ଗଛର ପତ୍ର ନିକଟରେ ପହଞ୍ଚିବା ପାଇଁ ଛେଳି ଆପଣାଇଲା ଏକ ଭିନ୍ନ କୌଶଳ, ଭିଡିଓ ଭାଇରାଲ
ସୋସିଆଲ ମିଡିଆରେ ଏକ ଛେଳିର ଭିଡିଓ ଖୁବ ଜୋରସେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଆପଣ ଦେଖିପାରିବେ ଯେ, ଏକ ଛେଳି କିପରି ଗଛର ପତ୍ର ନିକଟରେ ପହଞ୍ଚିବା ପାଇଁ କେତେ ପ୍ରଚେଷ୍ଟା କରୁଛି । ଏହି ଭିଡିଓକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଖିବାକୁ ମିଳିଛି ।
ଭିଡିଓରେ ଆପଣ ଦେଖିପାରିବେ ଯେ, ଉକ୍ତ ଛେଳିଟି ଏକ ମଇଁଷି ନିକଟରେ ଠିଆ ହୋଇଛି । ଭୋକରେ ଡହଳ ବିକଳ ହେଉଥିବା ଛେଳିଟି ପ୍ରଲୋଭିତ ଆଖିରେ ଗଛର ଡାଳକୁ ଚାହିଁ ରହିଥିବାବେଳେ କିନ୍ତୁ ସେ ସେଠାରେ ପହଞ୍ଚିବା ପାଇଁ ସକ୍ଷମ ନୁହେଁ କାରଣ ଗଛର ପତ୍ର ଗୁଡିକ ଅନେକ ଇଚ୍ଚରେ ରହିଛି ।
That's a smart goat 😁
🎞️ Shared. pic.twitter.com/gy3Do1ugOt
— Sudha Ramen IFS 🇮🇳 (@SudhaRamenIFS) June 25, 2020
ଏହା ପରେ ଛେଳିଟି ଗଛରେ ବନ୍ଧା ହୋଇଥିବା ମଇଁଷି ଉପରେ ଚଢି ନିଜର ଦୁଇ ପାଦକୁ ଗଛରେ ରଖି ପତ୍ର ନିକଟରେ ପହଞ୍ଚିଗଲା । ସେ ମଇଁଷିକୁ ଏକ ଶିଢୀ ଭଳି ବ୍ୟବହାର କରୁଛି । ଶେଷରେ ଭିଡିଓରେ ଆପଣ ଦେଖିପାରିବେ ଯେ, ଉକ୍ତ ଛେଳିଟି କିପରି ଖୁବ ଆନନ୍ଦରେ ପତ୍ର ଗୁଡିକୁ ଖାଉଛି ।
ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ ଜୋରସେ ଭାଇରାଲ ହେବାରେ ଲାଗିଛି । ଲୋକେ ଏହି ଭିଡିଓକୁ ନେଇ ଭିନ୍ନ ଭିନ୍ନ ପ୍ରକାରର କମେଣ୍ଟ ଦେଉଛନ୍ତି । ଜଣେ ୟୁଜର୍ସ ଲେଖିଲେ, ‘ଫ୍ରେଣ୍ଡସିପ ଗୋଲ’ । ସେପଟେ ଆଉ ଅନ୍ୟ ଜଣେ ୟୁଜର୍ସ ଲେଖିଲେ, “ଆମ ଚିନ୍ତନ ଠାରୁ ଜନ୍ତୁମାନେ ଅଧିକ ଚତୁର ଅଟନ୍ତି । ”
Comments are closed.