ଦୁବେ ସହିତ ଜଡିତ ଥିବା ସାଥୀ ଓ ଗ୍ୟାଙ୍ଗଷ୍ଠାରମାନଙ୍କୁ ଖୋଜି ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା । ଏହି ଚଢାଉରେ ଅନେକ ନିହତ ମଧ୍ୟ ହୋଇଛନ୍ତି । ଯେଉଁମାନେ କି ବିକାଶ ଦୁବେ ସହିତ କାନପୁର ସୁଟ୍ଆଉଟରେ ସହଯୋଗ ଓ ଉପସ୍ଥିତ ଥିଲେ ।
ବିକାଶ ଦୁବେ ବିରୋଧରେ ୬୦ଟି ଅପରାଧିକ ମାମଲା ରହିଛି । ୧୯ ବର୍ଷ ପୂର୍ବରୁ ୨୦୦୧ ମସିହାରେ ସେ ଥାନାରେ ପଶି ରାଜ୍ୟମନ୍ତ୍ରୀ ସନ୍ତୋଷ ଶୁକ୍ଲାଙ୍କୁ ହତ୍ୟା କରିଥିଲେ । ଆକ୍ରମଣରେ ଜଣେ ମନ୍ତ୍ରୀଙ୍କ ସମେତ ୨ ପୋଲିସକର୍ମୀ ମଧ୍ୟ ନିହତ ହୋଇଥିଲେ । ଏହାପରେ ସେ ରାଜନୀତିରେ ପ୍ରବେଶ କରିଥିଲା। ନଗର ପଞ୍ଚାୟତ ନିର୍ବାଚନ ମଧ୍ୟ ଜିତିଥିଲେ ଜ୍ଝ ବିକାଶ ଦୁବେ ପୂର୍ବରୁ ଅନେକ ଥର ଗିରଫ ମଧ୍ୟ ହୋଇଛି। ରାହୁଲ ତିୱାରୀ ନାମକ ଯୁବକ ଵିକେଶ ଦୁବେ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରୁଜ୍ଜୁ କରିଥିଲେ । ଏହାପରେ ପୋଲିସ ବିକାଶ ଦୁବେର ଗାଁ ବିକୃ ଅଞ୍ଚଳରେ ଚଢ଼ାଉ କରିଥିଲା ଜ୍ଝ
Comments are closed.