ରାଜ୍ୟରେ ୪୫୬ ନୂଆ ଆକ୍ରାନ୍ତ ଚିହ୍ନଟ

Share It

ରାଜ୍ୟରେ ସ୍ଥିତି ଭୟଙ୍କର । ବିସ୍ଫୋରକ ରୂପ ନେଲାଣି କରୋନା ସଂକ୍ରମଣ । ଆକ୍ରାନ୍ତଙ୍କ ସଂଖ୍ୟା ଅତି ଦ୍ରୁତ ଗତିରେ ବଢ଼ି ଚାଲିଛି । ଓଡ଼ିଶାରୁ ୪୫୬ କରୋନା ପଜିଟିଭ୍‌ ବାହାରିଛନ୍ତି । କରୋନାର ଏଭଳି କରାଳ ରୂପ ଦେଖି ସାରା ରାଜ୍ୟ ଆତଙ୍କିତ ହୋଇଛି। ଉପକୂଳରୁ ଆଭ୍ୟନ୍ତରୀଣ, ସହରରୁ ଗାଁ ସବୁଠି ମାଳମାଳ ପଜିଟିଭ୍‌ ବାହାରିଛନ୍ତ। ୩୦୯ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୧୪୭ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଆଜି ଓଡିଶାର ୨୪ ଜିଲ୍ଲାରୁ ୪୫୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୬୬ଜଣ, ଯାଜପୁରରୁ ୫୭, ବରଗଡ଼ରୁ ୩୩ ଜଣ, ନବରଙ୍ଗପୁରରୁ ୨୪ଜଣ, ଜଗତସିଂହପୁରରୁ ୨୩ଜଣ, ଖୋର୍ଦ୍ଧାରୁ ୨୧ଜଣ, ସୁନ୍ଦରଗଡ଼ରୁ ୨୦ଜଣ, ସମ୍ବଲପୁରରୁ ୧୫ଜଣ, ବାଲେଶ୍ୱରରୁ ୧୪ଜଣ, କଟକ ଓ ରାୟଗଡ଼ ଜିଲ୍ଲାରୁ ୧୩ଜଣ ଲେଖାଏଁ, ଭଦ୍ରକରୁ ୧୨ ଜଣ, କୋରାପୁଟରୁ ୧୦ଜଣ, ମୟୂରଭଞ୍ଜରୁ ୮ଜଣ, ବଲାଙ୍ଗୀରୁ ୬ଜଣ, କେନ୍ଦ୍ରାପଡାରୁ ୫ଜଣ, ନୟାଗଡ଼ରୁ ୪ଜଣ, କନ୍ଧମାଳ ଓ ପୁରୀରୁ ୩ଜଣ ଲେଖାଏଁ, କେନ୍ଦୁଝରରୁ ୨ଜଣ ଅନୁଗୁଳ,ଢ଼େଙ୍କାନାଳ, ଗଜପତି ଓ କଳାହାଣ୍ଡି ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସୂଚନା ମୁତାବିକ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୫୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୩୩୫୪ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୬୨୨୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୩୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି ।


Share It

Comments are closed.