ନୁଭୋକୋ ପକ୍ଷରୁ ବ୍ୟକ୍ତିଗତ ଗୃହ ନିର୍ମାଣକାରୀଙ୍କ ପାଇଁ ନୁଭୋକୋ ହୋମ୍‌ଆସିଷ୍ଟ ଡଟ୍ କମ୍‌ର ଶୁଭାରମ୍ଭ

Share It

ଭୁବନେଶ୍ୱର: ଭାରତର ଅଗ୍ରଣୀ ବିଲ୍ଡିଙ୍ଗ୍ ମ୍ୟାଟେରିଆଲ୍ସ କମ୍ପାନୀ, ନୁଭୋକୋ ଭିସ୍ତାସ୍ କର୍ପୋ.ଲିମିଟେଡ୍ ପକ୍ଷରୁ ବ୍ୟକ୍ତିଗତ ଗୃହ ନିର୍ମାଣକାରୀ ବା ଇଣ୍ଡିଭିଜୁଆଲ ହୋମ୍ ବିଲ୍ଡର (ଆଇଏଚ୍‌ବି)ମାନଙ୍କ ପାଇଁ ନୁଭୋକୋହୋମ୍‌ଆସିଷ୍ଟ ଡଟ୍ କମ୍ ୱେବ୍‌ସାଇଟ୍ ଶୁଭାରମ୍ଭ କରାଯାଇଛି । ନୁଭୋକୋହୋମ୍‌ଆସିଷ୍ଟ ଡଟ୍ କମ୍ ହେଉଛି ଆଇଏଚ୍‌ବିମାନଙ୍କ ପାଇଁ ଏକ ସମର୍ପିତ ୱେବ୍‌ସାଇଟ୍ ଯେଉଁଠାରେ ପ୍ରତ୍ୟେକ ଉପଭୋକ୍ତା ଗୃହ ନିର୍ମାଣ କରିବା ସମ୍ପର୍କିତ ବିଭିନ୍ନ ଦିଗ ସମ୍ପର୍କରେ ସୂଚନା ହାସଲ କରିପାରିବେ ଓ ନିଜ ପାଇଁ ନିଷ୍ପତି ନେଇପାରିବେ ।
ଏହା ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ଉପଭୋକ୍ତାଙ୍କୁ ଗୋଟିଏ କ୍ଲିକ୍‌ରେ ସର୍ବନିମ୍ନ ସମୟ ମଧ୍ୟରେ କାହା ଉପରେ ନିର୍ଭର ନକରି ସଠିକ୍ ସୂଚନା ହାସଲ କରିବାରେ ସହଯୋଗ କରିବା । ପ୍ରାୟ ୨ ଦଶନ୍ଧିରୁ ଅଧିକ ସମୟର ଅଭିଜ୍ଞତା ସହିତ ନୁଭୋକୋ ଘର ନିର୍ମାଣ କ୍ଷେତ୍ରରେ ଗ୍ରାହକଙ୍କ ସମସ୍ୟାକୁ ବୁଝିପାରିଛି । ଏହି ପଦକ୍ଷେପର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ସୂଚନା ଓ ବିଶେଷଜ୍ଞତା ପ୍ରଦାନ କରିବା ସହ ସେମାନଙ୍କ ନୂତନ ଓ ଅଭିନବ ଉତ୍ପାଦ ସମ୍ପର୍କରେ ଅବଗତ କରାଇବା ଏବଂ ଏକ ବ୍ୟବସ୍ଥିତ ଓ ପ୍ରାମାଣିତ ଢଙ୍ଗରେ ଆର୍ଥିକ ମାର୍ଗଦର୍ଶନ ପ୍ରଦାନ କରିବା । ଏଥିରେ ଆଇଏଚ୍‌ବିମାନଙ୍କ ଆବଶ୍ୟକତା ଉପରେ ଗୁରୁତ୍ୱ ଦିଆଯାଉଛି ଏବଂ ସେମାନଙ୍କୁ ନିଜ ସ୍ୱପ୍ନର ଘରର ସ୍ଥାପତ୍ୟକୁ ନିଜେ ପ୍ରସ୍ତୁତ କରିବାକୁ ଦିଆଯାଉଛି । ସମଗ୍ର ବିଶ୍ୱ ମହାମାରୀର ସମ୍ମୁଖୀନ ହେଉଥିବା ବେଳେ ସମସ୍ତଙ୍କୁ ଘରେ ରହିବା ପାଇଁ ଏହା ବାଧ୍ୟ କରିଛି, ତେଣୁ ଗ୍ରାହକଙ୍କୁ ସେମାନଙ୍କ ଘରର ସୁରକ୍ଷା ମଧ୍ୟରେ ବୁଦ୍ଧିମାନ, ସମାବେଶୀ ଓ ରଣନେନୌତିକ ସମାଧାନ ପ୍ରଦାନ କରିବା ପାଇଁ ନୁଭୋକୋହୋମ୍‌ଆସିଷ୍ଟ ଡଟ୍ କମ୍‌ର ସୃଷ୍ଟି କରାଯାଇଛି ।
