ରାଜ୍ୟରେ ପୁଣି ୨୧୦ କରୋନା ଆକ୍ରାନ୍ତ ଚିହ୍ନଟ
ରାଜ୍ୟରେ ଗୁରୁବାର ଆଉ ୨୧୦ ଜଣ କରୋନା ପଜିଟିଭ ଚିହ୍ନଟ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ହୋଇଥିବା ୨୧୦ଜଣ ସଂକ୍ରମିତଙ୍କ ମଧ୍ୟରୁ ୧୭୪ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ୩୬ ଜଣ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫ହଜାର ୯୬୨କୁ ବୃଦ୍ଧି ପାଇଛି। ରାଜ୍ୟରେ ଆରୋଗ୍ୟ ସଂଖ୍ୟା ୪ହଜାର ୧୨୩ ଏବଂ ଆକ୍ଟିଭ କେସ୍ ୧୮୧୫ ରହିଛି। ଆଜି ୧୮ଟି ଜିଲ୍ଲାରୁ ୨୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଏଥିରେ ପଶ୍ଚିମବଙ୍ଗରୁ ଅମ୍ଫାନ ଡ୍ୟୁଟିରୁ ଫେରିଥିବା ୬ଜଣ ଏନଡିଆରଏଫ୍ କର୍ମଚାରୀ ଅଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
Comments are closed.