ଉବେର୍ ପକ୍ଷରୁ ଭୁବନେଶ୍ୱରରେ ଏହାର ପ୍ୟାକେଜ୍ ଡେଲିଭରି ସର୍ଭିସ୍ ‘ଉବେର କନେକ୍ଟ’ର ଶୁଭାରମ୍ଭ
ଭୁବନେଶ୍ୱର: ଉବେର୍ ପକ୍ଷରୁ ନିକଟରେ ଶୁଭାରମ୍ଭ ହୋଇଥିବା ଏହାର ପ୍ୟାକେଜ୍ ଡେଲିଭରି ସର୍ଭିସ୍ ‘ଉବେର କନେକ୍ଟ’କୁ ଭୁବନେଶ୍ୱର ସମେତ ଅନ୍ୟ ୧୩ଟି ସହରକୁ ସମ୍ପ୍ରସାରିତ କରିଛି । ଉବେର କନେକ୍ଟର ୨ୟ ପର୍ଯ୍ୟାୟ ସମ୍ପ୍ରସାରଣ ଅଧୀନରେ ଅହମ୍ମଦାବାଦ, ଲକ୍ଷ୍ନୌ, ଭୁବନେଶ୍ୱର, ଭୋପାଳ, କୋଏମ୍ବାଟୁର, ଇନ୍ଦୋର, ମହୀଶୂର, ପାଟ୍ନା, କୋଟା, ବିଜୟୱାଡା, ବିଶାଖାପାଟ୍ନମ୍, ଲୁଧିଆନା, ନାସିକ୍ ଓ ମୁମ୍ବାଇ ଆଦି ସହରରେ ନୂତନ ସେବାର ଶୁଭାରମ୍ଭ ହେବ, ଯାହାଫଳରେ ଏହି ସେବା ଦେଶର ୨୫ଟି ସହରକୁ ସମ୍ପ୍ରସାରିତ ହୋଇପାରିଛି ।
କୋଭିଡ୍-୧୯ ମହାମାରୀ ପରେ ଉବେର୍ ପକ୍ଷରୁ ଗତ ମାସରେ ଦେଶର ୧୧ଟି ସହର କଲିକତା, ଜୟପୁର, ଗୁଆହାଟୀ, ଗୁଡ୍ଗାଓଁ, ଦିଲ୍ଲୀ, ହାଇଦ୍ରାବାଦ, ଚେନ୍ନାଇ, ଚଣ୍ଡୀଗଡ, ନୋଏଡା, ବେଙ୍ଗାଲୁରୁ ଓ ପୁନେ ଆଦିରେ ଏହି ନୂତନ ସେବାର ପାଇଲଟ୍ ପ୍ରକଳ୍ପ ଆରମ୍ଭ କରିଥିଲା । ଏହି ସେବା ଅନୁଯାୟୀ, ସମସ୍ତ ପ୍ୟାକେଜ୍ଗୁଡିକୁ ଦୁଇ ଚକିଆ ଯାନରେ ପରିବହନ କରାଯାଇପାରିବ ଏବଂ ପ୍ୟାକେଜ୍ର ଓଜନ ୫ କିଲୋଗ୍ରାମ ମଧ୍ୟରେ ରହିବ । ଏଥିସହିତ ଏହାକୁ ଭଲଭାବେ ସିଲ୍ କରାଯାଇଥିବ ଏବଂ ଏଥିରେ ପ୍ରତିବନ୍ଧକ ସାମଗ୍ରୀ ଯେପରିକି ମଦ, ମନୋରଞ୍ଜନକାରୀ ଔଷଧ କିମ୍ବା ବିପଦ୍ଜନକ ଓ ବେଆଇନ୍ ଔଷଧକୁ ସାମିଲ କରାଯିବ ନାହିଁ । ଅନ୍-ଡିମାଣ୍ଡ ଟ୍ରିପ୍ଗୁଡିକ ଭଳି ଗ୍ରାହକମ।।