୫୭୧ ନୂଆ ମାମଲା ସହ ରାଜ୍ୟରେ ୧୦ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା
ରାଜ୍ୟରେ ମଙ୍ଗଳବାର ଆଉ ୫୭୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ କେନ୍ଦ୍ରରରୁ ୪୦୩ ଓ ସ୍ଥାନୀୟ ଆକ୍ରାନ୍ତ ୧୬୮ ଜଣ ରହିଛନ୍ତି। ଏଥିସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ପାର କରିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି।
ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମାନଙ୍କ ମଧ୍ୟରୁ ଗଞ୍ଜାମ ଜିଲାରୁ ସର୍ବାଧିକ ୨୭୩ ଜଣ ଚିହ୍ନଟ ହୋଇଛନ୍ତି । ଅନୁଗୁଳ-୪, ବାଲେଶ୍ୱର -୨୮, ଭଦ୍ରକ- ୧, ବଲାଙ୍ଗୀର-୫, କଟକ-୨୯, ଢେଙ୍କାନାଳ- ୧, ଗଜପତି-୫୬ , ଜଗତସିଂହପୁର-୧୭, ଯାଜପୁର- ୧୬, ଝାରସୁଗୁଡା- ୧, କେନ୍ଦ୍ରାପଡା-୩, କେନ୍ଦୁଝର- ୭, ଖୋର୍ଦ୍ଧା- ୩୭, ମୟୁରଭଞ୍ଜ- ୧୪, ନବରଙ୍ଗପୁର- ୭, ନୟାଗଡ-୧, ପୁରୀ-୪, ରାୟଗଡ଼ା- ୧୦, ସମ୍ବଲପୁର- ୬, ସୁନ୍ଦରଗଡ-୫୧ ଜଣ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା- ୧୦,୯୭ରେ ପହଞ୍ଚିଛି ।
Comments are closed.