କରୋନା ଭାଇରସର ମୂଳ ଉତ୍ପତ୍ତି ଜାଣିବା ପାଇଁ ଚୀନ ଯିବ ‘ହୁ’
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଖୁବ ଶୀଘ୍ର ଏକ ଟିମ ଚୀନକୁ ପଠାଇବ ବୋଲି ସୋମବାର ଦିନ କହିଥିଲା । ଏହି ଟିମ କରୋନା ଭାଇରସ ସୋତ୍ର ପତା କରିବେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ବର୍ତ୍ତମାନ ଏହା ଜାଣିବା ଅତ୍ୟନ୍ତ ଜରୁରୀ ହୋଇପଡିଲାଣି ଯେ କରୋନା ଭାଇରସ ଆସିଲା କେଉଁଠୁ । ସଂଗଠନ ଚେତାବନୀ ଜାରି କରି କହିଛନ୍ତି ଯେ ସଂକ୍ରମଣର ଏହାଠାରୁ ବି ଖରାପ ପର୍ଯ୍ୟାୟ ଆସିବା ବାକି ଅଛି । ଏବେ ମଧ୍ୟ ଦୁନିଆର ବଡ ବଡ ଦେଶ ସଂକ୍ରମଣକୁ ନେଇ ରାଜନୀତି କରୁଛନ୍ତି ଯାହାର ପରିଣାମ ବହୁତ ଖରାପ ହେବ ବୋଲି ସଂଗଠନ କହିଛି ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରମୁଖ ଟେଡ୍ରୋସ୍ ଆଡାନୋମ୍ ଗିବ୍ରିଓସ୍ ଏକ ଭର୍ଚୁଆଲ୍ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ‘ଯଦି ଆମେ ଭାଇରସ ସମ୍ପର୍କରେ ସବୁକିଛି ଭଲ ଜାଣିପାରିବ ତାହେଲେ ଆମେ ସଠିକ ତରିକାରେ ଭାଇରସ ସହ ଲଢ଼ି ପରିବା । ସେଥିପାଇଁ ଭାଇରସ କେଉଁଠାରୁ ଆସିଛି ତାହା ପତା କରିବା ମଧ୍ୟ ଜରୁରୀ । ’ ସେଥିପାଇଁ ଆସନ୍ତା ସପ୍ତାହରେ ସଂଗଠନ ଏକ ଟିମ ଚୀନକୁ ପଠାଇବ ବୋଲି ସେ କହିଛନ୍ତି । ତେବେ ଟିମରେ କିଏ କିଏ ରହିବେ ସେ ସମ୍ପର୍କରେ ସେ ସୂଚନା ଦେଇନାହାନ୍ତି ।
ମେ ଆରମ୍ଭରୁ ହିଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚୀନକୁ ବାରମ୍ବାର କହିଛି ଯେ ସେ ବିଶେଷଜ୍ଞଙ୍କୁ ଡାକନ୍ତୁ ଯିଏ କରୋନା ଭାଇରସର ଏନିମଲ ସୋର୍ସ ପତା କରିବାକୁ ସାହାଯ୍ୟ କରିବେ । ବୈଜ୍ଞାନିକଙ୍କ କହିବାନୁଯାୟୀ, ଭାଇରସ ପଶୁଙ୍କ ଠାରୁ ମଣିଷ ଶରୀରକୁ ସଂକ୍ରମିତ କରିଛି । ସମ୍ଭବତଃ ବୁହାନର ବଜାରରୁ ଯେଉଁଠାରେ ଅସାଧାରଣ ପଶୁଙ୍କ ମାଂସ ବିକ୍ରି ହୁଏ, ସେଠାରୁ ଭାଇରସ ଆସିଥିବ ।
ସେପଟେ କରୋନା ଭାଇରସର ଦ୍ୱିତୀୟ ପର୍ଯ୍ୟାୟ ଚୀନ ସରକାରଙ୍କ ନିଦ ହଜାଇ ଦେଇଛି । ଦ୍ୱିତୀୟ ପର୍ଯ୍ୟାୟରେ ବେଜିଙ୍ଗରୁ ୧୫୦ କିମି ଦୂର ହୁବେଇ ପ୍ରାନ୍ତରେ ବୁହାନ ଭଳି କଡାକଡି ନିୟମ ଲାଗୁ କରାଯାଇଛି । ଚୀନ ମିଡ଼ିଆ କହିବାନୁଯାୟୀ, ଏହି ଅଞ୍ଚଳରେ ଲକ ଡାଉନ ଜାରି କରାଯାଇଛି ଯେଉଁଥିପାଇଁ ପାଖାପାଖି ୫ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ବେଜିଙ୍ଗରେ କରୋନାର ୧୪ ନୂଆ ମାମଲା ସାମ୍ନାକୁ ଆସିଛି । ଜୁନ ମାସ ମଧ୍ୟ ଭାଗରେ ଏକ ଫୁଡ ମାର୍କେଟ ଯୋଗୁଁ କରୋନା ରୋଗୀ ସଂଖ୍ୟା ବୃଦ୍ଧି ପାଇ ୩୧୧ ହୋଇଥିଲା । ବେଜିଙ୍ଗରେ ପୁଣି ସ୍କୁଲ ବନ୍ଦ କରିଦିଆଯାଇଛି । ବେଜିଙ୍ଗରୁ ବାହାରକୁ ଯାଉଥିବା ଲୋକଙ୍କୁ କରୋନା ନେଗେଟିଭ ରିପୋର୍ଟ ଦେବାକୁ ପଡୁଛି ।
ସୂଚନା ଅନୁଯାୟୀ, ହୁବେଇରେ ଲକଡାଉନ ବ୍ୟବସ୍ଥା କଡାକଡି କରାଯାଇଛି । ପ୍ରଶାସନ କହିଛି ଯେ ଏଠାରେ ଲୋକଙ୍କୁ ଘରୁ ବାହାରକୁ ବାହାରିବାରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି । ଘରର ଅତି ଆବଶ୍ୟକୀୟ ଜିନିଷ କିଣିବା ପାଇଁ ଦିନକୁ ଥରେ ମାତ୍ର କେବଳ ଜଣେ ହିଁ ବ୍ୟକ୍ତି ବାହାରକୁ ଯାଇପାରିବେ । କୌଣସି ବାହାରିଆ ବ୍ୟକ୍ତିଙ୍କୁ କୌଣସି ବିଲଡିଙ୍ଗ, କୌଣସି ସମ୍ପ୍ରଦାୟ, କୌଣସି ଗାଁକୁ ଯିବାକୁ ଅନୁମତି ଦିଆଯାଇନାହିଁ । ନୂଆ ମାମଲାରୁ ଏକ ତୃତୀୟାଂଶ ମାମଲାକୁ ମାଂସ ବଜାରର ମଟନ ଓ ବିଫ ସେକ୍ସନ ସହ ଯୋଡାଯାଇଛି । ସେଠାରେ କାମ କରୁଥିବା ଲୋକଙ୍କୁ ମାସେ ପାଇଁ କ୍ଵାରେଣ୍ଟାଇନ କରାଯାଉଛି ।
Comments are closed.