ନେ ପିକ୍ଅପ୍, ଏନ୍ ରୁଟ୍ ଓ ଡ୍ରପ୍ ଅଫ୍ ପୂର୍ବରୁ ଯାତ୍ରାର ଅଗ୍ରଗତି ଉପରେ ନଜର ରଖିବାକୁ ସକ୍ଷମ ହେବେ । ଗ୍ରାହକମାନେ ପ୍ୟାକେଜ୍ ଗ୍ରହଣ କରିବାକୁ ଥିବା ବ୍ୟକ୍ତିଙ୍କ ସହିତ ଡେଲିଭରି ଷ୍ଟାଟସ୍ ସେୟାର କରିପାରିବେ । ଯଦି ଗ୍ରାହକ ନିଜ ନିକଟସ୍ଥ ଦୋକାନରୁ ସାମଗ୍ରୀ ଅର୍ଡର କରିବାକୁ ଚାହୁଁଛନ୍ତି, ତେବେ ସେ ସରଳ ଭାବେ ପିକ୍ଅପ୍ ଲୋକେସନ୍ରେ ଦୋକାନର ଠିକଣା ଦେଇପାରିପାରିବେ ଓ ଫୋନ୍ରେ ଅର୍ଡର କରିପାରିବେ ଏବଂ ନିଜ ଡୋରଷ୍ଟେପ୍ରେ ସାମଗ୍ରୀ ପାଇପାରିବେ ।
ଏସମ୍ପର୍କରେ ଉବେର ଇଣ୍ଡିଆ ଓ ସାଉଥ୍ ଏସିଆର ଡାଇରେକ୍ଟର-ଅପରେସନ୍ସ ଓ ହେଡ୍ ଅଫ୍ ସିଟିଜ୍, ପ୍ରଭଜିତ ସିଂହ କହିଛନ୍ତି, “ନାଗରିକମାନଙ୍କୁ ନିଜ ବନ୍ଧୁ ଓ ପରିବାରବର୍ଗକୁ ପାର୍ସଲ ପଠାଇବାରେ ସହଯୋଗ କରିବା ପାଇଁ ଦେଶର ଅଧିକ ସହରକୁ ଉବେର କନେକ୍ଟ ସେବାର ସମ୍ପ୍ରସାରଣ କରି ଆମେ ଉତ୍ସାହିତ । ଏହି ସଙ୍କଟ ସମୟରେ ଲୋକମାନେ ଘରୁ ନବାହାରି ଦୋକାନରୁ ସାମଗ୍ରୀ ଅର୍ଡର କରିପାରିବେ । ଆମ ସମୁଦାୟର ଆବଶ୍ୟକତାକୁ ପୂରଣ କରିବା ଲାଗି ଆମେ କିପରି ଆମ ପ୍ଲାଟ୍ଫର୍ମକୁ ଅନୁକୂଳ କରିଛୁ, ଏହାର ଏକ ପ୍ରମୁଖ ଉଦାହରଣ ହେଉଛି ଉବେର କନେକ୍ଟ , ଯାହା ଆମ ଡ୍ରାଇଭରମାନଙ୍କ ପାଇଁ ନୂଆ ରୋଜଗାର ସୁଯୋଗ ସୃଷ୍ଟି କରିବା ସହିତ ଏହି ସଙ୍କଟ ସମୟରେ ସାମାଜିକ ଦୂରତା ଅଭ୍ୟାସ କରିବା ଆବଶ୍ୟକ ।”
ଉବେର କନେକ୍ଟ ସରକାର ଓ ସ୍ଥାନୀୟ ପ୍ରଶାସନ ଦ୍ୱାରା ଲାଗୁ ସମସ୍ତ ନିୟମ ଓ ଗାଇଡ୍ଲାଇନ୍ର ଅନୁପାଳନ କରିବ । ସମସ୍ତ ଡ୍ରାଇଭର ପାର୍ଟନର୍ମାନଙ୍କୁ କଠୋର ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ମାନକୁ ବଜାୟ ରଖିବା ଓ ଡେଲିଭରି ସମୟରେ ଗ୍ରାହକମାନଙ୍କ ସହ ପ୍ରତ୍ୟକ୍ଷ ଯୋଗାଯୋଗକୁ ଏଡାଇବା ପାଇଁ ଭର୍ଚୁଆଲ ପ୍ରଶିକ୍ଷଣ ଦିଆଯାଇଛି ।
Comments are closed.