ବିଛନ୍ନାଚଂଳରେ ଆଶାର ଆଲୋକ ଦେଖାଇଛି ବୋଟ୍ ଆମ୍ବୁଲାନ୍ସ
ଭୁବନେଶ୍ୱର: ଓଡ଼ିଶାର ବିଛିନ୍ନାଚଂଳରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଲୋକ ମାନଙ୍କ ମନରେ ନୂତନ ଆଶା ସଂଚାର କରିପାରିଛି ବୋଟ୍ ଆମ୍ବୁଲାନ୍ସ । ୨୦୧୯ରେ କେନ୍ଦ୍ରାପଡ଼ାର ବତିଘର ଅଚଂଳରେ ସରକାରଙ୍କ ପକ୍ଷରୁ ଶୁଭାରମ୍ଭ କରାଯାଇଥିବା ବୋଟ୍ ଆମ୍ବୁଲାନ୍ସ ବାସ୍ତବରେ ଅନେକ ମୂଲ୍ୟବାନ ଜୀବନ ବଚାଂଇବାରେ ସହାୟକ ହୋଇପାରିଛି । ଦେଢ ବର୍ଷ ଭିତରେ ବୋଟ୍ ଆମ୍ବୁଲାନ୍ସ ପାଇଁ ବିଛିନ୍ନାଚଂଳରେ ସ୍ୱାସ୍ଥ୍ୟସେବାରେ ଅନେକ ମାତ୍ରାରେ ସୁଧାର ଆସିପାରିଛି । ସରକାରଙ୍କ ପକ୍ଷରୁ ଆଗାମୀ ଦିନରେ ଓଡ଼ିଶାର ତିନୋଟି ଜିଲ୍ଲା ଯେପରିକି, କୋରାପୁଟ, ମାଲକାନାଗିରି ଏବଂ କଳାହାଣ୍ଡି ଜିଲ୍ଲାରେ ନୂତନ ବୋଟ୍ ଆମ୍ବୁଲାନ୍ସ ସେବା ଶୁଭାରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି ।
ଓଡ଼ିଶାରେ ବୋଟ୍ ଆମ୍ବୁଲାନ୍ସ ପରିଚାଳନା କରୁଥିବା ସଂସ୍ଥା, ଜିକିତ୍ସା ହେଲଥ କେୟାର ଲିଃ.ର ଓଡ଼ିଶା ମୁଖ୍ୟ, ଶ୍ରୀଯୁକ୍ତ ଶବ୍ୟସାଚୀ ବିଶ୍ୱାଳ କହିଛନ୍ତିଯେ, “ବିଛିନାଚଂଳରେ ପ୍ରସୂତି ଏବଂ ଗୁରୁତର ରୋଗୀ ମାନଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ର ନେବା ଆଣିବାରେ ବୋଟ୍ ଆମ୍ବୁଲାନ୍ସ ଏକ ପ୍ରମୂଖ ଭୁମିକା ଗ୍ରହଣ କରିପାରିଛି । ଏହି ବୋଟ୍ ଆମ୍ବୁଲାନ୍ସରେ ୧୦୮ପରି ପ୍ରାଥମିକ ଚିକିତ୍ସା ଉପକରଣ ଥିବାସହିତ ଅଭିଜ୍ଞ କର୍ମଚାରୀମାନେ ମଧ୍ୟ ନିୟୋଜିତ ଅଛନ୍ତି । ଏହାର ସଫଳତାକୁ ଦୃଷ୍ଟିରେରଖି ଆଗାମୀ ଦିନ ମାନଙ୍କରେ ବୋଟ୍ ଆମ୍ବୁଲାନ୍ସ ସେବାକୁ ଆହୁରି ସମ୍ପ୍ରସାରଣ କରାଯିବାର ଯୋଜନା ରହିଛି ।
ଏହି କ୍ରମରେ ନିଜର ମତରଖି କେନ୍ଦ୍ରାପଡ଼ା ଜିଲ୍ଲାର ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ, ଉର୍ମିଳା ମିଶ୍ର କହିଛନ୍ତିଯେ, “ବୋଟ ଆମ୍ବୁଲାନ୍ସ ବିଛିନାଚଂଳରେ ରୋଗୀ ମାନଙ୍କ ଯାତାୟତରେ ବହୁଳ ମାତ୍ରାରେ ସହାୟକ ହେବା ସହିତ ବର୍ତମାନ ମହାମାରୀ ସମୟରେ ମଧ୍ୟ ଅନେକ ସହାୟକ ହୋଇପାରିଛି । ନିକଟରେ ଆମ୍ଭେମାନେ କରୋନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ବୋଟ୍ ଆମ୍ବୁଲାନ୍ସ ଦ୍ୱାରା ବିଭିନ୍ନାଚଂଳ ମାନଙ୍କରେ ବିଭିନ୍ନ ସ୍ୱାସ୍ଥ୍ୟ କ୍ୟାମ୍ପମାନ ଆୟୋଜନ କରିଥିଲୁ ।”
ସ୍ଥାନୀୟ ଅଧିବାସୀମାନେ ନିଜର ମତରଖି କହିଛନ୍ତି ଯେ, କେନ୍ଦ୍ରାପଡ଼ା ଜିଲ୍ଲାର ବାଡ଼ତୁବି ଗ୍ରାମର ୨୩ ବର୍ଷାୟ ଜାନକୀ ମଣ୍ଡଳ ଝାଡ଼ା ବାନ୍ତିରେ ପୀଡ଼ିତ ଥିଲେ ଏବଂ ବୋଟ ଆମ୍ବୁଲାନ୍ସ ମାଧ୍ୟମରେ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁଯାଇ ଚିକିତ୍ସା ହେବା ଦ୍ୱାରା ବର୍ତମାନ ସେ ସୁସ୍ଥ ଅଛନ୍ତି । ସେହିପରି ବତିଘର ଅଚଂଳର ଅର୍ଜୁନ୍ ମଣ୍ଡଳ କହିଛନ୍ତିଯେ, “ଏହି ଅଚଂଳରେ ଲୋକ ମାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଲେ ସେମାନେ ମୁଖ୍ୟତଃ ବତିଘରରୁ ୨୦ କି.ମି ଦୂର ମହାକାଳପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କିମ୍ବା ଏଠାରୁ ୩୫ କି.ମି ଦୂର କେନ୍ଦ୍ରାପଡ଼ା ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ଉପରେ ଭରଷା କରିଥାନ୍ତି । ବର୍ତମାନ ବୋଟ ଆମ୍ବୁଲାନ୍ସ ପାଇଁ ଲୋକମାନେ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯିବାରେ କୌଣସି ଅସୁବିଧାର ସମ୍ମୁଖିନ ହେଉନାହାଁନ୍ତି ।”
Comments are closed.