ଏୟାରଟେଲ୍ ଏକ୍ସଟ୍ରିମ ଆପ୍‌ରେ ହେବ ବାହୁଡ଼ାଯାତ୍ରାର ସିଧା ପ୍ରସାରଣ

Share It

ଭୁବନେଶ୍ୱର: ଏୟାରଟେଲ ଶେମାରୋ ସହିତ ସହବନ୍ଧିତାରେ ଚଳିତବର୍ଷ ବାହୁଡ଼ା ଯାତ୍ରାକୁ ଭକ୍ତଙ୍କ ନିକଟକୁ ସେମାନଙ୍କ ସ୍ମାର୍ଟଫୋନ ଜରିଆରେ ନେଇଆସିଛି । ଏୟାରଟେଲ ଏକ୍ସଟ୍ରିମ ଆପ୍ ପୁରୀରୁ ଚଳିତ ବର୍ଷ ରଥଯାତ୍ରାର ସିଧା ପ୍ରସାରଣ କରିବ, ଯେବେକି ଗ୍ରାହକଙ୍କୁ ସେମାନଙ୍କ ସ୍ମାର୍ଟଫୋନ କିମ୍ବା ଟାବଲେଟରେ ସମସ୍ତ ରୀତିନୀତି ସହିତ ଯୋଡ଼ି ରଖିବାରେ ସକ୍ଷମ କରାଇବ । ଏହି ସିଧା ପ୍ରସାରଣ ଉକ୍ତ ଆପ୍‌ର ହୋମ ପେଜରେ ଥିବା ଏକ ସ୍ୱତନ୍ତ୍ର ଚ୍ୟାନେଲରେ ଉପଲବ୍ଧ ହେବାକୁଯାଉଛି । ଏହାଛଡ଼ା ଉପଭୋକ୍ତାମାନେ ସେମାନଙ୍କର ସୁବିଧା ଦୃଷ୍ଟିରୁ ଏହି ସିଧା ପ୍ରସାରଣକୁ ରିୱାଇଣ୍ଡ ଏବଂ ରିପ୍ଲେ ମଧ୍ୟ କରିପାରିବେ ।
ଏହି ଆପ୍‌ରେ ହେବାକୁ ଥିବା ରଥଯାତ୍ରା ସିଧା ପ୍ରସାରଣରେ ଜୁଲାଇ ୧ରେ ସକାଳ ୮.୦୦ରୁ ସଂନ୍ଧ୍ୟା ୬.୦୦ ପର୍ଯ୍ୟନ୍ତ ବାହୁଡ଼ା ଯାତ୍ରା ଏବଂ ହରି ସୟନ ଏକାଦଶୀ, ଜୁଲାଇ ୨ ଅପରାହ୍ନ ୩.୦୦ଟାରୁ ରାତି୧୧.୦୦ ପର୍ଯ୍ୟନ୍ତ ସୁନାବେଶ, ଜୁଲାଇ ୩ ସଂନ୍ଧ୍ୟା ୭.୦୦ଟାରୁ ରାତି ୧୦.୦୦ଟା ପର୍ଯ୍ୟନ୍ତ ଅଧରପଣା ରୀତିକାନ୍ତି ଏବଂ ଜୁଲାଇ ୪ ଅପରାହ୍ନ ୨.୦୦ଟାରୁ ରାତି ୧୦.୦୦ଟା ପର୍ଯ୍ୟନ୍ତ ନିଳାଦ୍ରିବିଜେର ସିଧାପ୍ରସାରଣକୁ ଗ୍ରାହକମାନେ ଉପଭୋଗ କରିପାରିବେ । ଏୟାରଟେଲ ଏକ୍ସଟ୍ରିମ ଆପ୍ ପ୍ରିମିୟମ ଡିଜିଟାଲ କଂଟେଟ ପାଇଁ ଭାରତର ପ୍ରଥମ ଭିଡିଓ ନେଟୱାର୍କ ଅଟେ, ଯାହାକି ପ୍ଲେଷ୍ଟୋର ଏବଂ ଆପ୍ ଷ୍ଟୋରେରେ ସମସ୍ତ ଏୟାରଟେଲ ଗ୍ରାହକଙ୍କ ପାଇଁ ମାଗଣା ଡାଉନଲୋଡ଼ ଭାବେ ଉପଲବ୍ଧ ହେଉଛି ।


Share It

Comments are closed.