ଏସମ୍ପର୍କରେ କମ୍ପାନୀର ଚିଫ୍ ଷ୍ଟ୍ରାଟେଜି ଓ ମାର୍କେଟିଂ ଅଫିସର, ମଧୁମିତା ବାସୁ କହିଛନ୍ତି, “ଏହି ସମର୍ପିତ ଆଇଏଚ୍‌ବି ପୋର୍ଟାଲ ସହିତ ଆମେ ଗୃହ ନିର୍ମାଣକାରୀଙ୍କୁ ପ୍ରଭାବୀ ରୂପେ ଘର ନିର୍ମଶର ଆମ୍ଭରୁ ଶେଷ ପର୍ଯ୍ୟନ୍ତ ଯୋଜନା ପ୍ରସ୍ତୁତ କରିବା ପାଇଁ ସକ୍ଷମ କରିବାକୁ ଲକ୍ଷ୍ୟ ରଖିଛି । ନୁଭୋକୋହୋମ୍‌ଆସିଷ୍ଟ ସହିତ ଉପଭୋକ୍ତାମାନେ ନିଜର ସମସ୍ତ ନିର୍ମାଣ ସମ୍ବନ୍ଧିତ ସମସ୍ୟାର ସମାଧାନ ପାଇପାରିବା ସହିତ ଘର ତିଆରିରର ଅଭିଜ୍ଞତାକୁ ସ୍ମରଣୀୟ କରିପାରିବେ ।”
ନୁଭୋକୋହୋମ୍‌ଆସିଷ୍ଟ ଡଟ୍ କମ୍‌ର ଫିଚର ମଧ୍ୟରୁ ଗୋଟିଏ ହେଉଛି କନ୍‌ଷ୍ଟ୍ରକ୍‌ସନ ଷ୍ଟେଜେସ୍‌, ଯେଉଁଥିରେ ଘର ନିର୍ମାଣର ୧୦ଟି ପର୍ଯ୍ୟାୟ ରହିଛି, ଯାହାକୁ ଉପଭୋକ୍ତାମାନେ ସହଜରେ ପାଇପାରିବେ । ସେହିପରି ଅନ୍ୟଟି ହେଉଛି ହାଉସ୍ ପ୍ଲାନ । ଏହି ୱେବ୍‌ସାଇଟ୍‌ରେ ୨୫ଟି ହାଉସ୍ ପ୍ଲାନ୍ ଉପଲବ୍ଧ ରହିଛି ଯାହାକୁ ଉପଭୋକ୍ତାମାନେ ମାଗଣାରେ ଡାଉନ୍‌ଲୋଡ୍ କରିପାରିବେ, ବ୍ୟବହାର କରିପାରିବେ ଓ ନିଜ ଆବଶ୍ୟକତା ଅନୁଯାୟୀ ବଦଳାଇପାରିବେ । ଅନ୍ୟ ଏକ ଫିଚର ହେଉଛି କାଲ୍‌କୁଲେଟର । ଏହି କାଲ୍‌କୁଲେଟର୍ ସହିତ ଉପଭୋକ୍ତାମାନେ ସହଜରେ ମ୍ୟାଟେରିଆଲ, ଶ୍ରମିକ ଓ ଘର ନିର୍ମାଣର ଅନ୍ୟାନ୍ୟ ବାବଦରେ ହେବାକୁ ଥିବା ଖର୍ଚ୍ଚକୁ ହିସାବ କରିପାରିବେ । ଅନ୍ୟ ଏକ ଫିଚର ଆପ୍ଲିକେସନ ଗାଇଡ୍ ଉପଭୋକ୍ତାଙ୍କୁ ପ୍ରତ୍ୟେକ ପର୍ଯ୍ୟାୟ ବା ଷ୍ଟେଜ୍ ପାଇଁ ଆବଶ୍ୟକ ହେବାକୁ ଥିବା ସମସ୍ତ ଉତ୍ପାଦ ସମ୍ପର୍କରେ ବୁଝିବାରେ ସହଯୋଗ କରିଥାଏ । ଲୋକେଟ୍ ଫିଚର ଉପଭୋକ୍ତାଙ୍କୁ ନିଜ ନିକଟରେ ଥିବା ସିମେଂଟ୍ ଦୋକାନ, ଆର୍କିଟେକ୍ଟସ, ଇଞ୍ଜିନିୟର, କଂଟ୍ରାକ୍ଟର ଓ ରେଡି-ମିକ୍ସ କଙ୍କ୍ରିଟ୍ ପ୍ଲାଂଟ୍ ଆଦି ଖୋଜିବାରେ ସହଯୋଗ କରିବ । ସେହିପରି କୌଣସି ଉତ୍ପାଦ କିଣିବାକୁ ଚାହୁଁଥିଲେ ଉପଭୋକ୍ତା ୱେବ୍‌ସାଇଟ୍‌ରେ ଉପଲବ୍ଧ ନୁଭୋକୋ ଆଉଟ୍‌ଲେଟ୍ ନମ୍ବରରେ ଯୋଗାଯୋଗ କରି ସାହାଯ୍ୟ ପାଇପାରିବେ । ଅଧିକ ସୂଚନା ପାଇଁ www.nuvocohomeassist.com/ ରେ ଲଗ୍ ଇନ୍ କରନ୍ତୁ ।


Share It

Comments are closed.