ପିପିଇ କିଟ୍ ପିନ୍ଧି ଡାକ୍ତରଙ୍କ ଡ୍ୟାନ୍ସ ଭିଡିଓ ହେଲା ଭାଇରାଲ , ‘ଡକ୍ଟରସ ଡେ’ରେ ଆଗ ଧାଡିର କରୋନା ଯୋଦ୍ଧାଙ୍କୁ କଲେ ଉତ୍ସାହିତ

Share It

ସମଗ୍ର ବିଶ୍ୱରେ ସ୍ୱାସ୍ଥ୍ୟକର୍ମୀମାନେ କରୋନା ଭାଇରସ୍‌ ଲଢ଼େଇ ଅଭିଯାନରେ ରୋଗୀ ସେବାରେ ନିଜକୁ ସମ୍ପୂର୍ଣ୍ଣ ଉତ୍ସର୍ଗ କରିଛନ୍ତି । ଏଠାରେ ଜଣେ ଡାକ୍ତର ନିଜ ସହକର୍ମୀଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଜାତୀୟ ଚିକିତ୍ସକ ଦିବସ ଅବସରରେ ବଲିଉଡ୍‌ ଫିଲ୍ମର ଏକ ଗୀତରେ ଦମ୍‌ଦାର ନୃତ୍ୟ ପ୍ରଦର୍ଶନ କରିଛନ୍ତି ।

ମୁମ୍ବାଇ ସ୍ଥିତ ଡାକ୍ତର ରିଚା ନେଗି ଫିଲ୍ମ ‘ଷ୍ଟ୍ରିଟ୍‌ ଡ୍ୟାନ୍ସର ୩ଡି’ରେ ନୋରା ଫତେହି ପ୍ରଦର୍ଶନ କରିଥିବା ‘ଗର୍‌ମି’ ଗୀତରେ ନୃତ୍ୟ ପ୍ରଦର୍ଶନ କରିଛନ୍ତି । ସେ ପିପିଇ କିଟ୍‌ ପିନ୍ଧି ନୃତ୍ୟ ପ୍ରଦର୍ଶନ କରିଛନ୍ତି ଏବଂ ଏହାର ଭିଡିଓ ନିଜେ ସେୟାର କରିଛନ୍ତି। ଭିଡିଓ ସହିତ ରିଚା କ୍ୟାପ୍‌ସନ ଲେଖିଛନ୍ତି ‘ଖୁବ୍‌ ଗରମରେ ରୋଗୀ ସେବା କରିବା ସମୟରେ ମଧ୍ୟ ପରିସ୍ଥିତିର ନକାରାତ୍ମକତାକୁ ଆମ ପାଖକୁ ଆସିବାକୁ ଦେବୁନାହିଁ, କିନ୍ତୁ ବହୁତ ସୁନ୍ଦର ପୋଷାକ । ଏହି ବିପଦ ସମୟରେ ହସ ହସ ମୁହଁରେ ଦେଶ ସେବା ପାଇଁ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ମୋର ସମସ୍ତ କର୍ମକର୍ତ୍ତା ଓ ଆଗଧାଡ଼ିର କରୋନା ଯୋଦ୍ଧାଙ୍କୁ ହାପ୍ପି ଡକ୍ଟର୍ସ ଡେ’ ।

View this post on Instagram

We Won’t Let The Negativity Of The Situation Get To Us Even While Serving The Patients In This GARMI-ful But Oh So Graceful Outfit🤯💯 . HAPPY DOCTOR’s DAY To All My Colleagues & The FrontLine Workers Out There Putting Up A Brave Smile In The Face Of This Adversity & Doing Their Best To Help The Nation🙏🏻 . If We Can Stay Positive Through Risking Our Lives, Y’all Can Be A Lil Positive Too About This Extended Lockdown.! Stay Home Peepz🏡 . Always Loved The Vibe Of This Song But Now That It Clearly Matches The Feeling of Every Doctor Wearing The PPE KIT, (haaye garmi).! I Couldn’t Stop From Making A Video On It💃🏻💕 . @norafatehi @varundvn @badboyshah You Guys Were So Amazing In This😻 If Only I Could Match Up To Half Of What These Guys Do Everyday👉🏻 @dharmesh0011 @raghavjuyal @remodsouza @rahuldid @sushi1983 @suresh_kingsunited @shraddhakapoor @moonlight_chandni @iamkrutimahesh @punitjpathakofficial @perysheetal17 💙 . . PS: I Feel Like A TellyTubbie On A Mission.! . Also Thankyouuu @adityabhansali_ for editing this & @rajkeralia97 for helping me with this.!💛 . . #dance #dancer #choreography #love #norafatehi #doctorsday #instagood #instagram #bollywood

A post shared by Richa (@dr.richa.negi) on

ଜୀବନକୁ ବିପଦରେ ପକାଇ ଯଦି ଆମେ ସକାରାତ୍ମକ ରହିପାରିବା, ତେବେ ଏହି ବର୍ଦ୍ଧିତ ଲକ୍‌ଡାଉନ୍‌ରେ ସମସ୍ତେ ସକାରାତ୍ମକ ରହିପାରିବେ । ‘ଗର୍‌ମି’ ଗୀତ ମୁଁ ଖୁବ୍‌ ପସନ୍ଦ କରେ, କିନ୍ତୁ ଏବେ ପିପିଇ କିଟ୍‌ ପିନ୍ଧୁଥିବା ପ୍ରତ୍ୟେକ ଡାକ୍ତରଙ୍କ ଭାବନା ସହିତ ଏହି ଗୀତ ପୂରାପୂରି ମ୍ୟାଚ୍‌ କରୁଛି । ତେଣୁ ଭିଡିଓ ପ୍ରସ୍ତୁତ ନ କରି ନିଜକୁ ଅଟକାଇ ପାରିଲି ନାହିଁ’ ବୋଲି ଡା. ରିଚା ନିଜ ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟରେ ସେୟାର କରିଛନ୍ତି । ଭିଡିଓଟି ଅନ୍‌ଲାଇନ୍‌ ସେୟାର ହେବା ପରଠୁ ଲକ୍ଷାଧିକ ୟୁଜର୍‌ ଦେଖିସାରିଲେଣି । ଡାକ୍ତରଙ୍କ ନୃତ୍ୟ ଦକ୍ଷତାକୁ ଅନେକ ୟୁଜର ପ୍ରଶଂସା କରିବା ସହିତ ସେମାନଙ୍କ ଦେଶ ସେବା ପାଇଁ ଧନ୍ୟବାଦ ଦେଇଛନ୍ତି । କରୋନା ଭଳି ଜଟିଳ ସମସ୍ୟା ବିରୁଦ୍ଧରେ ସମଗ୍ର ବିଶ୍ୱ ଲଢୁଥିବାବେଳେ ଡାକ୍ତରଙ୍କର ଏହି ନୃତ୍ୟ ଭିଡିଓ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ପ୍ରେରଣାର ସ୍ରୋତ ହୋଇପାରିବ ।


Share It

Comments are closed.